Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସ୍ବାସ୍ଥ୍ୟ»ୟୁରିକ୍ ଏସିଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ଓ କାହାଠାରୁ ଦୂରେଇ ରହିବେ
ସ୍ବାସ୍ଥ୍ୟ

ୟୁରିକ୍ ଏସିଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ଓ କାହାଠାରୁ ଦୂରେଇ ରହିବେ

October 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ୟୁରିକ୍ ଏସିଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ଓ କାହାଠାରୁ ଦୂରେଇ ରହିବେ

ୟୁରିକ୍ ଏସିଡ୍ ହେଉଛି ମଣିଷ ଶରୀରର ଏକ ପ୍ରାକୃତିକ ବର୍ଜ୍ୟ ପଦାର୍ଥ। ଶରୀରରେ ଏହାର ମାତ୍ରା ବୃଦ୍ଧି ପାଇଲେ ଏହା ହାଡ଼ର ଗଣ୍ଠିଗୁଡ଼ିକରେ ଜମା ହୋଇ ତୀବ୍ର ଯନ୍ତ୍ରଣା, ଫୁଲା ଏବଂ ଚାଲିବୁଲି କରିବାରେ ଅସୁବିଧା ସୃଷ୍ଟି କରିଥାଏ। ଭାରତରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଏଥିପାଇଁ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ। ବିଶେଷଜ୍ଞଙ୍କ ମତରେ, କେବଳ ନିଜର ଆହାର ଓ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆଣି ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ।

ଉଚ୍ଚ ୟୁରିକ୍ ଏସିଡ ଥିଲେ ଦୂରେଇ ରୁହନ୍ତୁ:

ଉଚ୍ଚ ୟୁରିକ୍ ଏସିଡ଼ ଥିବା ବ୍ୟକ୍ତି ବିଶେଷ ନିଶା ଠାରୁ ଦୂରେଇ ରହିବା ଉଚିତ। ବିଶେଷ କରି ଆଲକହଲ ସେବନ କରିବେ ନାହିଁ। ଏଥିରେ ପ୍ୟୁରିନ୍ସର ମାତ୍ରା ଅଧିକ ଥିବାରୁ ଏହା ଶରୀରକୁ ଗଲେ ଜଳାପୋଡ଼ା କରିଥାଏ। ମହୁ ଓ ବଜାରରେ ଏବେ ଉପଲବ୍ଧ ହେଉଥିବା ସିରପରେ ଫ୍ଲକସ ପରିମାଣ ଅଧିକ ଥିବାରୁ ଏହା ୟୁରିକ ଏସିଡ ସ୍ତରକୁ ଅଧିକ ବଢ଼ାଇଥାଏ। ଏହାକୁ ସେବନ କରିବା ଉଚିତ ନୁହେଁ। ସେହିପରି ରେଡ ମିଟ୍ ଖାଇବା ଠାରୁ ଦୂରେଇ ରହିବା ଉଚିତ। ସେଥିରେ କୋଲେଷ୍ଟରଲ ଓ ପ୍ରୋଟିନର ମାତ୍ରା ଅଧିକ ରହିଥାଏ। ଯାହା ୟୁରିକ ଏସିଡ ଥିବା ବ୍ୟକ୍ତି ପାଇଁ ଭଲ ନୁହେଁ। ଡାଲି ଜାତୀୟ ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରହିବା ଉଚିତ।

କ’ଣ ଖାଇବେ:

ଶରୀରରେ ୟୁରିକ୍ ଏସିଡ଼ର ମାତ୍ରା କମ୍ କରିବା ପାଇଁ ନିୟମିତ ଖାଦ୍ୟରେ ଭିଟାମିନ-ସି ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଯେମିତିକି କମଳା, ଅଁଳା, ଅମୃତଭଣ୍ଡା ଆଦିକୁ ଖାଇଲେ ଏହା ନିୟନ୍ତ୍ରଣକୁ ଆସିବ। ଏଥିରେ ଓଟସ, ବ୍ରାଉନ ରାଇସ, ଗହମ ଅଟା ଆଦି ଖାଇପାରିବେ। ସକାଳୁ ଖାଲିପେଟରେ ହାଲକା ଉଷୁମ ପାଣିରେ ଲେମ୍ବୁ ରସ ଚିପୁଡି ପିଇଲେ ମଧ୍ୟ ଏହା ନିୟନ୍ତ୍ରଣରେ ରହିଥାଏ। ପାଣି କଖାରୁ, ଗାଜର, ବିଟର ଜୁସ ପ୍ରସ୍ତୁତ କରି ପିଇଲେ ଶରୀରରେ ୟୁରିକ ଏସିଡ ସ୍ତର କମିଥାଏ। ଉଚ୍ଚ ୟୁରିକ୍ ଏସିଡ଼ ଥିବା ବ୍ୟକ୍ତିମାନେ ଆପଲ ସାଇଡ ଭିନେଗାରକୁ ପାଣିରେ ପକାଇ ପିଇପାରିବେ। ଅଦା, ସପୁରି ଜୁସ, ହଳଦୀ, ରସୁଣ, କାକୁଡି, ଚେରି ଆଦି ଏହାକୁ ନିୟନ୍ତ୍ରଣ କରିବାରେ ଭଲ କାମ ଦେଇଥାଏ।

ଏସବୁ ଛୁଇଁବେନି:

ଯେଉଁମାନଙ୍କର ଉଚ୍ଚ ୟୁରିକ୍ ଏସିଡ଼ ଥାଏ ସେମାନଙ୍କୁ ଅଧିକ ସତର୍କ ରହିବାକୁ ପଡ଼େ। ଖାଦ୍ୟପଦାର୍ଥ ଠାରୁ ଆରମ୍ଭ କରି ଖାଇବା ପିଇବାର ସମୟ ଠିକ୍ କରିବାକୁ ପଡିଥାଏ। ଉଚ୍ଚ ୟୁରିକ ଏସିଡ ଥିବା ବ୍ୟକ୍ତିମାନେ ଏହାକୁ ନିୟନ୍ତ୍ରଣରେ ରଖିବା ନିମନ୍ତେ ବାଇଗଣ, ପାଳଙ୍ଗ, ସାରୁ, ଭେଣ୍ଡି, ଛୁଇଁ, ଫୁଲକୋବି, ପତ୍ରକୋବି, ଛତୁ ଆଦି ଖାଇବା ଉଚିତ ନୁହେଁ।

ଖାଦ୍ୟପଦାର୍ଥ ୟୁରିକ୍ ଏସିଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ହୃଦ୍ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026
Latest News

ୟୁରିକ୍ ଏସିଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ଓ କାହାଠାରୁ ଦୂରେଇ ରହିବେ

October 7, 2026

FD ଉପରେ ବ୍ୟାଙ୍କର ମନମାନି ଚଳିବନି! ସୁଧ ହାର ହ୍ରାସକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ

October 7, 2026

ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

October 7, 2026

୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

October 7, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.