Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା ରୋଗୀ ସେବାକାରୀଙ୍କ ପାଇଁ ୫ ମିନିଟ ପର୍ଯ୍ୟନ୍ତ ତାଳି ମାରି ଧନ୍ୟବାଦ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
ଜାତୀୟ ଖବର

କରୋନା ରୋଗୀ ସେବାକାରୀଙ୍କ ପାଇଁ ୫ ମିନିଟ ପର୍ଯ୍ୟନ୍ତ ତାଳି ମାରି ଧନ୍ୟବାଦ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

March 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

* ୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ନିବେଦନ

* ୨୨ ମାର୍ଚ୍ଚ ଅପରାହ୍ଣ ୫ଟାରେ ନିଃସ୍ୱାର୍ଥପର ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବାକୁ ଆହ୍ୱାନ

* ଭୟଭୀତ ହୋଇ ସାମଗ୍ରୀ ନକିଣିବାକୁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ; ଜରୁରି ସାମଗ୍ରୀ ମହଜୁଦ ନେଇ ଦେଲେ ଆଶ୍ୱାସନା

* ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ‘କୋଭିଡ-୧୯ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ’ ଗଠନ ପାଇଁ ଘୋଷଣା

*ଅପରାହ୍ଣ ୫ଟାରେ ସାଇରନ ବଜାଇ ସେବାକୀରଙ୍କୁ ଧନ୍ୟବାଦ ଜଣାଇବା ଲାଗି ସେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ।

 

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ମୁକାବିଲା ଲାଗି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ନବରାତ୍ର ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣଙ୍କୁ ୯ଟି ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏହି ମହାମାରୀର ମୁକାବିଲା ଲାଗି ସଂଯମ ଓ ସଂକଳ୍ପର ଆବଶ୍ୟକତା ରହିଛି। ସେ ସମସ୍ତ ନାଗରିକଙ୍କୁ ରୋଗ ସଂକ୍ରମଣ ରୋକିବା ଲାଗି କେତେକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ। ଏହି ମହାମାରୀକୁ ହାଲୁକା ଭାବେ ନନେବାକୁ ସେ ଅନୁରୋଧ କରିବା ସହିତ ଏହାର ନିରାକରଣ ଲାଗି ସତର୍କ ରହିବା ପାଇଁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ “ଆମେ ସୁସ୍ଥ ରହିଲେ ବିଶ୍ୱ ସୁସ୍ଥ ରହିବ” ମନ୍ତ୍ର ପାଳନ ପାଇଁ ଆହ୍ୱାନ କରିଥିଲେ। ‘ସାମାଜିକ ଦୂରତା’ ବା ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ। ଏହି ନିୟମକୁ ଧୈର୍ଯ୍ୟର ସହ ପାଳନ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିବା ସହ ଅତି ଜରୁରି ହେଲେ ଘରୁ ବାହାରିବା ଏବଂ ଘରେ ଥାଇ କାମ କରିବା ତଥା ଅଯଥା ଯାତ୍ରା ନକରିବା ପାଇଁ ଆହ୍ୱାନ କରିଥିଲେ। ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକମାନେ ଘରୁ ନବାହାରିବା ଲାଗି ପ୍ରଧାନମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କୁ ଅନୁରୋଧ କରିଥିଲେ। ସେ ଡାକ୍ତରଖାନାଗୁଡ଼ିକ ଉପରେ ପଡ଼ୁଥିବା ଚାପ ବିଷୟରେ ଉଲ୍ଲେଖ କରି ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ ନଥିଲେ ତାହାକୁ ଏଡ଼ାଇଯିବା ଦରକାର।

ଜନତା କର୍ଫ୍ୟୁ
ଆସନ୍ତା ୨୨ ମାର୍ଚ୍ଚ ରବିବାର ଦିନ ସକାଳ ୭ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ । ଜରୁରି ସେବାରେ ନିୟୋଜିତ ଥିବା ଲୋକମାନଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ଘରୁ ନବାହାରିବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଏପରି ଜନ ଆନ୍ଦୋଳନ ଏବଂ ଏଥିରୁ ମିଳିଥିବା ଅଭିଜ୍ଞତାକୁ ଆଧାର କରି ଆମେ ଆଗାମୀ ଦିନର ଆହ୍ୱାନକୁ ମୁକାବିଲା କରିପାରିବା। ମାର୍ଚ୍ଚ ୨୨ରେ ଆମର ପ୍ରୟାସ ଆମର ଆତ୍ମସଂଯମ ଏବଂ ଦେଶର ହିତ ପାଇଁ କର୍ତବ୍ୟ ପାଳନ ଦିଗରେ ଆମ ପ୍ରତିବଦ୍ଧତାର ପରିଚାୟକ ହେବ। ରାଜ୍ୟ ସରକାରମାନଙ୍କୁ ନେତୃତ୍ୱ ନେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଏନସିସି, ଏନଏସଏସ, ନାଗରିକ ସମାଜ ଭଳି ସଂଗଠନକୁ ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅନୁରୋଧ କରିଥିଲେ। ସେ ସମସ୍ତଙ୍କ ଅତିକମରେ ୧୦ ଜଣ ଲେଖାଏଁ ଲୋକଙ୍କୁ ଫୋନରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ସୂଚନା ଦେବାକୁ ଅନୁରୋଧ କରିଥିଲେ।

ନିଃସ୍ୱାର୍ଥ ସେବକମାନଙ୍କୁ ଧନ୍ୟବାଦ
ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-୧୯ ମହାମାରୀର ମୁକାବିଲା ଦିଗରେ ବହୁ ସାହସୀ ଲୋକ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ସରକାରୀ କର୍ମଚାରୀ, ବିମାନ ବନ୍ଦର କର୍ମଚାରୀ, ଗଣମାଧ୍ୟମ କର୍ମୀ, ବସ, ଟ୍ରେନ, ଅଟୋ ସେବାରେ ଥିବା କର୍ମୀ ଏବଂ ହୋମ ଡେଲିଭରି କରୁଥିବା କର୍ମଚାରୀ। ଏଭଳି କଷ୍ଟକର ସମୟରେ ସେମାନେ ଦେଶ ପାଇଁ ବହୁତ ବଡ଼ ସେବା କରୁଛନ୍ତି । ସେମାନଙ୍କୁ ସମ୍ମାନ ଜଣାଇବା ଲାଗି ମାର୍ଚ୍ଚ ୨୨ ସନ୍ଧ୍ୟା ୫ଟାରେ ସମସ୍ତେ ସେମାନଙ୍କ ଘର ଦ୍ୱାର କିମ୍ବା ବାଲକୋନିରେ ଛିଡ଼ା ହୋଇ ୫ ମିନିଟ ପର୍ଯ୍ୟନ୍ତ ତାଳି ମାରି କିମ୍ବା ଘଂଟି ବଜାଇ ଧନ୍ୟବାଦ ପ୍ରକଟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ସେହିପରି ଅପରାହ୍ଣ ୫ଟାରେ ସାଇରନ ବଜାଇ ସେମାନଙ୍କୁ ଧନ୍ୟବାଦ ଜଣାଇବା ଲାଗି ସେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଥିଲେ।

ଆର୍ଥିକ ଆହ୍ୱାନର ମୁକାବିଲା
ଏହି ମହାମାରୀ ଦ୍ୱାରା ପଡ଼ିଥିବା ଆର୍ଥିକ ଆହ୍ୱାନର ମୁକାବିଲା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ‘କୋଭିଡ-୧୯ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ’ ଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହି ଟାସ୍କଫୋର୍ସ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା କରି ମତାମତ ସଂଗ୍ରହ କରିବ ଏବଂ ଏହାରି ଆଧାରରେ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପଦକ୍ଷେପ ନେବ। ଏହି ଟାସ୍କଫୋର୍ସ ମଧ୍ୟ ନିଆଯାଇଥିବା ନିଷ୍ପତିର କାର୍ଯ୍ୟାନ୍ୱୟନ ତଦାରଖ କରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ବ୍ୟବସାୟୀ ଗୋଷ୍ଠୀ ଏବଂ ଉଚ୍ଚ ଆୟ ବର୍ଗର ଲୋକମାନଙ୍କୁ ଅନୁରୋଧ କରି କହିଥିଲେ ଯେ ସେବା ଯୋଗାଉଥିବା ନିମ୍ନ ଆୟ ବର୍ଗର ଲୋକମାନଙ୍କ ଦରମା ଏଭଳି ସଂକଟଜନକ ପରିସ୍ଥିତିରେ ସେମାନେ କାଟିବା ଅନୁଚିତ । କାର୍ଯ୍ୟସ୍ଥଳୀକୁ ଆସିନପାରି ସେବା ଯୋଗାଇବାକୁ ଅସମର୍ଥ ହେଉଥିବା ଲୋକଙ୍କ ପ୍ରତି ମାନବିକତାର ସହ ବିଚାର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।

ଖାଦ୍ୟ, କ୍ଷୀର, ଔଷଧ ଆଦି ଜରୁରି ସାମଗ୍ରୀର ଅଭାବ ହେବ ନାହିଁ ଏବଂ ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ । ତେଣୁ ଅଯଥା ଆତଙ୍କିତ ହୋଇ କିଣାକିଣି ନକରିବାକୁ ସେ ଅନୁରୋଧ କରିଥିଲେ। କୋଭିଡ-୧୯ ମୁକାବିଲା ଲାଗି ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ଗୁଜବ ଓ ଭୁଲ ସୂଚନାକୁ ବିଶ୍ୱାସ ନକରିବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ। ଏଭଳି ବୈଶ୍ୱିକ ମହାମାରୀ ସମୟରେ “ମାନବତାର ବିଜୟ ଓ ଭାରତର ବିଜୟ” ଜରୁରି ବୋଲି ସେ କହିଥିଲେ।

Samikhsya Bureau
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026
Latest News

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.