Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଜେଟ୍‌ ମୁଖ୍ୟାଂଶ : ନାରୀ ସୁରକ୍ଷା ପାଇଁ 26 ହଜାର କୋଟି
ଜାତୀୟ ଖବର

ବଜେଟ୍‌ ମୁଖ୍ୟାଂଶ : ନାରୀ ସୁରକ୍ଷା ପାଇଁ 26 ହଜାର କୋଟି

February 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ରେ ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ବେଟି ବଚାଓ ବେଟୀ ପଢାଓ ଯୋଜନାରେ ପ୍ରାୟ 94 ପ୍ରତିଶତ ମହିଳା ଉପକୃତ ହେଉଥିବା ନେଇ ସୀତାରମଣ ଘୋଷଣା କରିଥିଲେ। ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ପାଇଁ ସରକାରଙ୍କ ପକ୍ଷରୁ 28 ହଜାର 6 ଶହ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି । ସେହିପରି ମହିଳାଙ୍କ ବିବାହ ବୟସ ପୂର୍ବରୁ କରାଯାଉଥିବା ବିବାହକୁ ରୋକିବା ପାଇଁ ଏକ କମମିଟି ଗଠନ କରାଯିବା ନେଇ ସୀତାରମଣ ଘୋଷଣା କରିଛନ୍ତି। ଅପପୁଷ୍ଟିର ମୁକାବିଲା ପାଇଁ 35600 କୋଟି ଟଙ୍କାର ଘୋଷଣା କରାଯାଇଛି। 2021 ସୁଦ୍ଧା ଦେଶର 10 କୋଟି ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୀତାରମଣ ପ୍ରକାଶ କରିଛନ୍ତି ।
ସେହିପରି ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ବିକାଶ ପାଇଁ 85 ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବା ବେଳେ ଅନୁସୂଚିତ ଜନଜାତି ବର୍ଗର ବିକାଶ ପାଇଁ 53 ହଜାର 700 କୋଟି ଟଙ୍କା ଘୋଷଣା କରାଯାଇଛି ।

ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ 600 ନୂତନ ବିମାନ ଚଳାଚଳ ପାଇଁ ଘୋଷଣା କରାଯାଇଛି। 2024 ସୁଦ୍ଧା ଦେଶରେ 100ଟି ନୂତନ ବିମାନବନ୍ଦର ନିର୍ମାଣ ସହିତ ବିମାନ ସଂଖ୍ୟ 1200କୁ ବୃଦ୍ଧି କରିବା ପାଇଁ ବଜେଟ୍‌ରେ ଘୋଷଣା କରାଯାଇଛି । ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଘୋଷଣା କରାଯାଇଛି। ପର୍ଯ୍ୟଟନର ବିକାଶ ପାଇଁ 25 ଶହ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ସଂସ୍କୃତିର ପୁନରୁଦ୍ଧାର ପାଇଁ 3150 କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ 5ଟି ନୂତନ ପର୍ଯ୍ୟଟନ ସ୍ଥଳର ବିକାଶ ନେଇ ଘୋଷଣା କରାଯାଇଛି। କୋଲକାତାରେ ଅବସ୍ଥିତ ଇଣ୍ଡିଆନ୍‌ ମ୍ୟୁଜିୟମ୍‌ର ପୁନରୁଦ୍ଧାର କରାଯିବା ସହିତ ରାଞ୍ଚିରେ ଏକ ଜନଜାତି ସଂଗ୍ରହାଳୟ ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଛି ।

culture heritage nirmalasitharaman
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ଦୁଇଟି ବଡ଼ ନିଷ୍ପତ୍ତି

June 30, 2026

ବିଂଶତମ ପରିସଂଖ୍ୟାନ ଦିବସ ୨୦୨୬ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

June 30, 2026

ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

June 30, 2026

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026
Latest News

ଅନୁଗୋଳରେ ବେଆଇନ୍ ବନ୍ଧୁକ କାରଖାନା ଠାବ, ୨ ଭାଇ ଗିରଫ

June 30, 2026

ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

June 30, 2026

ବ୍ୟବସାୟୀଙ୍କ ଗଳା କାଟି ହତ୍ୟା, ଫେରାର ବେଳେ ଦୁର୍ଘଟଣାରେ ଜଣେ ଅଭିଯୁକ୍ତ ମୃତ

June 30, 2026

ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତକୁ ପାକିସ୍ତାନର କଡ଼ା ଚେତାବନୀ

June 30, 2026

ଯାତ୍ରା ଚାଲିଥିବାବେଳେ ଜଳିଗଲା ଷ୍ଟେଜ୍, ଅଳ୍ପକେ ବର୍ତ୍ତିଲେ ଦର୍ଶକ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.