Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସ୍ବାସ୍ଥ୍ୟ»ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର
ସ୍ବାସ୍ଥ୍ୟ

ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

September 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ – କେତେବେଳେ ପ୍ରବଳ ବର୍ଷା ତ ଅନ୍ୟ କେତେବେଳେ ଗୁଳୁଗୁଳିଆ ଗରମ ଯୋଗୁଁ ଆଜିକାଲି ପ୍ରାୟ ସମସ୍ତଙ୍କଠାରେ କାଶ, କଫ ଓ ଥଣ୍ଡା ସମସ୍ୟା ଦେଖାଯାଉଛି। ବିଶେଷକରି ଛୋଟ ପିଲାମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି। ଏହିଭଳି ସାଧାରଣ ସମସ୍ୟା ପାଇଁ ବାରମ୍ବାର ଆଲୋପାଥିକ୍ ଔଷଧ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ତେଣୁ ଔଷଧ ବଦଳରେ ଆମ ରୋଷେଇ ଘରେ ମିଳୁଥିବା କିଛି ସହଜ ଓ ପ୍ରାକୃତିକ ଘରୋଇ ଉପଚାର ଆପଣାଇ ଆମେ ନିଜର ଓ ନିଜ ପରିବାରର ସ୍ୱାସ୍ଥ୍ୟ ସହଜରେ ଯତ୍ନ ନେଇପାରିବା।

ତୁଳସୀପତ୍ର, ଅଦା ଓ ମହୁ:

ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। କାଶ ବିଶେଷକରି ଶୁଖିଲା କାଶ ବା ଡ୍ରାଏ କଫ୍ କମାଇବା ଲାଗି ତୁଳସୀପତ୍ର ଓ ଅଦାରସରେ ମହୁ ମିଶାଇ ଖାଇଲେ ବେଶ୍ ଭଲ କାମ କରିଥାଏ।

ଅଦା ଓ ଲୁଣ:

ଅଧିକ କାଶ ହେଉଥିଲେ ଖଣ୍ଡେ ଅଦାରେ ଅଳ୍ପ ଲୁଣ ଲଗାଇ କଳରେ ଜାକନ୍ତୁ। ଏହାକୁ ଅଳ୍ପ ଅଳ୍ପ ଚୋବାନ୍ତୁ ଯେପରି ରସ ବାହାରି ଗଳାକୁ ଆରାମ ଦେବ ।

ଗରମ ଲୁଣପାଣି:

ଏହା କାଶ କମାଇବା ଓ କଫ ବାହାର କରିବା ପାଇଁ ସବୁଠୁ ଭଲ ଉପାୟ। ଦିନକୁ ଅତି କମ୍‌ରେ ୪-୫ଥର ଗରମ ଲୁଣପାଣିରେ ଗାର୍ଗେଲିଂ କରନ୍ତୁ। ଏହାଦ୍ୱାରା କଫ ତରଳିଯିବା ସହ କାଶ ମଧ୍ୟ ଧୀରେ ଧୀରେ କମିଯିବ।

ହର୍ବାଲ ଜୁସ୍ ଏବଂ ହର୍ବାଲ ଟି:

ଏହା କାଶ ରୋକିବାରେ ବେଶ୍ ସାହାଯ୍ୟ କରିଥାଏ। ଏଥିରେ ଥିବା ବିଭିନ୍ନ ଔଷଧୀୟ ଗୁଳ୍ମ ଗଳା କୁଣ୍ଡେଇ ହେବା ଦୂରକରି ଗଳାକୁ ଆରାମ ଦେଇଥାଏ।

ମହୁ:

କାଶ ହେଉଥିଲେ ଥଣ୍ଡାପାଣି କିମ୍ବା ଆଇସ୍‌କ୍ରିମ୍ ଭଳି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଇବା ଠିକ୍ ନୁହେଁ। କାଶ ହେଉଥିଲେ ମଝିରେ ମଝିରେ ଉଷୁମପାଣିରେ ଅଳ୍ପ ମହୁ ମିଶାଇ ପିଇବା ଦ୍ୱାରା ଗଳାକୁ ଆରାମ ମିଳିବା ସହ ଧୀରେ ଧୀରେ କାଶ କମିଯିବ।

କ୍ଷୀର ଓ ହଳଦୀ:

ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ। ହଳଦୀରେ ଥବା ଆଣ୍ଟି ଇନ୍‌ଫ୍ଲାମେଟୋରି, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଭାଇରାଲ୍ ତତ୍ତ୍ୱ କାଶ ଓ କଫ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।

changing weather cough and cold
Share. Facebook Twitter LinkedIn Email WhatsApp Copy Link

Related Posts

ଗରିବ ରୋଗୀଙ୍କୁ ମିଳିପାରେ ବଡ଼ ସହାୟତା, ଆୟୁଷ୍ମାନ ଯୋଜନାରେ ଅଙ୍ଗ ପ୍ରତିରୋପଣ ପ୍ରସ୍ତାବ

October 19, 2026

ଆଲର୍ଜି ଭାବି ଅଣଦେଖା କରୁଛନ୍ତି କି? ଚର୍ମର ଏହି ଲକ୍ଷଣ ଦେଉଛି ବଡ଼ ସଙ୍କେତ

October 19, 2026

ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା: ୮ ଘଣ୍ଟାର ନବଜାତକୁ ମିଳିଲା ନୂଆ ଜୀବନ

October 16, 2026

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

October 15, 2026
Latest News

ନାବାଳିକା ବଳାତ୍କାର ପୀଡ଼ିତାଙ୍କ ସପକ୍ଷରେ ହାଇକୋର୍ଟ, ୩୧ ସପ୍ତାହର ଗର୍ଭପାତକୁ ଅନୁମତି

October 20, 2026

ଜେଲ୍‌ରେ ଲରେନ୍ସ ବିଷ୍ନୋଇ, ବାହାରେ ଗ୍ୟାଙ୍ଗର ରାଜ୍‌! କିଏ ଚଳାଉଛି ଅପରାଧ ସାମ୍ରାଜ୍ୟ?

October 20, 2026

ଭାରତୀୟ ବିସ୍କୁଟ ବ୍ରାଣ୍ଡକୁ ନେପାଳର ଝଟ୍‌କା, ପ୍ରିୟାଗୋଲ୍ଡ ବିକ୍ରି ଉପରେ ରୋକ୍‌

October 20, 2026

ମଦ ଦାମ୍ ବଢ଼ିବ କି? ରୟାଲ୍ ଷ୍ଟାଗ୍ ଓ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ରାହକଙ୍କ ପାଇଁ ବଡ଼ ଖବର

October 20, 2026

ପାର୍ବଣରେ ରେଳବାଇର ବଡ଼ ଘୋଷଣା! ପାର୍ସଲ ବୁକିଂରେ ୨୫% ରିହାତି, କିଏ ପାଇବେ ଏହି ସୁବିଧା?

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.