ରେକର୍ଡିଂ ହେଲା ‘ଉତ୍କଳ ଗୌରବ ଆମ ବ୍ରହ୍ମପୁର’ ନାମରେ ସଙ୍ଗୀତ ଭିଡିଓ

Published: Jul 27, 2022, 1:05 pm IST

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ସଂସ୍କୃତିକୁ ନେଇ ଏକ ଦେଶାତ୍ମବୋଧକ ସଙ୍ଗୀତ ରଚନା କରାଯାଇଛି। ଉତ୍କଳ ଗୌରବ ଆମ ବ୍ରହ୍ମପୁର ନାମରେ ଏବଂ ସଙ୍ଗୀତର ଭିଡିଓ ସହ ସଙ୍ଗୀତ ରେକଡିଂ କାର‌୍ୟ୍ୟକ୍ରମ କଟକସ୍ଥିତ ପ୍ରତିଭା ଷ୍ଟୁଡିଓ ପରିସରରେ ଆୟୋଜନ କରାଯାଇଛି।ଏଥିରେ ଗଞ୍ଜାମ ତଥା ବ୍ରହ୍ମପୁରର ବହୁ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର,ପ୍ରତିଭା ପ୍ରଧାନ ଓ ପମୀ ମଧ୍ୟ କଣ୍ଠଦାନ କରିଛନ୍ତି।

ସେହିପରି ବ୍ରହ୍ମପୁରର ଗୁରୁ ବିଭୂଦତ ନାୟକ, ଗାୟକ ସୁଦୀପ ସାହୁ, ଅରୁନ, ପ୍ରଭାତ ପାତ୍ର, ଡାକ୍ତର ଚନ୍ଦନ ଗନ୍ତାୟତ,ଡାକ୍ତର ମୋନାଲିସା ପାଲ, ଶୀତଲ୍ କବି, ଅର୍ପିତା ପଣ୍ଡା, ରାଜା ବେହେରା, ପ୍ରୀତିରଞ୍ଜନ ପ୍ରଧାନ, ଶିବ ଶଙ୍କର ଷଡଙ୍ଗୀ, ପ୍ରଦୀପ ଚିଦାନନ୍ଦ, ଲିପୁନ୍ ଦାସ, ବିକାଶ ଦାସ, ଲୋକନାଥ ମହାରଣା ଓ ପ୍ରବିନ୍ କୁମାର ପ୍ରମୁଖ ଅତି ସୁନ୍ଦର ଭାବେ ବ୍ରହ୍ମପୁର ସହରକୁ ନେଇ ପ୍ରସ୍ତୁତ ହୋଇଥିବା ସଙ୍ଗୀତ ଆଲବମ୍ ରେ କଣ୍ଠଦାନ କରିଛନ୍ତି। ଏଥିରେ ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଏବଂ ଗାୟକ ତଥା ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ମଧ୍ୟ ବ୍ରହ୍ମପୁର ସଙ୍ଗୀତ ଆଲବମ୍ ନିମନ୍ତେ କଣ୍ଠଦାନ କରିବା ପାଇଁ ରେକଡ଼ିଂ ଜାରି ରହିଛି।

ସାଇ ଆୟୁଷ କ୍ରିଏସନ୍ ତରଫରୁ ଗାୟିକା ତଥା ପ୍ରଯୋଜିକା ଲିଲି ମହାରଣାଙ୍କ ମୁଖ୍ୟ ପରିଚାଳନାରେ ଏପରି ସଙ୍ଗୀତ ମୁକ୍ତିଲାଭ କରିବାର କାର‌୍ୟ୍ୟକ୍ରମ ରହିଛି। ଏହି ସଙ୍ଗୀତ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ଅଧିକ ଲୋକପ୍ରିୟ ହେବା ସହ ସମସ୍ତଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା ରଖିଛନ୍ତି ଏହାର ମୁଖ୍ୟ ପରିଚାଳକ ଶ୍ରୀମତୀ ମହାରଣା।ସୂଚନାଯୋଗ୍ୟ ଏହି ସଂଗୀତରେ ପ୍ରାୟ ୨୩ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରିବା ଏକ ରେକର୍ଡ ବୋଲି ସାଧାରଣରେ ଆଲୋଚନା ହୋଇଛି। ପ୍ରବୀଣ କୁମାର ଏହି ସଙ୍ଗୀତର ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ଲିପୁନ୍ ଦାସ ସହଯୋଗ କରିଛନ୍ତି।

Related posts