ଓଡିଆ ଚଳଚିତ୍ର ପ୍ରଯୋଜକ ତଥା ଯାତ୍ରା ନିର୍ଦ୍ଦେଶକ ସୁମନ୍ତ ଦେଙ୍କ ପରଲୋକ

Published: Sep 21, 2022, 10:32 pm IST

ଭୁବନେଶ୍ବର: ଓଡିଆ ଚଳଚିତ୍ରର ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁମନ୍ତ କୁମାର ଦେ ଙ୍କ ପରଲୋକ ହୋଇଛି। ଆଜି ଦିନ 2ଟା 30 ମିନିଟରେ 58 ବର୍ଷ ବୟସରେ ବାଲେଶ୍ବରରେ ତାଙ୍କର ପରଲୋକ ଘଟିଛି। ଫଳରେ ଓଡିଆ ସିନେ ଜଗତର ଏକ ଶୋକର ଛାୟା ଖେଳିଯାଇଛି। 90 ଦଶକରେ ସୁମନ୍ତ ଓଡିଆ ଚଳଚିତ୍ରରେ ବେଶ୍ ଜଣାଶୁଣା ଥିଲେ।

ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ ତାଙ୍କର ଚଳଚିତ୍ର ବେଶ ଲୋକପ୍ରିୟ ଅର୍ଜନ କରିଥିଲା। ସେଗୁଡିକ ମଧ୍ୟରେ ଥିଲା ବଡ ଭାଉଜ. ହିସାବ କରିବ କାଳିଆ, ଅନ୍ଧ ଅର୍ଜୁନ ଯାହା ମୁକ୍ତିଲାଭ କରିପାରି ନ ଥିଲା। କେବଳ ସିନେମା ନୁହେଁ ସେ ଯାତ୍ରା ଜଗତର ମଧ୍ୟ ଜଣେ ପରିଚିତ ବ୍ୟକ୍ତିତ୍ବ ଥିଲେ। ସେ ପ୍ରାୟ 20 ରୁ ଅଧିକ ଯାତ୍ରାର ନିର୍ଦ୍ଦେଶକ ଥିଲେ। ତାଙ୍କ ବିୟୋଗରେ ଓଡିଆ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାରରେ କରାଯାଇଛି।

Related posts