Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆନ୍ନେ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍‌
ଅନ୍ତରାଷ୍ଟ୍ରୀୟ

ଆନ୍ନେ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍‌

October 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Anne Carson wins Nobel Prize in Literature
Anne Carson wins Nobel Prize in Literature

ନୂଆଦିଲ୍ଲୀ: କାନାଡ଼ାର କବି ତଥା ଲେଖକ ଆନ୍ନେ କାର୍ସନଙ୍କୁ ମିଳିବ ନୋବେଲ ପୁରସ୍କାର। ୨୦୨୬ ବର୍ଷ ପାଇଁ କାର୍ସନଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରାଚୀନ ପରମ୍ପରା ସହ ସୃଜନଶୀଳ ସଂଳାପ ମାଧ୍ୟମରେ ସମକାଳୀନ ସାହିତ୍ୟକୁ ନୂଆ ରୂପରେ ସୃଷ୍ଟି କରିଥିବା ତାଙ୍କର ସାହସୀ ଓ ଅଭିନବ ସାହିତ୍ୟକୃତି ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ୧୯୫୦ ମସିହାରେ ଟୋରଣ୍ଟୋରେ ଜନ୍ମ ନେଇଥିବା କାର୍ସନ ପ୍ରାଚୀନ ଗ୍ରୀକ୍ ଭାଷା ଅଧ୍ୟୟନ କରିଛନ୍ତି। ପରେ ସେ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟରୁ ପ୍ରାଚୀନ ସାହିତ୍ୟ ଅଧ୍ୟୟନରେ ପିଏଚ୍‌ଡି ହାସଲ କରିଥିଲେ। କବି,ପ୍ରବନ୍ଧକାର, ଅନୁବାଦିକା ଓ ଗବେଷକ ଭାବେ ସେ କାମ କରି ଅନେକ ସଫଳତା ସାଉଁଟିଛନ୍ତି। ତାଙ୍କ ଲେଖାରେ ପ୍ରାଚୀନ ଗ୍ରୀସ ସାହିତ୍ୟ ଓ ପୁରାଣର ଗଭୀର ପ୍ରଭାବ ଦେଖିବାକୁ ମିଳିଥାଏ। କାର୍ସନଙ୍କ ସବୁଠାରୁ ପରିଚିତ ଲେଖା ମଧ୍ୟରୁ ଗୋଟିଏ ହେଉଛି ୧୯୯୮ରେ ପ୍ରକାଶିତ ‘ଅଟୋବାୟୋଗ୍ରାଫି ଅଫ ରେଡ୍‌’।

ଏହା ଏକ କବିତା ଆକାରର ଉପନ୍ୟାସ। ପ୍ରାଚୀନ ଗ୍ରୀକ୍ ପୁରାଣର ଲାଲ ପକ୍ଷଯୁକ୍ତ ରାକ୍ଷସ ଗେରିଅନ କାହାଣୀରୁ ପ୍ରୋତ୍ସାହିତ ହୋଇ ସେ ଏହାକୁ ନିଜ ଶୈଳୀରେ ଅଧିକ ଆକର୍ଷଣୀୟ ଢଙ୍ଗରେ ଲେଖିଥିଲେ। କାର୍ସନ ଏହି ପୁରାଣକୁ ଏକ ନୂଆ ରୂପ ଦେଇଥିଲେ। ତାଙ୍କ କାହାଣୀରେ ଗେରିଅନ ଜଣେ ସମ୍ବେଦନଶୀଳ କିଶୋର ଭାବେ ସାମ୍ନାକୁ ଆସିଥିଲେ। ପ୍ରାଚୀନ ସାହିତ୍ୟ ଓ ପୁରାଣର ବିଷୟବସ୍ତୁକୁ ଆଧୁନିକ ଅନୁଭୂତି ସହ କେମିତି ଯୋଡ଼ାଯାଇପାରେ ଅଟୋବାୟୋଗ୍ରାଫି ଅଫ ରେଡ୍ ତା’ର ଜ୍ୱଳନ୍ତ ଉଦାହରଣ। ସେ ଇଲେକ୍ଟ୍ରା ଓ କବି ସାଫୋଙ୍କ ବିଭିନ୍ନ କବିତାର ମଧ୍ୟ ଅନୁବାଦ କରିଛନ୍ତି। ଏହି ଅନୁବାଦ ଜରିଆରେ ସେ ପ୍ରାଚୀନ ସାହିତ୍ୟ ଉପରେ ରଖିଥିବା ଗଭୀର ଜ୍ଞାନକୁ ପ୍ରଦର୍ଶିତ କରିଛନ୍ତି। ୨୦୨୬ର ନୋବେଲ ସାହିତ୍ୟ ପୁରସ୍କାର ଦୌଡ଼ରେ କାର୍ସନଙ୍କୁ ଆରମ୍ଭରୁ ଜଣେ ପ୍ରମୁଖ ଦାବିଦାର ଭାବେ ଦେଖାଯାଉଥିଲା। ଲାଡ୍‌ବ୍ରୋକ୍ସର ତାଲିକାରେ ସେ ଚାଇନାର ଲେଖିକା କାନ୍ ଶୁଏଙ୍କୁ ଜୋରଦାର ଟକ୍କର ଦେଇଥିଲେ। କାର୍ସନଙ୍କୁ ନୋବେଲ ପୁରସ୍କାର ମିଳିବା କେବଳ ତାଙ୍କ କବିତା ପାଇଁ ସ୍ୱୀକୃତି ନୁହେଁ। ବରଂ ଏହା ତାଙ୍କର ଦଶନ୍ଧି ଧରି ଚାଲିଥିବା ଏକ ବ୍ୟାପକ ସାହିତ୍ୟିକ ଯାତ୍ରାକୁ ସମ୍ମାନ। କବିତା, ଗଦ୍ୟ, ପୁରାଣ, ଅନୁବାଦ ଓ ଗବେଷଣାକୁ ଏକାଠି କରି ସେ ସମକାଳୀନ ସାହିତ୍ୟରେ ଏକ ନିଆରା ଓ ଅଭିନବ ଶୈଳୀ ସୃଷ୍ଟି କରିଛନ୍ତି।

ଆନ୍ନେ କାର୍ସନ ନୋବେଲ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

MLC ନିର୍ବାଚନ ଫଳାଫଳର ପାର୍ଶ୍ୱ ପ୍ରତିକ୍ରିୟା: ବିଜେପି-ସିନ୍ଦେ ମେଣ୍ଟ ଭିତରେ ବିବାଦ!

October 30, 2026

ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

October 30, 2026

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ପିଏମ-କିଷାନର ୨୪ତମ କିସ୍ତି ଜାରି: ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଣ୍ଟ

October 30, 2026
Latest News

MLC ନିର୍ବାଚନ ଫଳାଫଳର ପାର୍ଶ୍ୱ ପ୍ରତିକ୍ରିୟା: ବିଜେପି-ସିନ୍ଦେ ମେଣ୍ଟ ଭିତରେ ବିବାଦ!

October 30, 2026

ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

October 30, 2026

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ପିଏମ-କିଷାନର ୨୪ତମ କିସ୍ତି ଜାରି: ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଣ୍ଟ

October 30, 2026

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.