Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ସିନେମାରେ କେହିଜଣେ ହେମନ୍ତ ଦାସ ଥିଲେ, ଏକଥା ଆମେ ଯଦି ଭୁଲିଯାଉ, ତେବେ ଆମର ଓଡିଆପଣ କୁ ଧିକ
ବିଶେଷ ଖବର

ଓଡିଆ ସିନେମାରେ କେହିଜଣେ ହେମନ୍ତ ଦାସ ଥିଲେ, ଏକଥା ଆମେ ଯଦି ଭୁଲିଯାଉ, ତେବେ ଆମର ଓଡିଆପଣ କୁ ଧିକ

December 18, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର –

ବାବୁ ତୁ କ’ଣ ଆଉ ସିନେମାରେ କାମ କରୁନୁ?

– ନାଇଁରେ, ମୁଁ ବୁଢ଼ା ହୋଇଗଲିଣି ତ? ସେଥିପାଇଁ ସେମାନେ ମୋତେ ଆଉ ଖୋଜୁନାହାନ୍ତି । ଯା’ହେଉ, ତୁ ମୋତେ ମନେରଖିଛୁ ।

ପ୍ରାୟ ପାଞ୍ଚବର୍ଷ ତଳେ ପୁରୀ ବଡ଼ଦାଣ୍ଡରେ ଜଣେ ରିକ୍ସାବାଲା ଓ ସ୍ୱର୍ଗତ ଅଭିନେତା ହେମନ୍ତ ଦାସଙ୍କ କଥୋପକଥନର କିଛି ଅଂଶ ଇଏ । ହେମନ୍ତ ଦାସଙ୍କୁ ଚିହ୍ନିଥିବା ରିକ୍ସାବାଲା ଓ ରିକ୍ସାବାଲାକୁ ଭଲପାଉଥିବା ହେମନ୍ତ ଦାସଙ୍କୁ ନେଇ ଯେଉଁ ପୃଷ୍ଠଭୂମି ନିର୍ମାଣ ହୋଇଛି ସେଥିରେ ଆମ ଜୀବନବୋଧ ଓ କଳାପକ୍ଷର ଏକ ବିଚିତ୍ର ଦିଗର ସଙ୍କେତ ମଧ୍ୟ ରହିଛି । ଶିଳ୍ପୀ ଓ କଳାକାରର ଦେଶ ବୋଲି ଛାତି ବାଡ଼େଇବାରେ ଆମ ଗୌରବବୋଧର କୌଣସି ସୀମା ନାହିଁ । ବାସ୍ତବ ଜୀବନରେ କଳାର ଅମର୍ଯ୍ୟାଦା ଏବଂ ଶିଳ୍ପୀକୁ ଅବହେଳା ତାଙ୍କର ଉପେକ୍ଷିତ ଜୀବନ କାହାଣୀ କେବଳ ନୁହେଁ, ତାହା ପ୍ରତ୍ୟେକ ଓଡ଼ିଆ କଳାକାରର ଉପେକ୍ଷା ଓ ଅବହେଳାର ଅନ୍ୟତମ ଦୃଷ୍ଟାନ୍ତ ମାତ୍ର ।

ହେମନ୍ତ ଦାସଙ୍କ ଅଭିନୟକୁ ଆମ ଚଳଚ୍ଚିତ୍ର ଜୀବନର ସେହି ବିନ୍ଦୁ ବୋଲି ଆମେ କହିପାରିବା, ଯୋଉଠି ଗୋଟିଏ ପ୍ରଜନ୍ମର ପୂର୍ଣ୍ଣଛେଦ ପଡ଼ିଲା । ରଙ୍ଗମଞ୍ଚ ଏବଂ ଚଳଚ୍ଚିତ୍ରର ଅନ୍ତିମ ମହାନାୟକ ସିଏ । ଅଭିନୟରେ ନିଖୁଣ ଓଡ଼ିଆ ଭାବ, ସଂଳାପ, ଉଚ୍ଚାରଣରେ ନିପଟ ଓଡ଼ିଆପଣ ଏବଂ ଚାହାଣୀ-ଚଳଣୀ ଓ ନିତାନ୍ତ ସାଧାରଣ ଓଡ଼ିଆ ମଣିଷର ପ୍ରତିନିଧି । କ୍ରମଶଃ ମାଙ୍କଡ଼ମାନଙ୍କର ସହର ପାଲଟି ଯାଉଥିବା ଆମ ଚଳଚ୍ଚିତ୍ରର ପରଦା ଭିତରେ ହେମନ୍ତ ବାବୁଥିଲେ ଓଡ଼ିଆ ମଣିଷର ସ୍ୱପ୍ନ ଓ ସଂଘର୍ଷର ପ୍ରତିନିଧି । ସେ ଅଭିନୟ ଜଗତର ଏମିତି ଏକ ପିଢ଼ିରୁ ଆସିଥିଲେ ଯେଉଁଠି ଜାଗତିକ ସଫଳତାର କୌଣସି ଅର୍ଥ ନଥିଲା । ଅଭିନୟର ନିଶା ଘାରିଥିଲା ବୋଲି ସେମାନେ ‘ଷ୍ଟାର୍’ ହେବାର ମୋହରେ ପଡ଼ିନଥିଲେ । ବେପାରୀ ବା ବଜାରୀ ହେବା କଳାର ଲକ୍ଷ୍ୟ ନୁହେଁ- ସେଠି ଜୀବନ ଓ ପ୍ରେମ ହିଁ ସବୁଠୁ ବଡ଼ କଥା । ଏଇ ପ୍ରେମ ସେମାନଙ୍କୁ ବାଇଆ କରିଥିଲା । ମଞ୍ଚ ଓ ପରଦାରେ ସେମନେ ନିଜ ଜୀବନକୁ ସମୁଦାୟ ଢାଳି ପକେଇଥିଲେ । ଉଚ୍ଚଶିକ୍ଷା ଓ ସ୍ୱଚ୍ଛଳ ପରିବାରରୁ ଆସିଥିବା ଅନେକ ଯୁବକ ସେତେବେଳେ କଳାକାର ହେବାର ନିଶାରେ ସ୍ୱେଚ୍ଛାରେ ଦାରିଦ୍ର‌୍ୟକୁ ଗ୍ରହଣ କରିଥିଲେ ।

ହେମନ୍ତ ଦାସଙ୍କ କଥା ସହ ମନେପଡ଼ୁଛି ସାମୁଏଲ ସାହୁ(ବାବି)ଙ୍କ କଥା । ଇଞ୍ଜିନିୟର ନହୋଇ ବାବି ବାବୁ ଅଭିନେତା ହୋଇଥିଲେ । ପରିଣତିରେ ତାଙ୍କୁ ଯାହା ଭୋଗିବାକୁ ପଡ଼ିଥିଲା- ତା’ର ଇତିହାସ ଆମେ ସଭିଏଁ ଜାଣୁ । କଳା ଓ ଜୀବନର ନିଶା ଆଗରେ ଦାରିଦ୍ର‌୍ୟର କୌଣସି ମାନେ ନଥାଏ । କଳାକାର ଜାଣେ, ସେ ତା’ର ମାଟି ଓ ମଣିଷର ପ୍ରତିନିଧି । ତେଣୁ ମାଟିରେ ଲୋଟିବାକୁ-ମଣିଷ ସହ ଏକାକାର ହେବାକୁ ସେ ଜୀବନସାରା ସଂଘର୍ଷ କରୁଥାଏ । ଦରଗଢ଼ା ସ୍ୱପ୍ନମାନଙ୍କୁ, ଭାଙ୍ଗି ଯାଉଥିବା ଅଭିଳାଷ ଓ ଦଦରା ସଂକଳ୍ପ ନେଇ ଶିଳ୍ପୀର ଅଭିଯାତ୍ରା । ଶିଳ୍ପୀ ସବୁବେଳେ ନିଶାରେ ଥାଏ । ନିଶାରେ ଥିବା ମଣିଷ ଜୀବନର ଅସଲ ସତ୍ୟକୁ ବୟାନ କରିପାରେ । ଆମ ପାଇଁ ଏହି ନିଶାଗ୍ରସ୍ତ ଶିଳ୍ପୀମାନେଇ ସତ୍ୟର ଆବିଷ୍କାରକ । ବିଡ଼ମ୍ବନାର କଥା ହେଲା ସେମାନଙ୍କୁ ଆମେ ସହଜରେ ଚିହ୍ନିପାରୁନା ।

ବିଫଳତାର କଥା ଉଠୁଛି ଯେତେବେଳେ, ହେମନ୍ତ ଦାସଙ୍କ ବିଫଳତା କଥା ବି ଉଠୁ । ଫକୀର ମୋହନଙ୍କ ‘ପେଟେଣ୍ଟ ମେଡ଼ିସିନ୍’କୁ ୁ ନେଇ ‘ସୁଲୋଚନା’ ସିନେମା କରିବା ଲାଗି ତାଙ୍କର ଦୀର୍ଘବର୍ଷର ପ୍ରୟାସ ମରିବା ଯାଏ ସଫଳ ହେଲାନାହିଁ । ବାବୁ ଚନ୍ଦ୍ରମଣିଙ୍କୁ ଚଳଚ୍ଚିତ୍ରରେ ଦେଖିବାର ଓ ଦେଖାଇବାର ଅଧୁରାସ୍ୱପ୍ନ ଆଖିରେ ନେଇ ହେମନ୍ତ ଦାସ ଚାଲିଗଲେ । ମରିବାଆଗରୁ କହିଥିଲେ ବିଫଳତାକୁ ନେଇ ଭାବିଲେ କେବଳ ଅନୁଶୋଚନା ହିଁ ସାର ହେବ । ସତ୍ କଳାକାର କେବେବି ସଫଳତା, ବିଫଳତାକୁ ନେଇ ଚିନ୍ତା କରେନି । ତା’ପାଇଁ ସ୍ୱପ୍ନଟି ସବୁଠୁ ବଡ଼ । ଗୋଟେ ସ୍ୱପ୍ନକୁ ନେଇ ସେ ବଞ୍ଚେ । ତାକୁ ସାକାର କରିବା ଲାଗି ସଂଘର୍ଷ ଭିତରେ ପରାଜୟକୁ ସେ ଅସ୍ୱୀକାର କରେ । ପରାଜୟକୁ ଅସ୍ୱୀକାର କରିବା କମ୍ ବିଜୟ ନୁହେଁ ।

ହେମନ୍ତ ଦାସଙ୍କୁ ରିକ୍ସାବାଲା ଯେଉଁ ପ୍ରଶ୍ନ ପଚାରିଥିଲା, ସେ ପ୍ରଶ୍ନର ଉତ୍ତର ଆସନ୍ତାକାଲି ଆଉ କେଉଁ କଳାକାର ହୁଏତ ଦେବେନାହିଁ । ହୁଏତ, ଏମିତି ପ୍ରଶ୍ନଟିଏ ପଚାରିବାକୁ ରିକ୍ସାବାଲାଟିଏ ଯେ ମିଳିବ, ସେ ସମ୍ଭାବନା ମଧ୍ୟ ଦିଶୁନାହିଁ । ଚଳଚ୍ଚିତ୍ର ଯେଉଁଠି ଚକ୍ ଚକ୍ ବେପାର; ସେଠି ହେମନ୍ତ ଦାସମାନେ ବୁଢ଼ା ହୋଇ ଉପେକ୍ଷା ଭୋଗିବାକୁ ଓ ଚୁପ୍ଚାପ୍ ମରିଯିବାକୁ ବାଧ୍ୟ । ମୃତ୍ୟୁ ଗୋଟେ ନାଟକର ଯବନିକା ପତନ ନୁହେଁ- ତାହା ଇତିହାସର ନୂଆ ଏକ ଆରମ୍ଭ । ହେମନ୍ତ ଦାସଙ୍କ ଜୀବନ ଗୋଟେ ଲମ୍ବା ଇତିହାସ-ସେମିତି ମୃତ୍ୟୁ ବି ଗୋଟେ ନୂଆ ନାଟର ଉଦ୍ଘୋଷଣା ।

 

Share. Facebook Twitter LinkedIn Email WhatsApp Copy Link

Related Posts

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026

ଓଡ଼ିଶାରେ ୭୩୨ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପଗୁଡ଼ିକୁ ଦେଶବାସୀଙ୍କୁ ସମର୍ପଣ କରିବେ ରାଷ୍ଟ୍ରପତି

June 19, 2026

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

June 19, 2026

ଆମେରିକା-ଚୀନ୍-କେନ୍ଦ୍ରିକ “G2” ବ୍ୟବସ୍ଥାକୁ କଡ଼ା ବିରୋଧ କଲେ ଜନ୍ ବୋଲ୍ଟନ୍: ଟ୍ରମ୍ଫଙ୍କୁ ଦେଲେ ଚେତାବନୀ

June 19, 2026
Latest News

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026

Jio IPO: ଜିଓ ଆଇପିଓ ନେଇ ଘୋଷଣା କଲେ ମୁକେଶ ଆମ୍ବାନୀ, ଆସିବ ୨୭ କୋଟି ସେୟାରର ନୂଆ ଇସ୍ୟୁ

June 19, 2026

‘ଭିବି-ଜି ରାମ୍ ଜି’ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ୧୦୦ରୁ ଅଧିକ କ୍ଷେତ୍ର ଅଧିକାରୀଙ୍କ ନିଯୁକ୍ତି

June 19, 2026

ଓଡ଼ିଶାରେ ୭୩୨ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପଗୁଡ଼ିକୁ ଦେଶବାସୀଙ୍କୁ ସମର୍ପଣ କରିବେ ରାଷ୍ଟ୍ରପତି

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.