Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ରାଜନୀତିରେ ୨୦୧୮; ଏକ ଦୃଷ୍ଟିପାତ
ବିଶେଷ ଖବର

ଭାରତ ରାଜନୀତିରେ ୨୦୧୮; ଏକ ଦୃଷ୍ଟିପାତ

December 31, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଚଳିତ ବର୍ଷ ମୋଦୀ ଲହରକୁ ଏକ ଶକ୍ତ ଧକ୍କା ଦେଇଛି ରାହୁଲଙ୍କ ନେତୃତ୍ଵ। ହିନ୍ଦୀ ଅଞ୍ଚଳର ୫ଟି ମୁଖ୍ୟ ରାଜ୍ୟରେ ବିଜେପିର ପରାଜୟ ଓ କଂଗ୍ରେସ ଓ ଆଞ୍ଚଳିକ ଦଳର ବିଜୟ ୨୦୧୮ ରାଜନୀତି ପରିବେଶକୁ ବେଶ ଉଷ୍ମ କରି ରଖିଥିଲା। ନିଶ୍ଚିତ ଭାବରେ ଆଗାମୀ ଦିନରେ ଜାତୀୟ ରାଜନୀତିରେ ନୂଆ ମୋଡ ଆସିବ ବୋଲି କୁହାଯାଉଛି। ସେହିପରି ଦେଶରେ ଆଞ୍ଚଳିକ ଦଳର ଦୃଢତା ଯେ ଆଗାମୀ ସମୟରେ ବିଜେପିର ମୁଣ୍ଡବିନ୍ଧାର କାରଣ ହେବ ତାହା ସ୍ପଷ୍ଟ ପ୍ରତୀୟମାନ। ଭୁପେଶ ବଘେଲ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ରାଜସ୍ଥାନରେ ଅଶୋକ ଗେହେଲଟ ଓ ମଧ୍ୟପ୍ରଦେଶରେ କମଳା ନାଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହିପରି ତେଲେଙ୍ଗନାରେ କେ ଚନ୍ଦ୍ରଶେଖର ରାଓ ଓ ମିଜୋରାମର ଜୋରମ ଥାଙ୍ଗା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ନ୍ୟାୟପାଳିକା ଓ ରାୟ ଦୃଷ୍ଟିକୋଣରୁ ୨୦୧୮ ମସିହା ଏକ ଗୁରୁତ୍ବପୂର୍ଣ ବର୍ଷ ରହିଥିଲା।  ପ୍ରଥମ ଥର ପାଇଁ  ସ୍ଵାଧୀନ ଭାରତର ନ୍ୟାୟିକ ଇତିହାସରେ ସୁପ୍ରିମ କୋର୍ଟର ୪ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀକୁ ବିରୋଧ କରିଥିଲେ। ସୁପ୍ରିମ କୋର୍ଟର ନ୍ୟାୟିକ ପ୍ରଶାସନରେ ଅନେକ ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ।

 ଏହି ବର୍ଷ ସୁପ୍ରିମ୍‌କୋର୍ଟ ଏମିତି ଅନେକ ଐତିହାସିକ ରାୟ ଦେଇଛନ୍ତି । ଧାରା ୩୭୭ (ସମଲିଙ୍ଗୀ) ରାୟ : ଚଳିତବର୍ଷ ସେପ୍ଟେମ୍ବର ୬ ତାରିଖରେ ସୁପ୍ରିମ୍‌କୋର୍ଟ ସମଲିଙ୍ଗୀଙ୍କ ସପକ୍ଷରେ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଚଳିତବର୍ଷ ସୁପ୍ରିମ୍‌କୋର୍ଟ ସମଲିଙ୍ଗୀ ସଂପର୍କକୁ ସବୁଜ ସଂକେତ ଦେଇ ଧାରା ୩୭୭କୁ ରଦ୍ଦ କରି ଦେଇଛନ୍ତି। ୨୦୧୮ ମସିହାରେ ହିଁ ଧାରା ୩୭୭କୁ ଅସମ୍ବିଧାନିକ  ଘୋଷଣା କରାଯାଇଛି। ଏହି ରାୟ ଲେସ୍‌ବିୟାନ୍‌, ଗେ, ବାଇସେକ୍ସୁଆଲ୍‌ ଓ କିନ୍ନରମାନଙ୍କ ପାଇଁ ବଡ଼ ବିଜୟ ଆଣିଛି।

ଆଧାରକାର୍ଡ ରାୟ :  ଆଧାରକାର୍ଡ ସାମ୍ବିଧାନିକ ହେଲେ ମଧ୍ୟ ଏହା ବ୍ୟାଙ୍କ୍‌, ବେସରକାରୀ କମ୍ପାନି, ଶିକ୍ଷାନୁଷ୍ଠାନଗୁଡ଼ିକରେ ବାଧ୍ୟତାମୂଳକ ନୁହେଁ। ମାତ୍ର ପ୍ୟାନ୍‌ ଓ ଆୟକର ରିଟର୍ଣ୍ଣ ସକାଶେ ଆଧାର ଜରୁରୀ ।

ସବରିମାଲା ମନ୍ଦିର ରାୟ  : ଏ ବର୍ଷର ସୁପ୍ରିମ୍‌କୋର୍ଟ ଦେଇଥିବା ସବୁଠାରୁ ବଡ଼ ଓ ଐତିହାସିକ ରାୟ ହେଉଛି ସବରିମାଲା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ନେଇ  ରାୟ। କେରଳର ଆୟାପ୍ପା ଭଗବାନଙ୍କ ମନ୍ଦିର ସବରିମାଳା ଭିତରକୁ ୧୦ରୁ ୫୦ ବର୍ଷ ମଧ୍ୟରେ ମହିଳାମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ପରମ୍ପରା ରହିଥିଲା। ତାହାକୁ ସୁପ୍ରିମ୍‌କୋର୍ଟ ସେପ୍ଟେମ୍ବର ୨୮ ତାରିଖରେ ଅସମ୍ବିଧାନିକ ଘୋଷଣା କରି ସବୁ ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଛନ୍ତି।

ଧାରା ୪୯୭ (ବ୍ୟଭିଚାର)ରାୟ : ଚଳିତବର୍ଷ ସେପ୍ଟେମ୍ବରରେ ମହିଳାମାନଙ୍କ ସପକ୍ଷରେ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଧାରା ୪୯୭କୁ ଅବୈଧ ଘୋଷଣା କରାଯାଇଛି।

ଚଳିତ ବର୍ଷ ଆମ ରାଜନୀତିର ଦୁଇ ଲୋକପ୍ରିୟ ଜନନେତା ଆମଠୁ ବିଦାୟ ନେଇଛନ୍ତି। ଅଗଷ୍ଟ ମାସର ୭ ତାରିଖରେ ତାମିଲନାଡୁ ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଏମ. କରୁଣାନିଧିଙ୍କ ଦେହାନ୍ତ ହୋଇଥିଲା। ସେହିପରି ଅଗଷ୍ଟ ୧୬ ତାରିଖରେ ଆମଠୁ ବିଦାୟ ନେଇଛନ୍ତି ଲୋକପ୍ରିୟ ନେତା ତଥା ସୁନାମଧନ୍ୟ କବି  ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ।

  • ଚଳିତ ବର୍ଷ ମୋଦୀ ସରକାର ଗୁଜୁରାଟର ନର୍ମଦା ସରୋବର ଡ୍ୟାମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ  ବିଶାଳ ପ୍ରତିମୂର୍ତ୍ତି ‘ ଷ୍ଟାଚ୍ୟୁ ଅଫ  ୟୁନିଟି’  ନିର୍ମାଣ ‘ କରାଯାଇଛି। ଏହାକୁ ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି ମାନ୍ୟତା ମିଳିଛି।
  • ଲୋକପ୍ରିୟ ଜନନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଅଟଳବିହାରୀ ବାଜପେୟୀଙ୍କ ସ୍ମୃତି ଉଦେଶ୍ୟରେ କେନ୍ଦ୍ର ସରକାର ତାଙ୍କ ନାମରେ ୧୦୦ ଟଙ୍କିଆ ମୁଦ୍ରା ର ପ୍ରଚଳନ କରିଛନ୍ତି।
  • ଚଳିତ ବର୍ଷ ଡିସେମ୍ବର ୨୫ ତାରିଖରେ ଦେଶର ସବୁଠୁ ଲମ୍ବା ରେଳ ଓ ସଡକ ପଥ ବୋଗିବିଲର ଉଦ୍ଘାଟନ ହୋଇଯାଇଛି। ଆସାମକୁ ଅରୁଣାଚଳ ପ୍ରଦେଶ ସହ ଯୋଡିଥିବା ଏହି ବ୍ରିଜ ଗୌହାଟୀ ଠାରୁ ପ୍ରାୟ ୪ଶହ କିମି ଦୂରରେ ନିର୍ମିତ ହୋଇଛି । ଏହି ବ୍ରିଜର ଲମ୍ବା ରହିଛି ପାଖାପାଖି ୪.୯୪କିଲୋମିଟର ।
    – ଆଣ୍ଡାମାନ ଦ୍ଵୀପରେ ଥିବା ତିନୋଟି ଦ୍ଵୀପ ଯଥାକ୍ରମେ ରସ୍‌ ଆଇଲ୍ୟାଣ୍ଡର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ, ନୀଲ୍‌ ଆଇଲ୍ୟାଣ୍ଡ ସହିଦ ଦ୍ୱୀପ ଏବଂ ହେଭଲକ୍‌ ଆଇଲ୍ୟାଣ୍ଡ ସ୍ୱରାଜ ଦ୍ୱୀପ ନାମରେ ନାମିତ ହୋଇଛି। ଏହା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ କରିବାର ୭୫ ବର୍ଷ ପୂର୍ତ୍ତି ଅବସରରେ କରାଯାଇଛି।

ଚର୍ଚ୍ଚିତ ଘଟଣା

  • ଦଶହରାରେ ପଞ୍ଜାବର ­ଅମୃତସରରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଯୋଗୁଁ ପ୍ରାୟ ୬୧ ଲୋକ ପ୍ରାଣ ହରାଇଥିଲେ।
  • ଦିଲ୍ଲୀର ବୁରାଡିରେ ଜୁଲାଇ ୧ ତାରିଖରେ ଗୋଟିଏ ପରିବାର ର ୧୧ଜଣଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଦେଶ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଅନ୍ଧବିଶ୍ଵାସ ଜନିତ ଏହି ଗଣ ଆତ୍ମହତ୍ୟା ରହସ୍ୟ ହୋଇ ରହି ଯାଇଥିଲା।
  • ଜାନୁୟାରୀ ମାସରେ ଜମ୍ମୁ କାଶ୍ମୀରରେ କାଠୁଆ ନିକଟରେ ୮ ବର୍ଷର କନ୍ୟାକୁ ଦୁଷ୍କ୍ରମ ଓ ହତ୍ୟା ଘଟଣା ଆମ ବର୍ବରତା ସୀମାକୁ ପାର କରିଦେଇଥିଲା। ଏହି ଜାତିଭେଦପୃଷ୍ଠଭୂମିକୁ ନେଇ ଏହି ଘଟଣା ଘଟିଥିଲା।
  • ଡିସେମ୍ବର ୧୮ ତାରିଖରେ ଦିଲ୍ଲୀ ହାଇକୋର୍ଟ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଦୀର୍ଘ ୩୪ ବର୍ଷ ପରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀସାବ୍ୟସ୍ତ ହୋଇଛନ୍ତି।
  • ପ୍ରଥମଥର ପାଇଁ ଆରବିଆଇର ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କ କାର୍ଯ୍ୟକାଳ ପୂରଣ ହେବାର ଯଥେଷ୍ଟ ପୂର୍ବରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଓଡିଶାର ଶକ୍ତିକାନ୍ତ ଦାସ ପରବର୍ତ୍ତୀ ଗଭର୍ଣ୍ଣର ହୋଇଛନ୍ତି।

 

Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.