Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର: ଜୟପ୍ରକାଶ ଦାସ ଓ ପ୍ରତିଭା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ
ଆଜିର ଖବର

‘ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର: ଜୟପ୍ରକାଶ ଦାସ ଓ ପ୍ରତିଭା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

March 7, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସୁମା ରିଅଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଶୁକ୍ରବାର ଏହି ସଂସ୍ଥା ପରିଚାଳିତ ଟିଭି ଚ୍ୟାନେଲ୍ ନ୍ୟୁଜ୍‌୭ର ସର୍ଟ ଫିଲ୍ମ କଂଟେଷ୍ଟ ‘ସୋ-କେଶ ୨୦୨୦’ର ବିଜେତା ମାନଙ୍କୁ ଏଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି।

ଏଥିରେ ଓଡ଼ିଆ ସିନେ ଇଣ୍ଡିଷ୍ଟ୍ରୀର ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅତିଥି ଭାବେ ଯୋଗ ଦେଇ ବିଜେତା ମାନଙ୍କୁ ପୁରସ୍କୃତ କରିଛନ୍ତି। ‘ସୋ-କେଶ ୨୦୨୦’ ରେ ମୋଟ ୮୭ଟି କ୍ଷୁଦ୍ର ଚଳଚ୍ଚିତ୍ର ଅଂଶ ଗ୍ରହଣ କରିଥିବା ବେଳେ ସେଥି ମଧ୍ୟରୁ ୧୨ଟି ବର୍ଗରେ କଳାକାର ଓ ନିର୍ମାତାମାନଙ୍କୁ ପୁରସ୍କୃତ କରାଯାଇଛି।

ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ସିନେମା ଭାବେ ବିବେଚିତ ହୋଇଛି ପ୍ରଯୋଜକ କାଳିନ୍ଦି ଚରଣ ସାହୁଙ୍କ ଚଳଚ୍ଚିତ୍ର “ଥ୍ରୁ ଦ ଆଇଜ୍ ଅଫ୍‌ ଆନ୍ ଆର୍ଟିଷ୍ଟ”। ପ୍ରଯୋଜକଙ୍କୁ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି।

ସେହିପରି ଦ୍ୱିତୀୟ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ହୋଇଛି “ଗୁଡିଆ”। ଏହାର ପ୍ରଯୋଜକ ସତ୍ୟପ୍ରକାଶ ସାହୁଙ୍କୁ ୩୦ ହଜାର ଟଙ୍କା, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ଦର୍ଶକଙ୍କ ପସନ୍ଦ ଭିତିରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ ଲାଭ କରିଛି କ୍ଷୁଦ୍ର ଚଳଚ୍ଚିତ୍ର “ଦୁହିତା”। ଏହାର ପ୍ରଯୋଜକ ସବିତା ନାୟକଙ୍କୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି।

ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ “ଥ୍ରୁ ଦ ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ”ର ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ‘ଗୁଡିଆ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ହାସଲ କରିଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ। ଚଳଚ୍ଚିତ୍ର “ଅଭିନେତ୍ରୀ” ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଛନ୍ତି ପ୍ରତିଭା ପଣ୍ଡା।

ସେହିପରି ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ‘ଗୁଡିଆ’ରେ ଆର୍ଯ୍ୟା ଅଭିପ୍ସା ଖୁଂଟିଆଙ୍କୁ ମିଳିଛି।ସେହିପରି ‘ଦୁହିତା’ରେ ଉତ୍କୃଷ୍ଟ ଅଭିନୟ ପାଇଁ ଶ୍ରେଷ୍ଠ ସହଯୋଗୀ ଅଭିନେତାର ପୁରସ୍କାର ମିଳିଛି ମହମ୍ମଦ ବବ୍‌ଲୁଙ୍କୁ। କ୍ଷୁଦ୍ର ସିନେମା “ଭଙ୍ଗା ସିଲଟ”ରେ ମନଛୁଆଁ ଅଭିନୟ ପାଇଁ ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀ ଭାବେ କନକ ଚୌଧୁରୀ ଦଣ୍ଡସେନାଙ୍କୁ ପୁରସ୍କୃତ କରାଯାଇଛି। ଏହି ସମସ୍ତ ପୁରସ୍କୃତ କଳାକାରମାନଙ୍କୁ ନଗଦ ୧୦ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି।

ସେହିଭଳି ଶ୍ରେଷ୍ଠ ସାମାଜିକ ବାର୍ତ୍ତା ପାଇଁ କ୍ଷୁଦ୍ର ସିନେମା “ଦି ବୁକ୍‌”କୁ ସ୍ପେଶାଲ୍ ଜୁରି ପୁରସ୍କାର ମିଳିଛି। ସୂର୍ଯ୍ୟୋଦୟ ଲାଇବ୍ରେରୀ ଦ୍ୱାରା ନିର୍ମିତ ଏହି ସିନେମା ପାଇଁ ସୂର୍ଯ୍ୟୋଦୟ ସ୍ୱେଚ୍ଛାସେବୀଙ୍କୁ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା, ଟ୍ରଫି ଓ ମାନପତ୍ର ଦିଆଯାଇଛି। ସେହିଭଳି ସ୍ପେଶାଲ୍ ଜୁରି କଳାକାର ପୁରସ୍କାର ସ୍ୱାତୀ ଦିବ୍ୟଦର୍ଶନୀ ଷଢଙ୍ଗୀଙ୍କୁ ମିଳିଛି।

କ୍ଷୁଦ୍ର ଚଳଚ୍ଚିତ୍ର ‘ଅପଦାର୍ଥ’ରେ ଅଭିନୟ ପାଇଁ ଏହି ପୁରସ୍କାର ବାବଦରେ ସେ ୧୦ ହଜାର ଟଙ୍କା ଟ୍ରଫି ଓ ମାନପତ୍ର ପାଇଛନ୍ତି। ଏହି ବର୍ଗରେ ସ୍ପେଶାଲ୍ ଜୁରି କନ୍‌ସେପ୍ଟ ପୁରସ୍କାର କ୍ଷୁଦ୍ର ଚଳଚ୍ଚିତ୍ର “ମଦର ନେଚର୍‌”ର ପ୍ରଯୋଜକ ସନ୍ଦୀପ ରାୟଙ୍କୁ ମଳିଛି। ତାଙ୍କୁ ୧୦ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ମିଳିଛି।

ସୁମା ରିଅଲ୍ ମିଡିଆ ସିଇଓ ସୁନିଲ୍ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ପ୍ରଦୀପ ପ୍ରଜ୍ୱଳନରୁ ଆରମ୍ଭ ହୋଇଥିଲା। ଏଥିରେ ପ୍ରମେୟ-ନ୍ୟୁଜ୭ ଗ୍ରୁପ୍‌ର ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରମେୟନ୍ୟୁଜ୍‌.କମ୍‌ର କନ୍‌ସଲ୍‌ଟିଂ ଏଡିଟର୍ ସୁବ୍ରତ ଦାସ, ପ୍ରମେୟ-ନ୍ୟୁଜ୭ ମାର୍କେଟିଂ ଡିରେକ୍ଟର ହିମାଂଶୁ ହୋତା ବିଶେଷ ଅତିଥି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ସିନେ ନିର୍ମାତା-ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ଆକାଶ ଦାସ ନାୟକ, ଅଭିନେତା ମୁନା ଖାଁ ସାମିଲ୍ ହୋଇଥିଲେ।

ଏହାସହ
ଅତିଥି ଭାବେ ବରିଷ୍ଠ ସିନେ ନିର୍ଦ୍ଦେଶକ ସୁବାସ ଦାସ, ସିନେ ସମୀକ୍ଷକ ସୂର୍ଯ୍ୟୋଦୟ, ଗାୟିକା ଲୋପିତା ମିଶ୍ର ଏବଂ ସିନେ ଇଣ୍ଡଷ୍ଟ୍ରୀର ବହୁ ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ। ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଟ ମହାପାତ୍ର ନ୍ୟୁଜ୭ ସର୍ଟଫିଲ୍ମ କଂଟେଷ୍ଟ ସୋ-କେଶ ୨୦୨୦ର ଆରମ୍ଭ ଏବଂ ଲକ୍ଷ୍ୟ ନେଇ ତାଙ୍କ ବକ୍ତବ୍ୟ ରଖିଥିଲେ। ସିଇଓ ସୁନିଲ୍ ଦାସ କହିଥିଲେ, କିଛି ନୂଆ କରିବାର ପ୍ରୟାସ ଜାରି ରଖିଥିବା ପ୍ରମେୟ ଏବଂ ନ୍ୟୁଜ୍‌୭ ସର୍ଟଫିଲ୍ମ କଂଟେଷ୍ଟକୁ ଜାରି ରଖିବା ସହ ପ୍ରତିଭା ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେଇଚାଲିବ।

ଶେଷରେ ନ୍ୟୁଜ୍‌୭ର କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବନାରାୟଣ ସେଠୀ ଧନ୍ୟବାଦ ଦେଇଥିଲେ। ସୋନାଲି ଶ୍ରୀଚନ୍ଦନ ଏହି କାର୍ଯ୍ୟକ୍ରମର ଉପସ୍ଥାପନା କରିଥିବା ବେଳେ ନ୍ୟୁଜ୍‌୭ ର ପୋଷ୍ଟ ପ୍ରଡକ୍ସନ୍ ହେଡ୍ ଅମରେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ରାଉତରାୟ, ସୁଜିତ୍ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026
Latest News

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.