Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାଦଳା ପାଞ୍ଜିରେ ଏ ବର୍ଷର ରଥଯାତ୍ରା ପାଇଁ ଗୋଟେ ଅଲଗା ଅଧ୍ୟାୟ ନିଶ୍ଚୟ ରହିବ
ବିଶେଷ ଖବର

ମାଦଳା ପାଞ୍ଜିରେ ଏ ବର୍ଷର ରଥଯାତ୍ରା ପାଇଁ ଗୋଟେ ଅଲଗା ଅଧ୍ୟାୟ ନିଶ୍ଚୟ ରହିବ

June 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମାଦଳା ପାଞ୍ଜି ହେଉଛି ଓଡିଶା ଇତିହାସର ଏକ ଚଳନ୍ତି ଦସ୍ତାବିଜ। ଏଥିରେ କେବଳ ଶ୍ରୀମନ୍ଦିର ଘଟଣାବଳି ଲିପିବଦ୍ଧ ହୁଏନାହିଁ, ଏଥିରେ ଓଡିଶାର ରାଜନୈତିକ ଓ ସାମାଜିକ ଇତିହାସ ମଧ୍ୟ ସ୍ଥାନ ପାଇଥାଏ। ଏବେ ଶ୍ରୀମନ୍ଦିରରେ ମାଦଳା ପାଞ୍ଜି ଲେଖା ହେଉଛି କି ନାହିଁ କେଜାଣି, ହେଲେ ବର୍ତ୍ତମାନ ସମୟର ଇତିହାସକରମାନେ ଯେତେବେଳେ ଏ ବର୍ଷର ରଥଯାତ୍ରା ବିଷୟରେ ଲେଖିବେ ସେତେବେଳେ ସେମାନଙ୍କୁ ଏକ ଭିନ୍ନ ଅଧ୍ୟାୟ ପୂରା ଲେଖିବାକୁ ପଡିବ। ୧୭୩୩ ମସିହା ପରଠୁ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କଦାପି ବନ୍ଦ ହୋଇନାହିଁ। କରୋନା ମହାମାରୀର କଥା ଆଜି ଉଠୁଛି ଓ ସେହି ଆଧାରରେ ରଥଯାତ୍ରା ବନ୍ଦ କରିବାର ଯୁକ୍ତି ଉଠିଛି। ଗତ ଜୁନ ୧୮ ତାରିଖ ଦିନ ଦେଶର ସର୍ବୋଚ୍ଚ ଅଦାଲତ ଯେତେବେଳେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ଆଦେଶ ଦେଲେ ସେତେବେଳେ ତାଙ୍କ ପାଖରେ ଏକମାତ୍ର ଯୁକ୍ତି ଥିଲା ଯେ, ଏଥିରେ ୧୦ ରୁ ୧୨ ଲକ୍ଷ ଲୋକଙ୍କ ସମାବେଶ ହେବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମାନ ଯୁକ୍ତି ଉପସ୍ଥାପନ କରି ସୁପ୍ରିମକୋର୍ଟଙ୍କୁ ଯାତ୍ରା ନ ହେଉ ବୋଲି ପରାମର୍ଶ ଦେଲେ। ତେବେ ସୁପ୍ରିମ କୋର୍ଟ ଆଦେଶର ମାତ୍ର ୪୮ ଘଣ୍ଟା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସ୍ଵର ବଦଳିଗଲା। ଉଭୟ ସରକାରୀ ପକ୍ଷ ଜୁନ ୨୨ ତାରିଖରେ ସୁପ୍ରିମ କୋର୍ଟଙ୍କୁ କହିଲେ ଯେ କୋଭିଡ ଶୃଙ୍ଖଳାକୁ ମାନି ରଥଯାତ୍ରା କରିହେବ।

ଏଠି ପ୍ରଶ୍ନ ଉଠୁଛି, ଯାହା ୨୨ ଜୁନ ରେ ସମ୍ଭବ ହେଲା ତାହା ୧୮ ଜୁନରେ ଅସମ୍ଭବ ଥିଲା କେମିତି? ରଥ ଯାତ୍ରା ବନ୍ଦ ହେବା ଜଗନ୍ନାଥଙ୍କ ଇଚ୍ଛା ବୋଲି ସେତେବେଳେ ଶାସକ ଦଳ ତରଫରୁ ଯୁକ୍ତି କରାଗଲା। ଆଜି ରଥଯାତ୍ରା ପାଳିତ ହେବା ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା। ସବୁ ଯଦି ତାଙ୍କରି ଇଚ୍ଛା, ତା ହେଲେ ଏ ବାଧା ଓ ପ୍ରତିବନ୍ଧକ ଲଗାଇଥିଲା କିଏ? ରଥଯାତ୍ରାର ଦୀର୍ଘ ପରମ୍ପରାରେ ବାରମ୍ବାର ମହାମାରୀ, ପ୍ରାକୃତିକ ବିପର୍ୟୟ ଓ ଅନାଟନର ବାଧା ଆସିଛି॥ ତା ସତ୍ତ୍ୱେ ରଥଯାତ୍ରା କେବେ ବନ୍ଦ ହୋଇନାହିଁ। ୧୮୬୬ ମସିହାର ନ ଅଙ୍କ ଦୁର୍ଭିକ୍ଷ ଯେଉଁଥିରେ ଲକ୍ଷ ଲକ୍ଷ ଓଡିଆ ଓଡିଆ ପ୍ରାଣ ହରାଇଥିଲେ, ସେତେବେଳେ ରଥଯାତ୍ରା ବନ୍ଦ ହୋଇନଥିଲା। ବସନ୍ତ, ହଇଜା, ପ୍ଲେଗ ଭଳି ମହାମାରୀର ବ୍ୟାପକ ଆକ୍ରମଣ ସମୟରେ ମଧ୍ୟ ରଥଯାତ୍ରା ବନ୍ଦ ହୋଇନଥିଲା। ତେଣୁ କରୋନା ସମୟରେ ରଥଯାତ୍ରା ବନ୍ଦ କରିବାର ନିଷ୍ପତ୍ତି, ଅନେକଙ୍କ ଲାଗି ହୃଦୟ ବିଦାରକ ଥିଲା ନିଶ୍ଚୟ। ତେଣୁ ଏହି ନିଷ୍ପତ୍ତି କୁ ଲୋକେ ନୀରବରେ ବିରୋଧ କରିଥିଲେ।

ତେବେ ରଥଯାତ୍ରାକୁ ବନ୍ଦ କରିବା ଲାଗି ସରକାରୀ ସ୍ତରରେ ଯେଉଁ ଉଦ୍ୟମ ହୋଇଥିଲା, ସେଥିଲାଗି ଓଡିଶାର ଦୁଇ ପ୍ରମୁଖ ରାଜନୈତିକ ଦଳ, ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳର ଭୂମିକାକୁ ଓଡିଶାର ଜଣ ସାଧାରଣ ମନେ ରଖିବେ ନିଶ୍ଚୟ। ଜୁନ ୨୨ ରେ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଆସିବା ପରେ ଏଥିରୁ ରାଜନୈତିକ ଫାଇଦା ଉଠାଇବାର ଉଦ୍ଦେଶ୍ୟ ନେଇ ରାଜନୈତିକ ଦଳ ଗୁଡିକ ଅନେକ କଥା କହୁଛନ୍ତି। ହେଲେ ୨୨ ଜୁନ ପୂର୍ବରୁ ସବୁ ରାଜନୈତିକ ଦଳ “ଏହା ଜଗନ୍ନାଥଙ୍କ ଇଚ୍ଛା” ବୋଲି କହି ହାତ ଟେକି ଦେଇଥିଲେ। ସାଧାରଣ ନାଗରିକ ଓ ସେବାୟତଙ୍କ ଉଦ୍ୟମ ଯୋଗୁଁ ହିଁ ଚଳିତ ବର୍ଷର ରଥଯାତ୍ରା ସମ୍ଭବ ହୋଇଛି।

ତେବେ ରଥଯାତ୍ରା କୁ ନେଇ ଚଳିତ ବର୍ଷ ଯେଉଁ ବିତର୍କ, ତାର ମୂଳରେ ଜନସ୍ୱାସ୍ଥ୍ୟ ଏକ ପ୍ରମୁଖ ପ୍ରସଙ୍ଗ ଥିଲା। କୋଭିଡ ମହାମାରୀ ସମୟରେ ଏତେ ଲୋକଙ୍କ ଭିତରେ ସାମାଜିକ ଦୂରତାର ନିୟମ ମାନିବା ସମ୍ଭବପର ନୁହେଁ। ଆଜି ମଧ୍ୟ ସେ ପ୍ରଶ୍ନ ଖଣ୍ଡାଧାର ପରି ସରକାରଙ୍କର ମୁଣ୍ଡ ଉପରେ ଝୁଲୁଛି।ଚଳିତ ବର୍ଷ ଯାତ୍ରା ପରିଚାଳନା ସମୟରେ ଅନ୍ୟ ବର୍ଷ ତୁଳନାରେ ଅଧିକ ସତର୍କତା ଓ ଶୃଙ୍ଖଳାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଦଇତାପତି ସେବକମାନେ ବେଶୀ ସତର୍କ ରହିବା ବିଧେୟ। “ସବୁ କିଛି ଚଳିଯିବ” ବୋଲି ଭାବି ଏଥର ରଥଯାତ୍ରା ହୋଇ ପାରିବ ନାହିଁ। ଲୋକଙ୍କ ଜୀବନ ଓ ଧାର୍ମିକ ପରମ୍ପରା ଭିତରେ ଏକ ସୂକ୍ଷ୍ମ ସନ୍ତୁଳନ ନ ରହିଲେ ଲୋକ ଭାବନା ଅଧିକ ଆହତ ହେବ। ତେଣୁ ଯାତ୍ରା ପାଇଁ ବହୁ ସଂଘର୍ଷ ପରେ ଯେଉଁ ଅନୁମତି ମିଳିଛି, ତାକୁ ବୁଝିବାର ଦାୟିତ୍ଵ ସେବାୟତମାନଙ୍କର।

ରାଜନୀତି, ପ୍ରଶାସନିକ ପେଞ୍ଚ ଏବଂ ଆଇନଗତ ଜାଲକୁ କାଟି ଚଳିତ ବର୍ଷର ରଥଯାତ୍ରା ଅନୁଷ୍ଠିତ ହେଉଛି। ଏହା ଜଗନ୍ନାଥ ମହାପ୍ରଭୁଙ୍କ ମାନବୀୟ ସଂସ୍କୃତି ଓ ଜଗତ କଲ୍ୟାଣ ଭାବନା ଯୋଗୁଁ ସମ୍ଭବ ହୋଇଛି। ତେଣୁ ଏ ଯାତ୍ରା ଯେମିତି ଜନସ୍ୱାସ୍ଥ୍ୟ ପାଇଁ ବିପଦ ନ ହୁଏ, ତାକୁ ଦେଖିବା ସମସ୍ତଙ୍କର ଦାୟିତ୍ଵ ହେବା ଉଚିତ।

ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

August 21, 2026
Latest News

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026

ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.