Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ସହିତ ବଙ୍ଗଳା ଭାଷାରେ ଆରମ୍ଭ ହେଲା ନୂଆ ଚଳଚିତ୍ର “ଚକ୍ଷୁ ବନ୍ଧନ”
ବିଶେଷ ଖବର

ଓଡିଆ ସହିତ ବଙ୍ଗଳା ଭାଷାରେ ଆରମ୍ଭ ହେଲା ନୂଆ ଚଳଚିତ୍ର “ଚକ୍ଷୁ ବନ୍ଧନ”

August 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଡ଼ ପରଦାରେ ଆସିବ ଭୂମିକାଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଚକ୍ଷୁବନ୍ଧନ"

ଭୁବନେଶ୍ୱର: ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ଆସନ୍ତା ସେପ୍ଟେମ୍ବର ୧୦ ଗଣେଶ ପୂଜା ଅବସରରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ଏକ ଫିଲ୍ମ ରିଲିଜ୍ ହେ ବାକୁ ଯାଉଛି । ଯାହାର ଟାଇଟଲ ରହିଛି “ଚକ୍ଷୁ ବନ୍ଧନ” ।

ଅନିଶ୍ ଏଣ୍ଟରନେମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ତପନ କୁମାର ଦାଶ । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଦିଲ୍ଲୀପ ବଳବନ୍ତରାୟ । ଫିଲ୍ମର ମୁଖ୍ୟ ଭୂମିକାରେ ରାଜ ରାଜେଶ, ଋଷି, ଭୂମିକା ଦାଶ ଓ ବଙ୍ଗଳା ନାୟିକା ଇଶାନୀ ସେନଗୁପ୍ତାଙ୍କୁ ଦେଖିବାକୁ ମିଳିବ । କେବଳ ଓଡିଆ ନୁହେଁ ବରଂ ବଙ୍ଗଳା ଭାଷାରେ ମଧ୍ୟ। ଏହି ଫିଲ୍ମ ର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ରାଜେନ୍ଦ୍ର ମହାନ୍ତ।

ସ୍ୱାର୍ଥ ଓ ଭ୍ରମ ଭଳି ଦୁଇଟି ମାନସିକ ଚିନ୍ତାଧାରା ଉପରେ ଆଧାରିତ ଏହି ଫିଲ୍ମର ସଙ୍ଗୀତ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଅଭିଜିତ ମଜୁମଦାର ଓ ବନି ଗୌରବଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମର ପ୍ରତିଟି ଗୀତ ଖୁବ ମନଛୁଆଁ ତଥା ଅର୍ଥବୋଧକ ହୋଇପାରିଛି ।

ପୂର୍ବରୁ ଅନେକ ଓଲିଉଡ ଫିଲ୍ମ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିଲାବେଳେ ମିଶ୍ରିତ ଫଳାଫଳ ସାମ୍ନାକୁ ଆସିଥିଲା । ତେବେ ରଜ ଅବସରରେ ରିଲିଜ୍ ହେବାକୁ ଥିବା ଫିଲ୍ମ “ଚକ୍ଷୁବନ୍ଧନ” ନିଶ୍ଚିତ ଭାବେ ଦର୍ଶକଙ୍କ ନିକଟରେ ସଫଳତା ହାସଲ କରିବ ବୋଲି ଆଶାୟୀ ଅଛନ୍ତି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।

ଚକ୍ଷୁବନ୍ଧନ
Share. Facebook Twitter LinkedIn Email WhatsApp Copy Link

Related Posts

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ଖେଲୋ ଇଣ୍ଡିଆ ମତ ବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

August 27, 2026

ଭାରତରେ ବ୍ରିକ୍ସ ଶିଖର ସମ୍ମିଳନୀ: ଥିମ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

August 27, 2026

ବର୍ଷା ସାଜିବ ଖଳନାୟକ!: ଭାରତର WTC ଫାଇନାଲ୍ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

August 27, 2026
Latest News

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

August 28, 2026

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.