Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ସିନେମାରୁ ଜାଇରା ୱାସିମଙ୍କ ବିଦାୟ, ଧର୍ମ ବନାମ ରାଜନୀତିର ବିତର୍କ
ସିନେମା

ସିନେମାରୁ ଜାଇରା ୱାସିମଙ୍କ ବିଦାୟ, ଧର୍ମ ବନାମ ରାଜନୀତିର ବିତର୍କ

July 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ଦଙ୍ଗଲ୍‌ ଗାର୍ଲ ଜାଇରା ଓ୍ବାସିମ୍‌ ବଲିଉଡ୍‌ରୁ ବିଦାୟ ନେଇଛନ୍ତି । ନିକଟରେ ଜାଇରା ଟୁଇଟର୍‌ରେ ଏକ ବାର୍ତ୍ତା ଦେଇ ବଲିଉଡ୍‌ରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଥିବାର ଜଣାଇଛନ୍ତି । ସେ ଧର୍ମ ପାଇଁ ବଲିଉଡ୍‌ରୁ ଦୂରେଇ ଯାଉଥିବାର କହିଛନ୍ତି । ୧୮ ବର୍ଷୀୟା ଏହି ଅଭିନେତ୍ରୀ ଜଣକ ’ଦଙ୍ଗଲ୍‌’ ‘ସିକ୍ରେଟ୍‌ ସୁପରଷ୍ଟାର୍‌’ରେ ନିଜର ବଳିଷ୍ଠ ଅଭିନୟ ଜରିଆରେ ରାତାରାତି ସୁପରଷ୍ଟାର୍‌ ହୋଇଥିଲେ । ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇବା ସହିତ ଫିଲ୍ମଫେୟାର୍‌ ପୁରସ୍କାର ପାଇଛନ୍ତି । ଏହା ସହିତ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତରଫରୁ ଶିଶୁ କଳାକାର ଭାବେ  ଏକ ସ୍ଵତନ୍ତ୍ର ପୁରସ୍କାର  ମଧ୍ୟ ପାଇଛନ୍ତି । ନିକଟରେ ସେ ତାଙ୍କ ଅଭିନୀତ ‘ସ୍କାଏ ଇଜ୍‌ ପିଙ୍କ୍‌’ର ଫିଲ୍ମର ଶୁଟିଂ ସାରିଛନ୍ତି । ଏହି ଫିଲ୍ମର ଶୁଟିଂ ସାରିବା ପରେ ଫିଲ୍ମ ଦୁନିଆରୁ ବିଦାୟ ନେଇଛନ୍ତି। ଏହାକୁ ନେଇ ଏବେ ଚାରିଆଡେ ବୟାନବାଜି । ତେବେ ଫିଲ୍ମ ଛାଡ଼ିବା ନ ଛାଡ଼ିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ଜାଇରାଙ୍କ ବ୍ୟକ୍ତିଗତ ନିର୍ଣ୍ଣୟ ।

ତେବେ ତାଙ୍କ କହିବା ଅନୁସାରେ ସେ ଧର୍ମ ପାଇଁ ଫିଲ୍ମ ଛାଡ଼ିଛନ୍ତି । କୌଣସି ଧର୍ମ ବୃତ୍ତି ତଥା କଳାକୁ ଅନାଦାର କରିନାହିଁ । ସୁଫିବାଦ ଗୀତ ତଥା ଅଭିନୟକୁ କେବେବି ବିରୋଧ କରିନାହିଁ । ତେବେ କେତେକ ରାଜନୈତିକ ଗୋଷ୍ଠୀ ତାଙ୍କ ଉପରେ ଚାପ ପ୍ରୟୋଗ କରି ତାଙ୍କୁ ଏପରି କରିବାକୁ ବାଧ୍ୟ କରାଇଛନ୍ତି ବୋଲି ଯୁକ୍ତି ବାଢିଛନ୍ତି ।  ତେବେ ଏହି ଘଟଣାକୁ ନେଇ ଚାଲିଥିବା ରାଜନୀତି  ଏହି ଘଟଣାକୁ ଆହୁରି ବିବାଦୀୟ କରିଦେଇଛି। ତେବେ ମୁସଲମାନ୍‌ ଝିଅ ଭାବେ ଜାଇରା ଏକାକୀ ଫିଲ୍ମ ଦୁନିଆରେ ପାଦ ରଖିନାହାନ୍ତି । ଜାଇରାଙ୍କ ପୂର୍ବରୁ ଅନେକ ମୁସଲିମ୍‌ ଝିଅମାନେ ବଲିଉଡ୍‌ ତଥା ଫିଲ୍ମ ଓ ଅଭିନୟ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ବଲିଉଡ୍‌ର ଲୋକପ୍ରିୟ କଳାକାର ଭାବେ ଫରିଦା ଜଲାଲ୍‌, ଜୀନତ ଅମନ୍‌, ଶାବନା ଆଜ୍‌ମୀ, ତବୁ, ଦିୟା ମିର୍ଜା, ଆୟେଶା ଟାକିଆ, ହ୍ୟୁମା କୁରୈସି ପ୍ରମୁଖ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି । ଫିଲ୍ମ ଦୁନିଆରୁ ସନ୍ନ୍ୟାସୀ ନେବା ନ ନେବା ଏକ ଭିନ୍ନ କଥା । ଜାଇରାଙ୍କ ଏହି ନିଷ୍ପତ୍ତିକୁ କେତେଜଣ ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି କହି ସମର୍ଥନ କରୁଥିବାବେଳେ ଆଉ କେତେଜଣ ଜାଇରା ଏହା ଲୋକପ୍ରିୟତା ପାଇଁ ଏକ ଡ୍ରାମାବାଜି କରୁଛନ୍ତି ବୋଲି କହିଛନ୍ତି । ତେବେ ଜାଇରା ତାଙ୍କ ଭବିଷ୍ୟତକୁ ନେଇ କ’ଣ କରିବେ, ସେଇଟା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ।

ଧର୍ମ ଏକ ବ୍ୟକ୍ତିଗତ ମାମଲା । ଏହା ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ପାଖରେ ଭିନ୍ନ ହୋଇଥାଏ । ଜାଇରାଙ୍କ ପରି ଅତୀତରେ ଅନେକ କଳାକାରମାନେ ମଧ୍ୟ ନିଜ କ୍ୟାରିଅରରୁ ଏପରି ଭାବରେ ବିଚ୍ୟୁତି ହୋଇଛନ୍ତି । ଭୌତିକବାଦୀରୁ ଆଧ୍ୟାତ୍ମିକବାଦୀକୁ ଅନେକ ଆପଣାଇ ନେଇଛନ୍ତି । ବିଗତ ଦିନର ଲୋକପ୍ରିୟ ନାୟିକା ମମତା କୁଲକର୍ଣ୍ଣୀ ଅଚାନକ ଭାବେ ଫିଲ୍ମ ଦୁନିଆକୁ ଛାଡ଼ି ସାଧ୍ବୀ ପାଲଟି ଯାଇଛନ୍ତି । ସେହିପରି ଗତ ବର୍ଷ ସୁରତର ଧନୀ ତଥା ହୀରା ବ୍ୟବସାୟୀଙ୍କ ପୂରା ପରିବାର ଜୈନ ଭିକ୍ଷୁ ହୋଇ ଏକ ବେଶ୍‌ ଚର୍ଚ୍ଚାରେ ରହିଥିଲେ । ଜାଗତିକ ସୁଖଠାରୁ ଦୂରେଇ ଯାଇ ଆଧ୍ୟାତ୍ମିକ ସୁଖ ପାଇଁ ସେମାନେ ଏପରି ନିଷ୍ପତ୍ତି ନେଇଥିଲେ । ତେବେ ଜାଇରାଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକୁ ସମ୍ମାନ କରିବା ଆମର ଦାୟିତ୍ବ । ତାଙ୍କ ବ୍ୟକ୍ତିଗତ ଜୀବନ ତଥା ନିଷ୍ପତ୍ତିକୁ ନେଇ ଏପରି ବିବାଦୀୟ ତଥା ରାଜେନୖତିକକରଣ କରିବା ଆଦୌ ଶୋଭନୀୟ ନୁହେଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026
Latest News

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.