Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୁର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ, ବର୍ତ୍ତମାନର ଗତିରେ କାମ ଚାଲିଲେ, ଏହା ସରିବାକୁ ଆହୁରି ୧୦୪ ବର୍ଷ ଲାଗିବ!!
ବିଶେଷ ଖବର

ଖୁର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ, ବର୍ତ୍ତମାନର ଗତିରେ କାମ ଚାଲିଲେ, ଏହା ସରିବାକୁ ଆହୁରି ୧୦୪ ବର୍ଷ ଲାଗିବ!!

January 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କାନ ଉଠିଲା ଦିନ ଠୁ ଆମେ ଶୁଣି ଆସୁଛୁ, ଆମ ସହର ବାଟ ଦେଇ ରେଳଗାଡି ଚାଲିବ। ଆମ ବାପା ଓ ଜେଜେବାପା ବି ସେ ସ୍ଵପ୍ନ ଦେଖିଥିଲେ। ପୁରୁଷ ପୁରୁଷ ଧରି ଗୋଟେ ରେଳପଥକୁ ଅପେକ୍ଷା କରି ରହିଥିବା ସୋନପୁର, ବୌଦ୍ଧ, ଫୁଲବାଣୀ, ପୁରୁଣା କଟକ, ଦଶପଲ୍ଲା ଓ ନୟାଗଡର ଜନ ସାଧାରଣ ବାରମ୍ବାର ପ୍ରତାରିତ ହୋଇ ଆସିଛନ୍ତି। ୧୯୪୫ ମସିହାରୁ ଖୁର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ଭେ କାମ ସାରିଥିଲା। ୧୯୪୫ ରୁ ୧୯୯୪, ପୂରା ୪୯ ବର୍ଷର ଅପେକ୍ଷା ପରେ ଏହି ରେଳପଥ କାମ ଆରମ୍ଭ କରିବାକୁ ନରସିଂହ ରାଓ ସରକାର ଅମଳରେ ଅନୁମୋଦନ ମିଳିଥିଲା। ତାହାର କାରଣ ଥିଲା, ପ୍ରଥମଥର ଲାଗି କେନ୍ଦ୍ରରେ ଅଳ୍ପ ସମୟ ଲାଗି କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ ରେଳ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ପାଇଥିଲେ ଓ ତାର ଅଳ୍ପ ଦିନ ପରେ ଆଉ ଜଣେ ଓଡିଆ କାହ୍ନୁ ଚରଣ ଲେଙ୍କା କେନ୍ଦ୍ରରେ ରେଳ ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିଲେ। ଭକ୍ତବାବୁ ଓ କାହ୍ନୁବାବୁଙ୍କ ନେତୃତ୍ବରେ ଏହାର କାମ ଆରମ୍ଭ ହେଲା ସିନା, କଚ୍ଛପ ଗତିରେ ଏହାର କାମ ଚାଲିଛି ଯେ ଚାଲିଛି।

କାମ ଆରମ୍ଭ ହେବା ପରେ ୨୬ ବର୍ଷ ବିତି ଗଲାଣି। ୨୬ ବର୍ଷରେ ୩୦୬ କିଲୋମିଟର ରେଳପଥରୁ ମାତ୍ର ୬୦ କିଲୋମିଟର ରାସ୍ତା କାମ ସରିଛି। ଖୁର୍ଦ୍ଧା ରୋଡରୁ ମହୀପୁର ଏବଂ ବଲାଙ୍ଗୀରରୁ ବିଛୁପାଲି, ୨୬ ବର୍ଷରେ ଆମର ମହାନ ରେଳବିଭାଗ ଏତିକି କାମ ସାରିଛନ୍ତି। ବର୍ତ୍ତମାନର ପ୍ରଗତି କୁ ଦେଖିଲେ ଏହି ପୂରା ପ୍ରକଳ୍ପ ସାରିବାକୁ ଆହୁରି ୧୦୪ ବର୍ଷ ଲାଗିବ। ଇତି ମଧ୍ୟରେ ଏହି ରେଳପଥର ସ୍ଵପ୍ନ ଦେଖିଥିବା ଚାରି ପୁରୁଷ ଯାଇ ସାରିଲେଣି। ବୋଧେ ଏହା ସରିଲା ବେଳକୁ ଆହୁରି ଛଅ ପୁରୁଷ ଯାଇ ସାରିଥିବେ। ମାତ୍ର ୩୦୦ କିଲୋମିଟର ରେଳପଥ ପାଇଁ ୧୨୫ ବର୍ଷର ସମୟ ନେଉଥିବା ରେଳ ବିଭାଗ, ଆଧୁନିକ ଭାରତରେ ଅଛି ନା ଏହା ଆଜି ବି ଅଷ୍ଟାଦଶ ଶତାବ୍ଦୀରେ ରହିଛି, ସେ ପ୍ରଶ୍ନ ପଚାରିବ କିଏ?

ଠିକ ବର୍ଷେ ତଳେ, ଗତ ୧୫ ଜାନୁଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀରରୁ ବିଛୁ ପାଲି ମଧ୍ୟରେ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ। ଏହା ଶୁଭାରମ୍ଭ ଥିଲା ନା ଏକ ସୁଆଙ୍ଗ, ତାହା ଲୋକେ ଏଯାଏ ବୁଝି ପାରୁନାହାନ୍ତି। ସାଢେ ଚଉଦ କିଲୋମିଟର ରେଳପଥରେ ରେଳ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ଧାଇଁ ଆସିଥିଲେ। କାରଣ ସେତେବେଳେ ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା। ଲୋକେ ପ୍ରଧାନମନ୍ତ୍ରୀଙ୍କୁ ଦେଖି ପ୍ରଭାବିତ ମଧ୍ୟ ହୋଇଥିଲେ। ବହୁ ବର୍ଷ ପରେ ବଲାଙ୍ଗୀର ଲୋକସଭା ଆସନ ପୁଣିଥରେ ବିଜେପି ହାତକୁ ଯାଇଥିଲା। ତେବେ ଭୋଟଦାତାମାନେ ଆଜି ପ୍ରଧାନମନ୍ତ୍ରୀଙ୍କୁ ପଚାରିବେ କି, ବାସ୍ତବରେ ନରେନ୍ଦ୍ର ମୋଦୀଙ୍କ ଶାସନର କେତେବର୍ଷ ପରେ ଏହି ପ୍ରକଳ୍ପ ପୂରା ହେବ?

ଏହି ପ୍ରକଳ୍ପ ସମ୍ପର୍କରେ ଗୋଟେ ଭଲ ଖେଳ ବିଜେଡି-ବିଜେପି ଭିତରେ ଚାଲିଛି। ରେଳ ବିଭାଗ ଓ ବିଜେପି କହିବେ ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି। ଓଡିଶା ସରକାର ଓ ବିଜୁ ଜନତା ଦଳ କହିବେ କେନ୍ଦ୍ର ସରକାର ବଜେଟ ରେ ଅର୍ଥ ଦେଉନାହାନ୍ତି। ଦୁଇଟି ଯାକ କଥା ସତ। ହେଲେ ଅସଲ ଦାୟିତ୍ଵ କାହାର? ରାଜ୍ୟ ସରକାର ଯେତିକି ଜମି ଯୋଗାଇ ଦେଇସାରିଛନ୍ତି, ସେତିକିରେ ରେଳପଥ କାମ ସରିଲାଣି କି? ପ୍ରତି ବର୍ଷ ବଜେଟରେ ଏହି ରେଳପଥ ଲାଗି ଯେତିକି ଅର୍ଥ ବରାଦ ହେଉଛି ବାସ୍ତବରେ ତାର ଦଶ ଭାଗରୁ ଭାଗେ ବି ଖର୍ଚ୍ଚ ହେଉନାହିଁ। ଏହି ରେଳପଥ କାମ ସାରିବାକୁ କେନ୍ଦ୍ର ସରକାରଙ୍କର ଯେ ଆନ୍ତରିକତା ନାହିଁ, ଏହାର ପ୍ରମାଣ ଖୋଜିବାକୁ ବେଶୀ ଦୂର ଯିବାକୁ ପଡିବ ନାହିଁ। ୧୦୦୦ କିଲୋମିଟର ରେଳପଥ ପାଞ୍ଚ ବର୍ଷରେ ସାରୁଛୁ ବୋଲି ବାହାସ୍ଫୋଟ ମାରୁଥିବା ବିଜେପି ସରକାର ଖୁର୍ଦ୍ଧା-ବଲାଙ୍ଗୀର ରେଳପଥ କେବେ ସାରିବ, ସେକଥା ଆମକୁ କହିବେ କି?

ଏହି ରେଳପଥ ସହିତ ଚାରି ଜଣ ସାଂସଦଙ୍କର ନିର୍ବାଚନ ମଣ୍ଡଳୀ ଲାଭବାନ ହେବ। ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ପୁରୀ ସାଂସଦ ପିନାକୀ ମିଶ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଭୂମିକା ଏ କ୍ଷେତ୍ରରେ କଣ ହେବା ଉଚିତ, ସେ ବିଷୟରେ ମଧ୍ୟ କେହି ପଚାରୁ ନାହାନ୍ତି। ସଂସଦରେ ଏହି ରେଳପଥ ସମ୍ପର୍କରେ କେବେ କେମିତି ଅବଶ୍ୟ ପ୍ରଶ୍ନ ଉଠିଛି। ହେଲେ କେନ୍ଦ୍ର ସରକାରଙ୍କ ପାଇଁ ଏହା କେବେବି ପ୍ରାଥମିକତା ନଥିଲା।

ଉପକୂଳ ଓଡିଶା ସହିତ ପଶ୍ଚିମ ଓଡିଶାର ଯୋଗାଯୋଗ ବ୍ୟବସ୍ଥା ସୁଧାରିବାରେ ଏହି  ରେଳପଥ ଜୀବନରେଖା ଭଳି କାମ କରିବ। ତେଣୁ ଏହାର ଆବଶ୍ୟକତା ରାଜ୍ୟର ସ୍ଵାର୍ଥ ଦୃଷ୍ଟିରୁ ସବୁଠୁ ଅଧିକ। ହେଲେ ରାଜ୍ୟ ସରକାର ମଧ୍ୟ ଏ ପ୍ରସଙ୍ଗରେ ମଝିରେ ମଝିରେ ଚିଠି ଲେଖି ଚୁପ ରହୁଛନ୍ତି। ଏହି ରେଳପଥ ଲାଗି ଶେଷରେ ଏକମାତ୍ର ବାଟ ଭାବରେ ଲୋକେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ। ବିନା ଜନ ଆନ୍ଦୋଳନରେ ଆସନ୍ତା ୧୦୦ ବର୍ଷ ଯାଏଁ ଏ ଏ ପ୍ରକଳ୍ପ ସରିବ, ତାର କୌଣସି ଗ୍ୟାରେଣ୍ଟି ନାହିଁ!!

bolangir khurdha
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Latest News

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026

WhatsApp ୟୁଜରଙ୍କ ପାଇଁ ବଡ଼ ସତର୍କବାଣୀ! ୱେବ୍‌ ଓ ଡେସ୍କଟପ୍‌ରେ ମାଲୱେର ଆକ୍ରମଣ, ଜାରି ହେଲା ଆଲର୍ଟ

June 29, 2026

ଝାରପଡା ଜେଲରେ କଏଦୀ ମୃତ

June 29, 2026

ବିଶ୍ୱ ପାଇଁ ଆଶ୍ୱସ୍ତିର ଖବର! ସଂଘର୍ଷ ରୋକିବାକୁ ସହମତ ଆମେରିକା-ଇରାନ, ଦୋହାରେ ହେବ ଶାନ୍ତି ଆଲୋଚନା

June 29, 2026

ପାକିସ୍ତାନର ଅଭିଯୋଗକୁ ଭାରତର ପାଲଟା ପ୍ରହାର, ‘ଅନ୍ୟକୁ ଦୋଷ ନୁହେଁ, ନିଜ ଘର ସମ୍ଭାଳନ୍ତୁ’

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.