Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ଷ୍ଟାର୍‌ ନୁହେଁ, କାହାଣୀ ହିଁ ହୋଇଛି ପ୍ରକୃତ ହିରୋ
ସିନେମା

ଷ୍ଟାର୍‌ ନୁହେଁ, କାହାଣୀ ହିଁ ହୋଇଛି ପ୍ରକୃତ ହିରୋ

June 5, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ସରୋଜ ଜେନା

ଏକଦା ତଥାକଥିତ ଷ୍ଟାର ଏବଂ ସୁପରଷ୍ଟାରଙ୍କ ଫିଲ୍ମ ଭଲ ଆୟ କରୁଥିବା ବେଳେ ଛୋଟ ବଜେଟରେ ନିର୍ମିତ ଫିଲ୍ମ ନିମନ୍ତେ ବିଶେଷ ସୁଯୋଗ ନଥିଲା । ମାତ୍ର ଇଣ୍ଟରନେଟ୍‌ର ବହୁଳ ପ୍ରସାର ଯୋଗୁଁ ଛୋଟ କାହାଣୀ ସମ୍ପର୍କରେ ମଧ୍ୟ ଦର୍ଶକ ଜାଣିବାକୁ ପାଇବା ସହିତ ଦେଖିବାର ସୁଯୋଗ ମଧ୍ୟ ପାଉଛନ୍ତି । ବର୍ତ୍ତମାନର ସମୟରେ ଲୋକ ସୁପରଷ୍ଟାରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଉତ୍ତମ କାହାଣୀ ଏବଂ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଆଜିର ବ୍ୟବସାୟିକ ସିନେମା ଦୁନିଆରେ ମଲ୍ଟିପ୍ଲେକ୍ସ ପାଇଁ କମ୍‌ ଫିଲ୍ମ ନିର୍ମାଣ ହେଉଛି । ଏକଦା କଳାତ୍ମକ ସିନେମା ପାଇଁ ଭାରତୀୟ ସିନେମା ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ବ୍ୟବସାୟୀକରଣ ପରେ ଫିଲ୍ମରୁ ଏହାର ମୌଳିକ ବାସ୍ନା ଧୀରେ ଧୀରେ ଉଭେଇ ଯାଉଛି । କିଛି ନିର୍ମାତା ବର୍ତ୍ତମାନ ମଧ୍ୟ ଏପରି ଫିଲ୍ମ ନିର୍ମାଣ କରୁଛନ୍ତି ଯେଉଁଥିରେ କଳା ଏବଂ ବ୍ୟବସାୟକୁ ସମାନ ଗୁରୁତ୍ବ ଦିଆଯାଉଛି । ୨୦୧୮ରେ ବିଭିନ୍ନ ଭାରତୀୟ ଭାଷାରେ ଅନେକ ଭିନ୍ନ ସ୍ବାଦର ଫିଲ୍ମ ନିର୍ମାଣ ହୋଇଛି । ଏହି ଭିନ୍ନ ସ୍ବାଦର ଫିଲ୍ମ ମଧ୍ୟରୁ ଅନେକ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିବା ବେଳେ ଅନେକ ଫିଲ୍ମ ସାଧାରଣ ବ୍ୟବସାୟ କରିଛି । ଅପରପକ୍ଷରେ ସେହି ସମାନ ବର୍ଷରେ  ଅନେକ ସୁପରଷ୍ଟାରଙ୍କ ଫିଲ୍ମ ଫ୍ଲପ୍‌ ହୋଇଛି । ଥଗ୍‌ସ ଅଫ୍‌ ହିନ୍ଦୋସ୍ତାନ, ଜିରୋ, ବତୀ ଗୁଲ୍‌ ମିଟର ଚାଲୁ, ଆୟାରୀ ପରି ଫିଲ୍ମ ଫ୍ଲପ୍‌ ହୋଇଥିବା ବେଳେ ଛୋଟ ବଜେଟ୍‌ର ଫିଲ୍ମକୁ ଦର୍ଶକ ପସନ୍ଦ କରିଛନ୍ତି ।  ଷ୍ଟାର୍‌ ପାଓ୍ବାର ନୁହେଁ, ବରଂ  ଫିଲ୍ମରେ କାହାଣୀ ହିଁ ପ୍ରକୃତ ହିରୋ ବୋଲି ଏହା ପ୍ରମାଣିତ କରିଛି । ଭଲ କାହାଣୀ, ଉତ୍ତମ ଷ୍ଟାର କାଷ୍ଟ ଏବଂ ନିଖୁଣ ନିର୍ଦ୍ଦେଶନାରେ ପରିପୁଷ୍ଟ ୨୦୧୮ର କିଛି ଶ୍ରବଣଯୋଗ୍ୟ କାହାଣୀ ସମ୍ପର୍କରେ ଏହି ଆଲୋଚନା । ଏଥିରେ ବିଭିନ୍ନ ଭାରତୀୟ ଭାଷାରେ ନିର୍ମିତ ଭିନ୍ନ ସ୍ବାଦର ଚଳଚିତ୍ରକୁ ସାମିଲ କରାଯାଇଛି ।

ଆରୁଭି :
ଅରୁଣ ପ୍ରଭୁ ପୁରୁଷୋତ୍ତମମଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ତାମିଲ ଭାଷାରେ ନିର୍ମିତ । ଫିଲ୍ମଟି ଜଣେ ଏଚ୍‌ଆଇଭି ଆକ୍ରାନ୍ତ ଯୁବତୀ ଏବଂ ଜଣେ କିନ୍ନରର ବନ୍ଧୁତ୍ବକୁ ନେଇ ଗତିଶୀଳ । ଏଥିରେ ସମାଜରେ ଏଚଆଇଭି  ରୋଗୀକୁ କେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ତାହା ଦେଖିବାକୁ ମିଳିଛି । ଅଦିତି ବାଲାନ୍‌ଙ୍କ ଅଭିନୟକୁ ଦର୍ଶକ ଢେର ପ୍ରଶଂସା କରିଥିଲେ । ଫିଲ୍ମଟି ମାତ୍ର ୬ କୋଟିର ବ୍ୟବସାୟ କରିଥିଲେ ମଧ୍ୟ ଏହା ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର ଘୋଷିତ ହୋଇଥିଲା ।
ପ୍ୟାଡ୍‌ମ୍ୟାନ୍‌ :
ତାମିଲନାଡୁର ସାମାଜିକ କର୍ମୀ ଅରୁଣାଚଳମ ମୁରୁଗାନାଥମ୍‌ଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ନଜର ଆସିଥିଲେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର । ସୁସ୍ଥ ଏବଂ ନୀରୋଗ ଜୀବନଯାପନ ପାଇଁ ମହିଳା ମାନେ ସାନିଟାାରୀ ପ୍ୟାଡ୍‌ ବ୍ୟବହାର କରିବା ପରି ଏକ ସାମାଜିକ ବାର୍ତ୍ତା ସହ ପରଦାକୁ ଆସିଥିବା ଏହି ଫିଲ୍ମଟିକୁ ଉଭୟ ସମାଲୋଚକ ଏବଂ ଦର୍ଶକ ବେଶ ପସନ୍ଦ କରିଥିଲେ । ଆର. ବଲ୍‌କୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ୬୬ କୋଟିର ବ୍ୟବସାୟ କରିଥିଲା ।
ରେବା :
ତାଲିକାର ତୃତୀୟ ସ୍ଥାନରେ ରହିଛି ଗୁଜୁରାଟୀ ଫିଲ୍ମ ରେବା । ଚେତନ ଧନାନୀ ଏବଂ ମୋନାଲ ଗୁଜରାଲ୍‌ଙ୍କ ଅଭିନୀତ ଏହି ଫିଲ୍ମଟି ଜଣେ ବିଦେଶ ଫେରନ୍ତା ଯୁବକର କାହାଣୀ । ନର୍ମଦା ତଟବର୍ତ୍ତୀ ଅଞ୍ଚଳ ଭ୍ରମଣ ପରେ କିପରି ଭାବରେ ସେ ନର୍ମଦା ବଞ୍ଚାଓ ଆନ୍ଦୋଳନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟୁଛନ୍ତି ଏହା ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ଫିଲ୍ମଟି ମାତ୍ର ୩ କୋଟିର ବ୍ୟବସାୟ କରିଥିଲେ ମଧ୍ୟ ଏହା ବକ୍ସ ଅଫିସ୍‌ରେ ସଫଳ ହୋଇଥିଲା ।
ଅକ୍ଟୋବର :
ସୁଜିତ୍‌ ସିିରକାରଙ୍କ ଏହି ରୋମାନ୍ସ ଡ୍ରାମାରେ ବରୁଣ ଧଓ୍ବନ୍‌ ଏବଂ ବନିତା ସାନ୍ଧୁ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଫିଲ୍ମଟିରେ ଡାନ୍‌(ବରୁଣ) ଏବଂ ଶିଉଳୀ (ବନିତା)ଙ୍କ ମଧ୍ୟରେ ଏକ ଅଲଗା ସମ୍ପର୍କ ଦେଖାଯାଇଛି । ଯେତେବେଳେ ଶିଉଳୀ ଏକ ଦୁର୍ଘଟଣାର ସମ୍ମୁଖୀନ ହେଉଛି ସେତେବେଳେ ପ୍ରେମ, ଜୀବନ ଏବଂ ସମ୍ପର୍କ ପ୍ରତି ଡାନ୍‌ର ଦୃଷ୍ଟିଭଙ୍ଗୀରେ ଯେଉଁ ପରିବର୍ତ୍ତନ ହୋଇଛି ତାହାକୁ ଫିଲ୍ମରେ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଛନ୍ତି ସୁଜିତ। ଫିଲ୍ମଟି ୭୮ କୋଟିର ବ୍ୟବସାୟ କରିଥିଲା ।
ନ୍ୟୁଡ୍‌ :
ମରାଠୀ ଫିଲ୍ମ ନ୍ୟୁଡ୍‌ ଏହି ତାଲିକାରେ ମଧ୍ୟ ସ୍ଥାନ ପାଇଛି । ରବି ଜାଦବଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କଲ୍ୟାଣୀ ମୁଲେ ଏବଂ ଛାୟା କଦମ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ପାରିବାରିକ ଜୀବନରେ ନିର୍ଯାତିତା ଜଣେ ମହିଳାର କାହାଣୀ ଉପରେ ଆଧାରିତ । ପରିବାର ଛାଡିବା ପରେ ପୁନର୍ବାର ପାଠ ପଢିବାକୁ ଚେଷ୍ଟା କରୁଥିବା ସମୟରେ ନିଜ ଅତୀତ ସମ୍ପର୍କରେ ଏକ ଅଲଗା ଜିନିଷ ଜାଣିବାକୁ ପାଆନ୍ତି କଲ୍ୟାଣୀ । ଫିଲ୍ମଟି ମାତ୍ର ୨ କୋଟିର ବ୍ୟବସାୟ କରି ଆଭରେଜ୍‌ ଘୋଷିତ ହୋଇଥିଲା ।
ଏ ମା ୟୁ :
ଲିଜୋ ଜୋସ୍‌ ପେଲିସେରିଙ୍କ ନିର୍ଦ୍ଦେଶିତ ଏହି ମାଲାୟଲମ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଚେମ୍ବନ ବିନୋଦ । ଚେଲ୍ଲାନାମ, କୋଚିରେ ଏହି କାହାଣୀ ଗତିଶୀଳ ହୋଇଛି । ଏହି ଫିଲ୍ମରେ ଜଣେ ବ୍ୟକ୍ତିର ମୃତ୍ୟୁ ପରର ଦୁଇଟି ସନ୍ଧ୍ୟାର କାହାଣୀ ଏବଂ ମୃତ୍ୟୁକୁ ନେଇ ରହିଥିବା ଭିନ୍ନ ଦୃଷ୍ଟିଭଙ୍ଗୀକୁ ଫିଲ୍ମରେ ଚମତ୍କାର ଢଙ୍ଗରେ ଉପସ୍ଥାପନ କରାଯାଇଥିଲା । ଫିଲ୍ମଟି କେରଳ ବକ୍ସ ଅଫିସ୍‌ରେ ୭ କୋଟିର ବ୍ୟବସାୟ କରିଥିଲା ।
ଓମେର୍ଟା :
କୁଖ୍ୟାତ ଆତଙ୍କବାଦୀ ଓମାର ଶେଖ୍‌ର ଜୀବନୀକୁ ନେଇ ନିର୍ଦ୍ଦେଶକ ହଂସଲ ମେହେଟ୍ଟା ନିର୍ମାଣ କରିଥିଲେ ଓମେର୍ଟା । ଓମାର ଶେଖ ଭୂମିକାରେ ରାଜକୁମାର ରାଓଙ୍କ ଅଭିନୟ ଅତ୍ୟନ୍ତ ଚମତ୍କାର ରହିଥିଲା ।୧୯୯୪ରେ ବିଭିନ୍ନ ବିଦେଶୀ ପର୍ଯ୍ୟଟକଙ୍କ ହତ୍ୟା ଏବଂ ୨୦୦୨ରେ ଓ୍ବାଲ୍‌ଷ୍ଟ୍ରିଟ୍‌ ସମ୍ବାଦିକ ଡାନିଏଲ୍‌ ପର୍ଲଙ୍କ ହତ୍ୟାରେ ସାମିଲ ଥିଲା ଓମାର ଶେଖ । ଫିଲ୍ମ ପାଇଁ ହଂସଲ ମେହଟ୍ଟାଙ୍କୁ ବିଭିନ୍ନ ଆଡୁ ପ୍ରଶଂସା କରାଯାଇଥିଲା । ଫିଲ୍ମଟି ବକ୍ସ ଅଫିସ୍‌ରେ ୫କୋଟିର ବ୍ୟବସାୟ କରିଥିଲା ।
ରାଜି :
୧୯୭୧ ମସିହାରେ ପାକିସ୍ତାନରେ ରହିଥିବା ଜଣେ ମହିଳା ଗୁପ୍ତଚରର କାହାଣୀ ଦେଖାଇଥିଲେ ମେଘନା ଗୁଲଜାର । ବିଭିନ୍ନ ପରିସ୍ଥିତିରେ କିପରି ଜଣେ ସାଧାରଣ ଝିଅ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା । ଗୁପ୍ତଚର ସେହମତ ଖାନ୍‌ ଭୂମିକାରେ ଆଲିଆ ଭଟ୍ଟ ଏବଂ ମେଜର ଇକ୍‌ବାଲ୍‌ ସଏଦ୍‌ ଭୂମିକାରେ ଭିକି କୌଶଲଙ୍କ ଭୂମିକା ଅତ୍ୟନ୍ତ ଚମତ୍କାର ରହିଥିଲା । ଫିଲ୍ମଟିକୁ ଉଭୟ ଦର୍ଶକ ଏବଂ ସମାଲୋଚକ ବହୁତ ପସନ୍ଦ କରିଥିଲେ । ଫିଲ୍ମଟି ବକ୍ସ ଅଫିସ୍‌ରେ ୧୧୩ କୋଟିର ବ୍ୟବସାୟ କରିଥିଲା ।
ଓଣ୍ଡାଲା ଏରାଡାଲ୍ଲା :
ଡି ସତ୍ୟ ପ୍ରକାଶଙ୍କ ନିର୍ଦ୍ଦେଶିତ ଏହି କନ୍ନଡ ଫିଲ୍ମରେ ଜଣେ ଛୋଟ ପିଲା ଏବଂ ତାର ପୋଷା କୁକୁର ମଧ୍ୟରେ ସମ୍ପର୍କ ଦେଖିବାକୁ ମିଳିଛି । ନିଜ ପୋଷା କୁକୁର ହଜିଯିବା ପରେ ତାକୁ ଖୋଜିବା ପାଇଁ ସହରକୁ ଆସେ ସମୀରା । ନିଜ ପୋଷା କୁକୁରକୁ ଖୋଜିବା ପାଇଁ ସମୀରାର ଯାତ୍ରା ଫିଲ୍ମରେ ଚମତ୍କାର ଢଙ୍ଗରେ ଉପସ୍ଥାପନା କରାଯାଇଛି । ସମୀରା ଭୂମିକାରେ ମାଷ୍ଟର ପି. ଭି ରୋହିତଙ୍କ ଅଭିନୟ ଚମତ୍କାର ହୋଇଛି ।ଆଇଏମ୍‌ଡିବି ପକ୍ଷରୁ ଫିଲ୍ମଟିକୁ ୯.୨ ରେଟିଂ ପ୍ରଦାନ କରାଯାଇଥିଲା ।
ଅନ୍ଧାଧୁନ୍‌ :
ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏହି ଥ୍ରୀଲରରେ ଆୟୁଷ୍ମାନ ଖୁରାନାଙ୍କୁ ଜଣା ଅନ୍ଧ ପିଆନୋ ବାଦକ ଭୂମିକାରେ ଦେଖିବାକୁ ମିଳିଥିଲା । ଆୟୁଷ୍ମାନଙ୍କ ବ୍ୟତୀତ ତବୁ ଏବଂ ରାଧିକା ଆପ୍ତେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଜଣେ ଅନ୍ଧ ଲୋକ ଏକ ହତ୍ୟା ହେଉଥିବାର ଦେଖିନିଏ ଏହାର ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଫିଲ୍ମଟି ୭୮କୋଟିର ବ୍ୟବସାୟ କରିଥିଲା ।

ଏହି ସମସ୍ତ ଫିଲ୍ମ ବ୍ୟତୀତ ଅନ୍ୟ କିଛି ଫିଲ୍ମ ମଧ୍ୟ ଚର୍ଚ୍ଚାରେ ରହିଥିଲା । ମେକ୍‌ ଇନ୍‌ ଇଣ୍ଡିଆ ଉପରେ ଆଧାରିତ ସୁଇ ଧାଗା, ଶାହାଦତ ହାସନ ମାଣ୍ଟୋଙ୍କ ଉପରେ ଆଧାରିତ ମାଣ୍ଟୋ, ତୁମ୍ବାଡ, ବିଶାଲ ଭରଦ୍ବାଜଙ୍କ ପଟାଖା, ଶିକ୍ଷା ଏବଂ ଜାତିପ୍ରଥାକୁ ନେଇ କାଥିରଙ୍କ ତାମିଲ୍‌ ଫିଲ୍ମ ପରିୟେରମ୍‌ ପେରୁମଲ୍‌, ତେଲୁଗୁ ଫିଲ୍ମ ସି/ଓ କାଞ୍ଚରାପାଲେମ ଏବଂ ବଲିଉଡ୍‌ ଫିଲ୍ମ କରଓ୍ବାନ୍‌ ପ୍ରମୁଖ ଚର୍ଚ୍ଚାରେ ରହିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.