Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତରେ ମୋଟ ୧୧୪ କରୋନା ଭୂତାଣୁ ସଂକ୍ରମିତ, ସେଥିମଧ୍ୟରୁ ୧୩ ସୁସ୍ଥ ୨ ମୃତ,କେନ୍ଦ୍ର ସରକାର ନେଲେ ଏହି ନିଷ୍ପତି
ଜାତୀୟ ଖବର

ଭାରତରେ ମୋଟ ୧୧୪ କରୋନା ଭୂତାଣୁ ସଂକ୍ରମିତ, ସେଥିମଧ୍ୟରୁ ୧୩ ସୁସ୍ଥ ୨ ମୃତ,କେନ୍ଦ୍ର ସରକାର ନେଲେ ଏହି ନିଷ୍ପତି

March 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ବର୍ତମାନ ସୁଦ୍ଧା ଦେଶରେ ୧୧୪ ଜଣ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଦ୍ୟସୂଚନା ଅନୁଯାୟୀ ଓଡ଼ିଶା, ଜମ୍ମୁ କଶ୍ମୀର, କେରଳ ଓ ଲଦାଖରେ ଗୋଟିଏ ଲେଖାଏଁ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୫୨୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ଉପରେ ନଜର ରଖାଯାଇଛି ।

ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ୫୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେମାନେ ଆଜି ଭାରତରେ ପହଁଚିବା ପରେ ସେମାନଙ୍କୁ ଜୟଶାଲମେରସ୍ଥିତ ସେନା ସୁବିଧା କେନ୍ଦ୍ରରେ ପୃଥକ ଭାବେ ରଖାଯାଇଛି। କାହାରି ନିକଟରେ ରୋଗର ଲକ୍ଷଣ ଦେଖାଯାଉନାହିଁ ଏବଂ ସମସ୍ତଙ୍କୁ ନିୟମ ଅନୁଯାୟୀ କ୍ୱାରେଂଟିନ (ପୃଥକ) ଭାବେ ରଖାଯାଇଛି ।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ନିର୍ମାଣ ଭବନରେ କରୋନା ଭୂତାଣୁ (କୋଭିଡ-୧୯)କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ସୁଶ୍ରୀ ପ୍ରୀତି ସୁଦାନ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହାଥିଲା ମନ୍ତ୍ରୀଗୋଷ୍ଠୀର ସପ୍ତମ ବୈଠକ। ଏଥିରେ କୋଭିଡ-୧୯ ମୁକାବିଲା ଏବଂ ନିରାକରଣ ଲାଗି ଅଂଶୀଦାରମାନେ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନା ପରେ ସାମାଜିକ ସମାବେଶନ ଠାରୁ ଦୂରରେ ରହିବା ଲାଗି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା। ଏହାକୁ ପ୍ରମୁଖ ସତର୍କତା ଭାବେ କାର୍ଯ୍ୟକାରୀ କରାଯିବ। କୌଣସି ପ୍ରକାରର ଭିଡ଼ ଠାରୁ ଦୂରରେ ରହିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହି କଟକଣାକୁ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ନିମ୍ନଲିଖିତ ନିଷ୍ପତି ନିଆଯାଇଛି।

1- ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ, ଜିମ, ସଂଗ୍ରହାଳୟ, ସାଂସ୍କୃତିକ ଓ ସାମାଜିକ କେନ୍ଦ୍ର, ସ୍ୱିମିଂ ପୁଲ ଓ ଥିଏଟରକୁ ବନ୍ଦ ରଖାଯିବ। ପିଲାମାନଙ୍କୁ ଘରେ ରହିବା ଲାଗି ପରାମର୍ଶ ଦିଆଯିବ। ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ।

2-ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ବସ, ଟ୍ରେନ ଓ ବିମାନରେ ଭିଡ଼ ଏଡ଼ାଇବା ସହିତ ସମସ୍ତ ସର୍ବସାଧାରଣ ପରିବହନ ସେବାକୁ ନିୟମିତ ଭାବେ ଏବଂ ଉପଯୁକ୍ତ ଢଙ୍ଗରେ ପରିଷ୍କାର ତଥା ସଂକ୍ରମଣମୁକ୍ତ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

3-ସମ୍ଭବହେଲେ ଘରୁ ଥାଇ କାମ କରିବା ଲାଗି କର୍ମଚାରୀମାନଙ୍କୁ ଅନୁମତି ଦେବାକୁ ଘରୋଇ କ୍ଷେତ୍ରର ସଂଗଠନ ଏବଂ ନିଯୁକ୍ତିଦାତାମାନଙ୍କୁ ପରାମର୍ଶ ଦିଆଯାଇଛି।

4-ଭିଡିଓ କନଫରେନ୍ସ ଜରିଆରେ ବୈଠକ ଆୟୋଜନ କରିବା ଏବଂ ଅଧିକ ଲୋକଙ୍କୁ ନେଇ ଅନାବଶ୍ୟକ ବୈଠକ ଓ ସମ୍ମିଳନୀକୁ କମ କରିବା କିମ୍ବା ଘୁଂଚାଇ ଦେବାକୁ ପରାମର୍ଶ ଦିଆଯାଇଛି।

5-ରେସ୍ତୋରାଁଗୁଡ଼ିକରେ ହାତଧୁଆ ନିୟମ ପାଳନ କରିବା ଓ ନିୟମିତ ସ୍ପର୍ଶ ହେଉଥିବା ସ୍ଥାନରେ ଯଥେଷ୍ଟ ସ୍ୱଚ୍ଛତା ବଜାୟ ରଖିବା ଲାଗି କୁହାଯାଇଛି। ଟେବୁଲ ମଧ୍ୟରେ ଶାରୀରିକ ଦୂରତା (୧ ମିଟର) ସୁନିଶ୍ଚିତ କରିବା, ସମ୍ଭବ ହେଲେ ଯଥେଷ୍ଟ ଦୂରତା ରକ୍ଷା କରି ମୁକ୍ତାକାଶ ବସିବା ସ୍ଥାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି।

6-ଅଧିକ ଭିଡ଼ ରହୁଥିବା କ୍ରୀଡ଼ା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜକଙ୍କ ସହିତ ସ୍ଥାନୀୟ କର୍ତୃପକ୍ଷ ଆଲୋଚନା କରିବେ ଏବଂ ସେଗୁଡ଼ିକୁ ଘୁଂଚାଇ ଦେବା ଲାଗି ପରାମର୍ଶ ଦେବେ।

7-ଧାର୍ମିକ କାର୍ଯ୍ୟକ୍ରମରେ ଭିଡ଼ ନକରିବା ଲାଗି ସ୍ଥାନୀୟ ପ୍ରଶାସନ ଧାର୍ମିକ ନେତାଙ୍କ ସହିତ ଆଲୋଚନା କରିବେ । ଏପରି ଯେକୌଣସି କାର୍ଯ୍ୟକ୍ରମରେ ଅତି କମରେ ୧ ମିଟର ଦୂରତା ରକ୍ଷା କରିବା ଲାଗି ପରାମର୍ଶ ଦିଆଯାଇଛି।

8-ଜରୁରି ସେବା ଯୋଗାଇ ଦିଆଯାଉଥିବା ସ୍ଥାନ ଯେପରିକି ପରିବା ହାଟ, ଖାଦ୍ୟଶସ୍ୟ ବିକ୍ରି ସ୍ଥାନ, ବସ ଡିପୋ, ରେଳ ଷ୍ଟେସନ, ପୋଷ୍ଟ ଅଫିସ ଆଦି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ, କ’ଣ କରାଯିବା ଉଚିତ ଏବଂ ଅନୁଚିତ ସେ ସମ୍ପର୍କରେ ପରାମର୍ଶ ଦିଆଯିବ। ଏଥିସହିତ ଭିଡ଼ ଏଡ଼ାଇବା ଏବଂ ଅନ୍ୟାନ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ବ୍ୟବସାୟୀ ସଂଗଠନ ଓ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା ଲାଗି ସ୍ଥାନୀୟ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।

9-ଜନସାଧାରଣଙ୍କୁ ନିୟମିତ ଏବଂ ନିରନ୍ତର ଭାବେ ସଚେତନ କରିବା ଲାଗି ପରାମର୍ଶ ଦିଆଯାଇଛି ।

10-ଅତିରିକ୍ତ ଯାତ୍ରା ମାର୍ଗଦର୍ଶିକା : କୋଭିଡ-୧୯ର ଅଧିକ ବିପଦ ଥିବା ସ୍ଥାନକୁ ଯାତ୍ରା ଉପରେ କଟକଣାକୁ ଆହୁରି କଠୋର କରାଯାଇଛି। ୟୁଏଇ, କାତାର, ଓମାନ ଏବଂ କୁୱେତରୁ ଆସୁଥିବା କିମ୍ବା ଏସବୁ ଦେଶ ଦେଇ ଆସୁଥିବା ଯାତ୍ରୀଙ୍କୁ ଅତିକମରେ ୧୪ ଦିନ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବେ ପୃଥକ କରି ରଖାଯିବାକୁ ନିଷ୍ପତି ହୋଇଛି। ଏହି ନିୟମ ସମସ୍ତ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର କିମ୍ବା ସ୍ଥଳ ସୀମାରେ ୧୮ ମାର୍ଚ୍ଚ ୨୦୨୦ ଅପରାହ୍ଣ ସାଢ଼େ ୫ଟା ଠାରୁ କାର୍ଯ୍ୟକାରୀ ହେବ।

11-୧୮ ମାର୍ଚ୍ଚ, ୨୦୨୦ ଠାରୁ ୟୁରୋପୀୟ ସଂଘ, ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଗଠନ, ତୁର୍କୀ ଓ ଇଂଲଣ୍ଡରୁ ଆସୁଥିବା ଯାତ୍ରୀଙ୍କର ଭାରତରେ ପ୍ରବେଶକୁ ନିଷେଧ କରାଯାଇଛି। ୧୮ ମାର୍ଚ୍ଚ, ୨୦୨୦ ଅପରାହ୍ଣ ସାଢ଼େ ୫ଟା ପରଠାରୁୁ କୌଣସି ବିମାନ ସେବା ପ୍ରଦାନକାରୀ ଏସବୁ ଦେଶରୁ ଭାରତକୁ ଯାତ୍ରୀ ଆଣିପାରିବେ ନାହିଁ।

12- ବିମାନସେବା ପ୍ରଦାନକାରୀଗୁଡ଼ିକ ଏହି ନିୟମ କଡ଼ାକଡ଼ି ପାଳନ କରିବେ।

ତେବେ ଏସବୁ ଆଦେଶ ଅସ୍ଥାୟୀ ଏବଂ କେବଳ ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ଲାଗୁ ହେବ । ନିୟମିତ ବ୍ୟବଧାନରେ ଏହାର ସମୀକ୍ଷା ମଧ୍ୟ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୬ ତାରିଖ ରବିବାରରେ ଏହି ରାଶିର ବ୍ୟକ୍ତିମାନେ ମାନସିକ ସ୍ତରରେ ହେବେ ଚିନ୍ତିତ

July 26, 2026

ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର

July 25, 2026

ଏବେ ବିହାର ମୁଖ୍ୟମନ୍ତ୍ରୀଙ୍କ ପାଳି?: CJP ର ବଡ଼ ଘୋଷଣା, ପାଟନାରେ ଏକାଠି ହେବେ ‘କକ୍ରୋଚ’ 

July 25, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗୃହୀତ: ଜାଣନ୍ତୁ କାହାକୁ ମିଳିଲା ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ?

July 25, 2026
Latest News

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 26, 2026

ଆଜି ଜୁଲାଇ ୨୬ ତାରିଖ ରବିବାରରେ ଏହି ରାଶିର ବ୍ୟକ୍ତିମାନେ ମାନସିକ ସ୍ତରରେ ହେବେ ଚିନ୍ତିତ

July 26, 2026

ବଡ଼ ଏକାଦଶୀରେ ଦ୍ୱୀତିୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ରୂପା ବେଶରେ ସଜେଇ ହେଲେ ତିନି ଠାକୁର

July 25, 2026

ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର

July 25, 2026

ହିନ୍ତରାଇ ଗ୍ରାମରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.