ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ରଙ୍କ ପରଲୋକ

Published: Jul 21, 2022, 11:22 am IST

ଭୁବନେଶ୍ବର: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ର। ସେ କ୍ୟାନସର ରୋଗରେ ପିଡିତା ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ପରଲୋକରେ ଓଡିଆ ସିନେ ତଥା ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି।

ସେ ବ୍ରେନ ଓ ଲଙ୍ଗସ କ୍ୟାନସରରେ ପୀଡିତ ଥିଲେ। ହେଲେ ତାଙ୍କର ମନୋବଳ ବହୁତ ଦୃଢ ଥିଲା। ଅନେକ କ୍ୟାନ୍ସର ପୀଡିତଙ୍କୁ ସେ ଉତ୍ସାହିତ କରିଆସିଥିଲେ। କ୍ୟାନ୍ସରକୁ ହରାଇ ଜିତିବାକୁ ଦୃଢ ଆଶା ରଖିଥିଲେ ରାଜେଶ୍ବରୀ। ହେଲେ ଗତକାଲି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା। ତାଙ୍କୁ ତୁରନ୍ତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ରାଜେଶ୍ବରୀ।

ରାଜେଶ୍ବରୀ ଓଡିଆ ଟେଲି ଜଗତରେ ବେଶ ପରିଚିତ ଥିଲେ।  ଧାରାବାହିକ ‘ଉଆଁସି କନ୍ୟା’, ‘ତୋ ପାଇଁ ମୁଁ,’ ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ବାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’ ଇତ୍ୟାଦିରେ ରାଜେଶ୍ବରୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଚଳଚିତ୍ର ‘ସତ୍ୟମେବ ଜୟତେ’ ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ରେ ମଧ୍ୟ ସେ ଅଭିନୟ କରିଥିଲେ।

Related posts