Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେବେ ପ୍ରକାଶ ପାଇବ ଓଡିଶା ବିଜେପିର ପ୍ରାର୍ଥୀ ତାଲିକା ? ବିଜେପି ପାଖରେ ୧୪୭ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ ସତରେ ନାହାନ୍ତି କି ?
ବିଶେଷ ଖବର

କେବେ ପ୍ରକାଶ ପାଇବ ଓଡିଶା ବିଜେପିର ପ୍ରାର୍ଥୀ ତାଲିକା ? ବିଜେପି ପାଖରେ ୧୪୭ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ ସତରେ ନାହାନ୍ତି କି ?

March 21, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Candidate list of BJP Odisha being late
Candidate list of BJP Odisha being late

କେଦାର ମିଶ୍ର

ନିର୍ବାଚନ ସମୟରେ କଂଗ୍ରେସ ଦଳର ଟିକଟ ବଣ୍ଟନ ପ୍ରକ୍ରିୟାକୁ ନେଇ ଅନେକ ରାଜନୈତିକ ଜୋକ୍ସରହିଛି। ଏ ଦଳରୁ କିଏ କେତେବେଳେ ଟିକଟ ପାଇବ ଓ କେତେବେଳେ କାହାର ଟିକଟ କଟିବ, ସେକଥା କହିବା ବଡ ମୁସ୍କିଲ। ହେଲେ ଏ ନିର୍ବାଚନରେ କଂଗ୍ରେସ ଦଳ ବେଶ ସୁଧୁରି ଯାଇଛି। ଓଡିଶାରେ ବିଧାନସଭା ଓ ଲୋକସଭା ପାଇଁ ଏକା ସାଙ୍ଗରେ ନିର୍ବାଚନ ହେଉଥିବାରୁ ଏଠି ପ୍ରାର୍ଥୀ ତାଲିକା ଯଥାଶୀଘ୍ର ପ୍ରକାଶ ପାଇବା ଆବଶ୍ୟକ। ଶାସକ ବିଜୁ ଜନତା ଦଳ ଓ କଂଗ୍ରେସ ତିନି ଦିନ ହେଲାଣି ନିଜର ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଲେଣି। ବିଜେଡି ତାଲିକା ପ୍ରକାଶ ପାଇବାର ମାତ୍ର କେଇ ଘଣ୍ଟା ଭିତରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି ତାଲିକାର ପଦ୍ମ କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି। ଆଜି କାଲି ହୋଇ ଇତି ମଧ୍ୟରେ ଅନ୍ୟ ଦଳର ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରି ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ କଲେଣି। ବିଜେପି ଖାତା କଲମ କିନ୍ତୁ ଏହାର ଦିଲ୍ଲୀ ଅଫିସରେ ଅଟକି ରହିଛି।

ଏ ପ୍ରକାର ବିଳମ୍ବର ଏକମାତ୍ର କାରଣ ହେଉଛି ଠିକ ନିର୍ବାଚନ ପୂର୍ବରୁ ବିଜେପିରେ ଘଟିଥିବା ନେତୃତ୍ବର ନୂଆ ସମୀକରଣ। ବିଜୁ ଜନତା ଦଳର ବହିଷ୍କୃତ ପୂର୍ବତନ ସାଂସଦ ବିଜେପିରେ ଯୋଗଦେବା ପରେ ଏବେ ଓଡିଶା ନିର୍ବାଚନ ର ମଙ୍ଗ ସେ ଧରିଛନ୍ତି। ପୂର୍ବରୁ ରାଜ୍ୟ ବିଜେପିର ଅଘୋଷିତ ମୁଖିଆ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ ହଠାତ ଗୌଣ ଭୂମିକାରେ ନଜର କୁ ଆସୁଛନ୍ତି। ସବୁ ଦଳୀୟ ସଭାରେ ଏବେ ବୈଜୟନ୍ତ ମଝି ଆସନ ପାଉଛନ୍ତି। ବିଜେପିର ନୂଆ ରଣନୀତି ଅନୁସାରେ ବିଜେଡ଼ିର ଅସନ୍ତୁଷ୍ଟ ନେତାମାନଙ୍କୁ ନେଇ ଏବେ ନିର୍ବାଚନ ମଇଦାନକୁ ଯିବାକୁ ପଡିବ। ବିଜେପି ଭିତରେ ଦୀର୍ଘ ବର୍ଷ ଧରି କାମ କରୁଥିବା ପୁରୁଣା ନେତାମାନେ ଜିତି ପାରିବେ ନାହିଁ ବୋଲି ଏକ ଧାରଣା ବିଜେପିରେ ସୃଷ୍ଟି ହୋଇଛି। ତେଣୁ ବିଜେଡଡିରୁଟିକଟ ପାଇନଥିବା ନେତା ହେଉଛନ୍ତି ଏବେ ବିଜେପିର ଶେଷ ଆଶ୍ରୟ।

ଏବେ ପ୍ରତିଦିନ କଂଗ୍ରେସ ଓ ବିଜେପିରୁ ଟିକଟ ପାଇନଥିବା ନେତାମାନେ ବିଜେପିକୁ ନିଜର ଅନ୍ତିମ ଆଶ୍ରୟସ୍ଥଳ ବୋଲି ଭାବୁଛନ୍ତି। ସେଥିଲାଗି ଦଳ ନିଜର ପ୍ରାର୍ଥିତାଲିକା ଘୋଷଣା କରୁନାହିଁ। ଏହାକୁ ଏକପ୍ରକାର ଥୋପ ଭାବରେ ବିଜେପି ବ୍ୟବହାର କରୁଛି। ଯିଏ ବି କଂଗ୍ରେସ ଓ ବିଜେଡି ଛାଡିକି ଆସିବ ତାଙ୍କୁ ଟିକଟ ଦିଆଯିବ ବୋଲି କୁହାଯାଉଛି। ଇତିମଧ୍ୟରେ ବିଜେଡି ନିଜର ଆଠଜଣ ପୁରୁଣା ଲୋକସଭା ସଦସ୍ୟଙ୍କୁ ଟିକଟ ଦେଇନାହିଁ। ସେମାନଙ୍କ ଭିତରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେପିକୁ ଆସି ସାରିଛନ୍ତି। କଳାହାଣ୍ଡି ସାଂସଦଙ୍କୁ ଟିକଟ ନଦେବାର କାରଣ ହେଉଛି, ବିଜେଡି ଭଲ ଭାବରେ ଜାଣିଥିଲା ଯେ ଅର୍କ କେଶରୀ ଦେଓ ବିଜେପି ସହିତ ଅନେକ ଦିନରୁ ଯୋଗାଯୋଗରେ ରହିଛନ୍ତି। ତେଣୁ ସେ ଓ ତାଙ୍କ ପତ୍ନୀ ବିଜେପିରେ ସ୍ଵାଭାବିକ ଭାବରେ ଯୋଗଦେବେ। ଏହାର ପରିଣତି ସ୍ଵରୂପ କଳାହାଣ୍ଡିରେ ଦୀର୍ଘ ବର୍ଷ ଧରି ଦଳୀୟ ସଂଗଠନ କରିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କ ଟିକଟ ଏବେ ସନ୍ଦେହ ଘେରରେ। କନ୍ଧମାଳରେ ବିଜେପିର ସଂଗଠନ ବହୁ ପୁରୁଣା। ସେଠାରେ ନିକଟରେ ବିଜେଡି ଛାଡିଥିବା ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀଙ୍କୁ ଟିକଟ ଦେବା ସହଜ ହୋଇନପାରେ। ସେଥିପାଇଁ ବୋଧହୁଏ ପ୍ରତ୍ୟୁଷା ଦେବୀ ଏବେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି।

ବିଜେପି ନିଜର ପୁରୁଣା ନେତାଙ୍କ ସ୍ଵାର୍ଥ ଦେଖିବ ନା ନୂଆ ବିଜୁ ପରିବାର ଉପରେ ଆସ୍ଥା ପ୍ରକଟ କରିବ, ସେକଥା ଏଯାଏ ସ୍ଥିର କରି ପାରୁନାହିଁ।ସମୟ କିନ୍ତୁ ସରି ଆସୁଛି। କେବଳ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଓ ନୂଆ ଆସିଥିବା ନେତାଙ୍କ ରଣନୀତି କୁ ଆଶ୍ରା କରି ବିଜେପି ନିର୍ବାଚନ ଜିତିଯିବ ବୋଲି ଭାବିବା, ସବୁଠୁ ବଡ ଭୁଲ ହେବ। ଆଜି ପର୍ଯନ୍ତ ବିଜେପିର ରାଜ୍ୟ ନେତୃତ୍ୱ କିଏ ନେବ, ତାକୁ ନେଇ ଘୋର ସନ୍ଦେହ ରହିଛି। ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ବିଜେପିରେ ମିଶିଲା ପରେ ଯେଉଁ ଉତ୍ସାହ ଦଳ ଭିତରେ ଦିଶୁଥିଲା, ସେଟା ଏବେ ମିଳେଇ ଗଲାଣି। ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରୁ ଲଢିବେ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ମାତ୍ରାଧିକ ପ୍ରତିକ୍ରିୟା ପ୍ରକାଶ କରିବା ବିଜେପି ପାଇଁ ଆତ୍ମଘାତି ହୋଇଛି। ଗୁଇନ୍ଦା ବିଭାଗର ଏକ ଜାଲ ଚିଠି ଦେଖାଇ ବିଜେପି ଏବେ ନିଜ ଜାଲରେ ନିଜେ ଫସି ଯାଇଛି। ନିର୍ବାଚନ ସମୟରେ ଥରେ ରଣନୀତି ଭୁଲ ହୋଇଗଲେ ତାକୁ ସଜାଡିବା ଆଦୌ ସହଜ ବ୍ୟାପାର ନୁହେଁ। ଗୋଟିଏ ଭୁଲକୁ ଢାଙ୍କିବାକୁ ଯାଇ ବିଜେପି ଏବେ ଅନେକ ଭୁଲ କରି ବସୁଛି।

ପ୍ରାର୍ଥୀ ତାଲିକା ପ୍ରକାଶରେ ଅହେତୁକ ବିଳମ୍ବ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରି ସାରିଲାଣି। ଏହାକୁ ନେଇ ବିଜେଡି ମଧ୍ୟ ବିଜେପିକୁ କଟାକ୍ଷ କରି ସାରିଲାଣି। ତୁରନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରି ବିଜେପି ଯଦି ନିଜର ପ୍ରଚାର ଅଭିଯାନ ଆରମ୍ଭ ନ କରେ, ତାହେଲେ ବିଜେପି ଦ୍ଵିତୀୟ ସ୍ଥାନକୁ ଆସିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିବା!

 

assembly BJD BJP dharmendra election loksabha
Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.