Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପ୍ରସ୍ତୁତି, ମନ୍ତ୍ରୀ ଏଲ. ମୁରୁଗାନଙ୍କ ସମୀକ୍ଷା
ଜାତୀୟ ଖବର

୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପ୍ରସ୍ତୁତି, ମନ୍ତ୍ରୀ ଏଲ. ମୁରୁଗାନଙ୍କ ସମୀକ୍ଷା

November 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପ୍ରସ୍ତୁତି, ମନ୍ତ୍ରୀ ଏଲ. ମୁରୁଗାନଙ୍କ ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ସୋମବାର ଦିନ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଗୋଆର ପାଣାଜି ସ୍ଥିତ ମହୋତ୍ସବ ଆୟୋଜନ ସ୍ଥଳ ପରିଦର୍ଶନ କରିଥିଲେ ଏବଂ ବିଭିନ୍ନ କାର‌୍ୟ୍ୟକ୍ରମ ଆୟୋଜିତ ହେବାକୁ ଥିବା ସ୍ଥାନରେ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ । ଏସବୁ ସ୍ଥାନକୁ ଯଥାଶୀଘ୍ର ସମ୍ଭବ ପ୍ରସ୍ତୁତ କରିବା ଲାଗି ସେ ପରାମର୍ଶ ଦେଇଥିଲେ ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ମହାନିର୍ଦ୍ଦେଶକ ମନିଦୀପା ମୁଖାର୍ଜୀ, ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି)ର ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର ଭାକର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ (ଚଳଚ୍ଚିତ୍ର) ପୃଥୁଲ କୁମାର, ଗୋଆ ପୁଲିସ ଆଇଜି ଓମବୀର ସିଂ ବିଷ୍ଣୋଇ, ଗୋଆ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସୁଭାଷ ଚନ୍ଦ୍ର, ଗୋଆ ମନୋରଞ୍ଜନ ସୋସାଇଟିର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ବେତିକା ସାଚାନ ଏବଂ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଆଇଏଫଏଫଆଇ ଆୟୋଜନ ସ୍ଥଳରେ ଫିଲ୍ମ ବଜାର ଏବଂ ରାଜ୍ୟ ପାଭିଲିୟନ ଭଳି ବିଭିନ୍ନ କାର‌୍ୟ୍ୟକ୍ରମ ସ୍ଥଳୀକୁ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ବୁଲି ଦେଖିଥିଲେ । କାର‌୍ୟ୍ୟକ୍ରମ ଆୟୋଜନ ସ୍ଥଳୀରେ ପ୍ରସ୍ତୁତି ବର୍ତ୍ତମାନ ବିଭିନ୍ନ ପର‌୍ୟ୍ୟାୟରେ ରହିଛି, ଏହାକୁ ଯଥାଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ । ଏହାପରେ ଆଇଏଫଏଫଆଇର ୫୩ ତମ ସଂସ୍କରଣ ଆୟୋଜନ ଏବଂ ପରିଚାଳନାରେ ସମ୍ପୃକ୍ତ ବିଭିନ୍ନ ସଂଗଠନ ଓ ପ୍ରତିନିଧି ମାନଙ୍କ ସହିତ ଏକ ବୈଠକରେ କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିଥିଲେ ।

ଚଳଚ୍ଚିତ୍ର ମହୋତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ସବୁ ଅଂଶୀଦାରମାନଙ୍କୁ ମିଳିତ ଭାବେ ପ୍ରୟାସ କରିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଆଇଏଫଏଫଆଇ ଆୟୋଜନକୁ ଏକ ନୂଆ ସ୍ତରକୁ ନେଇ ଯିବା ଲାଗି ଗୋଆର ମୂଳ ଭାବନା ଆନନ୍ଦ ଓ ମହୋତ୍ସବକୁ ଉପଯୋଗ କରିବା ଲାଗି ସେ ଆହ୍ବାନ କରିଥିଲେ ।
ଆଇଏଫଏଫଆଇର ୫୩ତମ ସଂସ୍କରଣରେ ପ୍ରତିନିଧି ଏବଂ ଚଳଚ୍ଚିତ୍ର କଳାକାରମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ଗୁରୁତ୍ବାରୋପ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର କହିଥିଲେ । ଚଳଚ୍ଚିତ୍ର ମହୋତ୍ସବ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାରେ ପ୍ରତିନିଧିମାନଙ୍କୁ ସହାୟତା କରିବା ଲାଗି ୱେବସାଇଟ ଏବଂ ମୋବାଇଲ ଆପକୁ ପ୍ରସ୍ତୁତ ରଖିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ ।

ଆଇଏଫଏଫଆଇର ଚଳିତ ସଂସ୍କରଣରେ କେତେକ ନୂଆ ବୈଶିଷ୍ଟ୍ୟ ସମ୍ପର୍କରେ ଏନଏଫଡିସିର ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର ଭାକର ସୂଚନା ଦେଇଥିଲେ । ସେ କହିଥିଲେ ଯେ, ପୂର୍ବ ସଂସ୍କରଣ ତୁଳନାରେ ଚଳିତ ସଂସ୍କରଣରେ ଅଧିକ ସଂଖ୍ୟକ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ତାରକାମାନେ ଅଂଶଗ୍ରହଣ କରିବେ । ସେ ଆହୁରି କହିଥିଲେ ଯେ ଚଳଚ୍ଚିତ୍ର ମହୋତ୍ସବ ପାଇଁ କାର‌୍ୟ୍ୟସୂଚୀ ଏବଂ ଯୋଜନା ପ୍ରସ୍ତୁତି ଠିକଣା ଭାବେ ଜାରି ରହିଛି । ଖୁବଶୀଘ୍ର ଏଥିରେ ଅଂଶଗ୍ରହଣ କରିବାକୁ ଥିବା ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ ।

ଗୋଆ ପୁଲିସ ଆଇଜି ଓମବୀର ସିଂ ବିଷ୍ଣୋଇ ଉଭୟ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଏବଂ ପ୍ରତିନିଧିମାନଙ୍କର ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ । ଚଳଚ୍ଚିତ୍ର ମହୋତ୍ସବ ପାଇଁ ଆନନ୍ଦପୂର୍ଣ୍ଣ ପରିବେଶ ବଜାୟ ରଖି ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ଧ୍ୟାନ ଦିଆଯାଉଥିବା ସେ କହିଥିଲେ।

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.