ଚାଇନାରେ କରୋନା ଭାଇରସର ସୁନାମି, ଓମିକ୍ରନର ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

Published: Apr 30, 2022, 11:20 am IST

ନୂଆଦିଲ୍ଲୀ: କରୋନା ପୁଣି ଥରେ ଚୀନର ସମସ୍ୟାକୁ ବଢାଇଦେଇଛି। ଚୀନ୍ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏହି ସମୟରେ ଚୀନ୍ ଓମିକ୍ରନ୍ ସୁନାମିର ସମ୍ମୁଖୀନ ହୋଇଛି। ଶୁକ୍ରବାର ଦିନ ଦେଶରେ ୨୦ ହଜାରରୁ ଅଧିକ କୋଭିଡ ମାମଲା ରୁଜୁ ହୋଇଛି। ଚାଇନାର ସବୁଠୁ ବଡ ସହର ସାଂଘାଇ ତିନି ସପ୍ତାହରୁ ଅଧିକ ସମୟ ଧରି ତାଲା ପଡିଛି।

ସର୍ବସାଧାରଣ ସ୍ଥାନରେ ପ୍ରବେଶ କରିବାକୁ ହେଲେ ଶନିବାର ଠାରୁ ବେଜିଂର ସମସ୍ତ ବାସିନ୍ଦାଙ୍କ ପାଇଁ ୪୮ ଘଣ୍ଟା ମଧ୍ୟରେ କୋଭିଡ-୧୯ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ମ୍ୟୁନିସିପାଲିଟି ସରକାର ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ବେଜିଂକୁ କୋଭିଡ ପାଇଁ ଉଚ୍ଚ ବିପଦ ଏବଂ ମଧ୍ୟମ ବିପଦ କ୍ଷେତ୍ର ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଏହା ଅଧୀନରେ, ବେଜିଂରେ ସମୁଦାୟ ବିପଦପୂର୍ଣ୍ଣ ଅଞ୍ଚଳର ସଂଖ୍ୟା ୬ ଏବଂ ମଧ୍ୟମ-ବିପଦପୂର୍ଣ୍ଣ ଅଞ୍ଚଳର ସଂଖ୍ୟା ୧୯ ରହିଛି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ଶୁକ୍ରବାର ଦିନ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ଆମେ ଓମିକ୍ରନ୍ ସୁନାମିର ସମ୍ମୁଖୀନ ହେଉଛୁ। ଏହି ଭ୍ୟାରିଏଣ୍ଟଟି କଳ୍ପନା ଠାରୁ ଅଧିକ ଗତିରେ ବ୍ୟାପିଥାଏ।

Related posts