Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦଳବଦଳକାରୀ ଓ ସୁବିଧାବାଦୀଙ୍କୁ ଚେତାବନୀ, ଲୋକେ ସଠିକ ସମୟରେ ଦଣ୍ଡ ଦେଇ ଜାଣନ୍ତି
ବିଶେଷ ଖବର

ଦଳବଦଳକାରୀ ଓ ସୁବିଧାବାଦୀଙ୍କୁ ଚେତାବନୀ, ଲୋକେ ସଠିକ ସମୟରେ ଦଣ୍ଡ ଦେଇ ଜାଣନ୍ତି

October 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦଳବଦଳକାରୀ ଓ ସୁବିଧାବାଦୀଙ୍କୁ ଚେତାବନୀ, ଲୋକେ ସଠିକ ସମୟରେ ଦଣ୍ଡ ଦେଇ ଜାଣନ୍ତି

କେଦାର ମିଶ୍ର

ଲାଭ ଓ ଲୋଭର ମାୟାରେ ପଡି ଦଳ ବଦଳ କରୁଥିବା ନେତାଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଛନ୍ତି। ଗତ ୨୪ ତାରିଖ ଦିନ ହରିଆଣା ଓ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ହୋଇଥିବା ଉପ ନିର୍ବାଚନର ଫଳ ଦଳବଦଳକାରୀ ଓ ସୁବିଧାବାଦୀ ନେତାମାନଙ୍କୁ ବଡ ଝଟକା ଦେଇଛି। ପୂର୍ବରୁ ଓଡିଶା ନିର୍ବାଚନରେ ମଧ୍ୟ ଏ ଜାତୀୟ ନେତାମାନଙ୍କ ଦୁରବସ୍ଥା ଆମେ ଦେଖିଛୁ। ନିଜ କ୍ଷମତାକୁ ନେଇ ଅଧିକ ଆତ୍ମା ବିଶ୍ଵାସ ରଖି ଯେ କୌଣସି ଦଳକୁ ଗଲେ ମଧ୍ୟ ଜିତିଯିବାର ସମ୍ଭାବନା ଏବେ ଆଉ ନାହିଁ। ଲୋକେ ଦଳ ପ୍ରତି ନେତାମାନଙ୍କର ଅନୁରକ୍ତିରୁ ସେମାନଙ୍କର ସ୍ବଚ୍ଛତାକୁ ଆକଳନ କରୁଛନ୍ତି। ଋତୁ ଦେଖି ରଙ୍ଗ ବଦଳାଉଥିବା ନେତା ଏବେ ଜନତାଙ୍କ ଜବାବ ମୁହେଁ ମୁହେଁ ପାଇଯାଉଛନ୍ତି। ଏହାର କିଛି ଉଦାହରଣ ଦେଇ ଆମେ ପୁରା ଘଟଣାକୁ ଜାଣିବାର ପ୍ରୟାସ କରିବା।

ଉଦୟନ ରାଜ ଭୋଂସଲା, ମହାରାଷ୍ଟ୍ର ରାଜନୀତିରେ ଏକ ସମ୍ମାନାସ୍ପଦ ନାମ। ଏହାଙ୍କର ପଦ ମର୍ଯ୍ୟଦା ପୁରୀର ଗଜପତିଙ୍କ ସହ ପ୍ରାୟ ସମାନ। ଉଦୟନ ରାଜେ ହେଉଛନ୍ତି ସତାରା ରାଜଗାଦିର ଉତ୍ତରାଧିକାରୀ ଓ ଛତ୍ରପତି ଶିବାଜୀ ମହାରାଜଙ୍କ ବଂଶଧର। ମରାଠା ରାଜନୀତିରେ ଶିବାଜୀଙ୍କ ନାମ ହିଁ ଯଥେଷ୍ଟ। ମହାରାଷ୍ଟ୍ର ର ସାମାଜିକ ଜୀବନରେ ସତାରା ଗାଦିର ବିଶେଷ ସମ୍ମାନ ରହିଛି। ଏହି ଗାଦିର ଉତ୍ତରାଧିକାରୀ ଉଦୟନ ରାଜ ଭୋଂସଲା ୨୦୧୯ ଏପ୍ରିଲ-ମଇ ସାଧାରଣ ନିର୍ବାଚନରେ ସତାରା ଲୋକସଭା ଆସନରୁ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିତିଥିଲେ। ମହାରାଷ୍ଟ୍ରରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ଶିବସେନା ମେଣ୍ଟ ୪୫ ରୁ ୪୧ ଆସନ ଜିତିଥିବା ବେଳେ, ଉଦୟନ ରାଜ ଏନସିପି ଟିକଟରେ ଜିତିଥିଲେ। ନିର୍ବାଚନ ଜିତିବାର ମାତ୍ର କିଛି ମାସ ପରେ ସେ ଏନସିପିରୁ ଇସ୍ତଫା ଦେଇ ବିଜେପିକୁ ଫେରିଥିଲେ। ଦଳ ବଦଳ ପରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଥିଲା ଓ ପୁଣିଥରେ ସତାରାରେ ନିର୍ବାଚନ ହୋଇଥିଲା।

୨୦୦୯ ରୁ ୨୦୧୯, ଦଶବର୍ଷରେ ସେ ଚାରୋଟି ନିର୍ବାଚନ ଲଢିଛନ୍ତି। ଏନସିପି ପ୍ରାର୍ଥୀ ଭାବରେ ସେ ଲୋକସଭାକୁ ତିନି ଥର ବିପୁଳ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ଗତ ତିନୋଟି ଯାକ ନିର୍ବାଚନରେ ୫୦% ରୁ ଅଧିକ ଭୋଟ ପାଇ ଜିତୁଥିବା ଉଦୟନ ରାଜ ଗତ ଉପନିର୍ବାଚନରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଏନସିପି ପ୍ରାର୍ଥୀଙ୍କଠାରୁ ପ୍ରାୟ ୮୬ ହଜାର ଭୋଟରେ ହାରି ଯାଇଛନ୍ତି। ଦଳ ବଦଳ କରି ବିଜେପି ଟିକଟରେ ଲଢିଥିବା କାରଣରୁ ଲୋକେ ଶିବାଜୀଙ୍କ ଛତ୍ରପତି ଉତ୍ତରାଧିକାରୀଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି।

ସେହିପରି ଗୁଜରାଟ ବିଧାନସଭା ଉପନିର୍ବାଚନରେ ପ୍ରଭାବଶାଳୀ ପଛୁଆ ବର୍ଗର ନେତା ଅଳ୍ପେଶ ଠାକୁର ହାରି ଯାଇଛନ୍ତି। ଇଏ ହେଉଛନ୍ତି ସେହି ଅଳ୍ପେଶ ଠାକୁର ଯିଏ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ରାହୁଲ ଗାନ୍ଧୀଙ୍କ ସବୁଠୁ ଘନିଷ୍ଠ ହେବାର ସୁଯୋଗ ପାଇଥିଲେ। କଂଗ୍ରେସ ଟିକଟରେ ନିର୍ବାଚନ ଲଢି ବିଧାୟକ ହେବା ପରେ କଂଗ୍ରେସ ସହିତ ବିଶ୍ଵାସଘାତକତା କରି ବିଜେପି ଶିବିରକୁ ଡିଆଁ ମାରିଥିଲେ। ତେବେ ଉପ ନିର୍ବାଚନରେ ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟର ତାଙ୍କୁ ସିଧା ସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି।

ଓଡିଶାରେ ମଧ୍ୟ ଦଲବଦଳକାରୀମାନେ ଭୋଟରଙ୍କ ଆସ୍ଥା ଜିଣିବାରେ କ୍ଵଚିତ ସଫଳ ହୋଇଛନ୍ତି। ବାରମ୍ବାର ଦଳ ପରିବର୍ତ୍ତନ କରୁଥିବା ନେତାମାନଙ୍କୁ ଏବେ ସାଧାରଣ ଭୋଟର ଏବେ ଆଉ ବିଶ୍ବାସକୁ ନେଉ ନାହାନ୍ତି। ବିଜେଡ଼ିର ଦୁଇ ବଡ ନେତା ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଅବସ୍ଥା କଣ ହେଲା ସେକଥା ଆମେ ଦେଖିଛୁ। ଦାମୋଦର ରାଉତ ବିଜେପିକୁ ଯାଇ ହଟହଟା ହେବା ପରେ ଏବେ ପୁଣି ବିଜେଡ଼ିକୁ ଫେରିବା ଲାଗି ବିକଳ ହେଉଛନ୍ତି। ବୈଜୟନ୍ତ ମଧ୍ୟ ବିଜେପିର କେଉଁ ଧାଡିରେ ଠିଆ ହୋଇଛନ୍ତି, ତାଙ୍କୁ ଦେଖି ହେଉନାହିଁ।

ଦଳବଦଳ କରୁଥିବା ନେତା ଯେ ଖାଲି ଅପଦସ୍ତ ହେଉଛନ୍ତି ତାହା ନୁହେଁ, ଦଳ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବିଜେପିର ବିଶ୍ଵାସନୀୟତା ଉପରେ ଏବେ ଭୋଟର ପ୍ରଶ୍ନଚିହ୍ନ ଲଗାଇବା ଆରମ୍ଭ କଲେଣି। ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ବିଜେପି ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପିର ବହୁ ତୁଙ୍ଗ ନେତାଙ୍କୁ ନିଜ ଶିବିରକୁ ଆଣିଥିଲା। ଏପରିକି ମହାରାଷ୍ଟ୍ର ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ମଧ୍ୟ ବିଜେପି ଛଡେଇ ଆଣିଥିଲା। ହେଲେ ଏହାର ପରିଣତିରେ ବିଜେପିକୁ ଲାଭ ଅପେକ୍ଷା କ୍ଷତି ହିଁ ମିଳିଲା। ମହାରାଷ୍ଟ୍ରରେ ବିଜେପିର ଆସନ ସଂଖ୍ୟା ୧୨୨ ରୁ ରୁ ୧୦୫ କୁ ଖସି ଆସିଲା।

ସୁବିଧାବାଦୀ ଓ ଦଳତ୍ୟାଗୀଙ୍କୁ ଜନତା ଏବେ ଆଉ ପସନ୍ଦ କରୁନାହାନ୍ତି।  ସେମିତି ଦଳଭଙ୍ଗା ରାଜନୀତିକୁ ମଧ୍ୟ ଲୋକେ ନାପସନ୍ଦ କରିବା ଆରମ୍ଭ କଲେଣି, ଏକଥା ବିଜେପି ବୁଝିଯିବା ଉଚିତ।

କେଦାର ମିଶ୍ର ନିର୍ବାଚନ ମହାରାଷ୍ଟ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.