Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନାର ଦ୍ବିତୀୟ ଲହର : ପୁଣି ଥରେ ଏହି ଦେଶରେ ଜାରି ହେଲା ଲକ୍‌ଡାଉନ୍‌
ଅନ୍ତରାଷ୍ଟ୍ରୀୟ

କରୋନାର ଦ୍ବିତୀୟ ଲହର : ପୁଣି ଥରେ ଏହି ଦେଶରେ ଜାରି ହେଲା ଲକ୍‌ଡାଉନ୍‌

October 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମେକ୍ରାନ୍‌ ରାଷ୍ଟ୍ରବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି । ଫ୍ରାନ୍ସରେ କରୋନାରେ ଦିନକୁ ଦିନ ଅଧିକାଂଶ ଲୋକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଯାହାକୁ ଆଖି ଆଗରେ ରଖି ଦେଶରେ ପୁଣିଥରେ ଲକ୍‌ଡାଉନ୍ ଲାଗୁ କରାଯାଉଛି । ତେବେ ଏହି ଲକ୍‌ଡାଉନ୍‌ ସମୟରେ ସ୍କୁଲ ଓ କିଛି କାର୍ଯ୍ୟସ୍ଥଳୀ ଖୋଲା ରହିବ । ଶୁକ୍ରବାରଠାରୁ ଏହି ଲକ୍‌ଡାଉନ୍‌ ଜାରି ହେବ ବୋଲି ସୂଚନା ରହିଛି । ଏହି ସମୟରେ ଫ୍ରାନ୍ସର ସମସ୍ତ ରେସ୍ତେରାଁ, ବାର ଓ ଅଣ ଆବଶ୍ୟକ ବ୍ୟବସାୟ ବନ୍ଦ ରହିବ । ତେବେ ଫ୍ୟାକ୍ଟ୍ରି, କ୍ଷେତ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ । ନର୍ସିଂ ହୋମ୍‌  ଖୋଲା ରହିବ ।

ତେବେ ଏହି ଲକ୍‌ଡାଉନକୁ‌ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ଠାରୁ ଟିକେ କୋହଳ କରାଯାଇଛି । ଲୋକଙ୍କୁ ବିନା କାର୍ଯ୍ୟରେ ଘରୁ ବାହାରିବାକୁ ବାରଣ କରାଯାଇଛି । ବାହାରକୁ ଯିବାକୁ ହେଲେ ସାଙ୍ଗରେ ଉପଯୁକ୍ତ ପ୍ରମାଣପତ୍ର ନେଇ ଯିବାକୁ ପଡିବ ।ଯାହାକୁ ପୋଲିସ୍‌ ଯାଞ୍ଚ କରିବ । ତେବେ ପୂର୍ବରୁ ଫ୍ରାନ୍ସରେ ନାଇଟ୍‌ କର୍ଫ୍ୟୁକୁ କଡାକଡି କରାଯାଇଥିବାବେଳେ ଏବେ ପୁନଃ ଲକଡାଉନ୍‌ ଜାରି କରାଯାଉଛି ।

କରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଫ୍ରାନ୍ସ ପଞ୍ଚମ ସ୍ଥାନରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଫ୍ରାନ୍ସରେ 523 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।ଏପ୍ରିଲ୍‌ ପରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଫ୍ରାନ୍ସ ସରକାର ଏହି ତାଲାବନ୍ଦକୁ ଡିସେମ୍ବର ମାସ ପର୍ଯ୍ୟନ୍ତ କରିବେ ବୋଲି ସୂଚନା ରହିଛି। କରୋନାର ଦ୍ବିତୀୟ ଲହର ବେଶ୍‌ ବିପଦଜ୍ଜନକ ରହିଛି । ଯଦି ଏହାକୁ ଅଣଦେଖା କରାଯିବ, ତେବେ ମୃତକଙ୍କ ସଂଖ୍ୟା 4 ଲକ୍ଷ ଟପିପାରେ ବୋଲି ଆକଳନ କରାଯାଉଛି । କରୋନାକୁ ଦୃଷ୍ଟିରେ ୟୁରୋପରେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ହୋଇଥିବା ଯୋଗୁଁ ଏହାକୁ ଲୋକେ ବିରୋଧ କରିଛନ୍ତି। (ଏଜେନ୍ସି)

france Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Latest News

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.