Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»୬୬ତମ ଜାତୀୟ ଫିଲ୍ମ ପୁରସ୍କାର : ଏଥର ବି ସ୍ଥାନିତ ହୋଇନି ଓଡ଼ିଆ ସିନେମା
ସିନେମା

୬୬ତମ ଜାତୀୟ ଫିଲ୍ମ ପୁରସ୍କାର : ଏଥର ବି ସ୍ଥାନିତ ହୋଇନି ଓଡ଼ିଆ ସିନେମା

August 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ଘୋଷଣା କରାଯାଇଛି ।  ଶାସ୍ତ୍ରୀ ଭବନ ପରିସରରେ ପିଆଇବି କନଫରେନ୍ସ ହଲ୍‌ରେ ପୁରସ୍କାର ପ୍ରଦାନ ସମାବେଶର ଉତ୍ସବ ଆୟୋଜନ କରାଯାଇଛି । ଫିଚର ଫିଲ୍ମରେ ୩୧ଟି ଶ୍ରେଣୀରେ ଜାତୀୟ ପୁରସ୍କାର ଦିଆଯିବ । ୨୩ଟି ନନ୍‌ଫିଚର୍‌ ଫିଲ୍ମ  ଓ ୩୧ଟି ଫିଚର ଫିଲ୍ମ ପାଇଁ ଏହି ପୁରସ୍କାର ଦିଆଯିବ । ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲୀ ଷ୍ଟେଟ୍‌ ପାଇଁ ଉତ୍ତରାଖଣ୍ଡକୁ ପୁରସ୍କାର ମିଳିବ । ପ୍ରତ୍ୟେକ ବର୍ଷ ନ୍ୟାସନାଲ୍‌ ଆଓ୍ବାର୍ଡର ଘୋଷଣା ଅପ୍ରେଲ୍‌ ମାସରେ କରାଯାଉଥିବାବେଳେ ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଏହି ୬୬ ତମ ଜାତୀୟ ପୁରସ୍କାରରେ ବଲିଉଡ୍‌ଫିଲ୍ମ  ଅନ୍ଧାଧୁନ୍‌ ବାଜି ମାରିଛି। ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଚିତ୍ରନାଟ୍ୟ ଓ ଶ୍ରେଷ୍ଠ ଅଭିନେତାର ୩ଟି ପୁରସ୍କାର ପାଇଥିବାବେଳେ ’ଉରି’ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ପାଇଛି । ‘ଅନ୍ଧାଧୁନ୍‌’ର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀରାମ ରାଘବନ୍‌ । ଏହି ଫିଲ୍ମରେଆୟୁଷ୍ମାନ ଖୁରାନାଙ୍କ ସହ ତବୁ ଓ ରାଧିକା ଆପ୍ତେ ପ୍ରମୁଖ ନଜର ଆସିଥିଲେ । ଚଳିତ ଥର ମଧ୍ୟ କୌଣସି ଯୋଗ୍ୟ ଓଡ଼ିଆ ଫିଲ୍ମ ଏହି ତାଲିକାରେ ସ୍ଥାନ ପାଇନାହିଁ ।  ସବୁ ଆଞ୍ଚଳିକ ଭାଷାର ଫିଲ୍ମଗୁଡ଼ିକରେ ଭାରତର ବିଭିନ୍ନ ଭାଷାର ଫିଲ୍ମଗୁଡ଼ିକ ପୁରସ୍କୃତ ହେଉଥିବାବେଳେ ଓଡ଼ିଆ ଫିଲ୍ମ ଏହି କ୍ରମରେ ସ୍ଥାନିତ ନ ହେବା ଦୁର୍ଭାଗ୍ୟର ବିଷୟ । ବର୍ଷକରେ ଦୁଇ ଡର୍ଜନ ପାଖାପାଖି ଫିଲ୍ମ ନିର୍ମାଣ ହେଉଥିଲେ ମଧ୍ୟ କୌଣସି ମୌଳିକ ଓଡ଼ିଆ ସିନେମା ନିର୍ମାଣ ନ ହେବା ଆମ ଓଡ଼ିଆ ଫିଲ୍ମ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିଛି । ତେବେ ଆଜିର ସମୟରେ ଓଡ଼ିଆର ନିର୍ଦ୍ଦେଶକ ତଥା ପ୍ରଯୋଜକମାନେ ମୌଳିକ ଓଡ଼ିଆ ସିନେମା ନିର୍ମାଣରେ ରୁଚି ନ ରଖି କେବଳ ବ୍ୟବସାୟିକ ସିନେମା ନିର୍ମାଣରେ ଆଗ୍ରହୀ ହେଉଛନ୍ତି । ଯାହା ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଶ୍ରେଷ୍ଠ ଅଭିନେତା : ଆୟୁଷ୍ମାନ ଖୁରାନା (ଅନ୍ଧାଧୁନ୍‌), ଭିକି କୌଶଲ୍‌ (ଉରି)

ଶ୍ରେଷ୍ଠ ଅଭିନେତ୍ରୀ : କୀର୍ତ୍ତି ସୁରେଶ (ମହାନାଟୀ)

ଶ୍ରେଷ୍ଠ ନିର୍ଦ୍ଦେଶକ – ଆଦିତ୍ୟ ଧର (ଉରି)

ଶ୍ରେଷ୍ଠ ସହଅଭିନେତ୍ରୀ : ସୁରେଖା ସିକ୍ରି (ବଧାଇ ହୋ)

ଶ୍ରେଷ୍ଠ ସହଅଭିନେତା :  ସ୍ବନନ୍ଦ କିର୍‌କିରେ (ଚୁମ୍ବକ୍‌)

ଶ୍ରେଷ୍ଠ ଫିଲ୍ମ (ହିନ୍ଦୀ) : ଅନ୍ଧାଧୁନ୍‌

ଶ୍ରେଷ୍ଠ ଫିଲ୍ମ (ତେଲୁଗୁ): ମହାନାଟୀ

ଶ୍ରେଷ୍ଠ ଫିଲ୍ମ (ପଞ୍ଜାବୀ) : ଅର୍ଜିତା

ଶ୍ରେଷ୍ଠ ଫିଲ୍ମ (ଆସମୀୟା) : ବୁଲ୍‌ବୁଲ୍‌ କେନ୍‌ ସିଙ୍ଗ୍‌

ଶ୍ରେଷ୍ଠ ଫିଲ୍ମ (ମଲୟାଲମ୍‌) : ସୁଦାନୀ ଫ୍ରମ୍‌ ନାଇଜେରିଆ

ଶ୍ରେଷ୍ଠ ଫିଲ୍ମ (କୋଙ୍କଣୀ) : ଓମୋରୀ

ଶ୍ରେଷ୍ଠ ଫିଲ୍ମ (ଗୁଜୁରାତୀ) : ରେବା

ଶ୍ରେଷ୍ଠ ଫିଲ୍ମ (ତାମିଲ୍‌) : ବରାମ୍‌

ଶ୍ରେଷ୍ଠ ଫିଲ୍ମ (ଉର୍ଦ୍ଦୁ) : ହାମିଦ୍‌

ଶ୍ରେଷ୍ଠ ଫିଲ୍ମ (ବଙ୍ଗଳା) :  ଏକ ଜେ ଛିଲୋ ରାଜା

ଶ୍ରେଷ୍ଠ ଫିଲ୍ମ (ମରାଠୀ) : ଭେଙ୍ଗା

ଶ୍ରେଷ୍ଠ ଫିଲ୍ମ (ରାଜସ୍ଥାନ) : ଟର୍ଟଲ୍‌

ଶ୍ରେଷ୍ଠ ପଞ୍ଚାଙ୍ଗ ଫିଲ୍ମ : ଇନ୍‌ ଦ ଲାଣ୍ଡ ଅଫ୍‌ ପଏଜନଏସ୍‌ ଓ୍ବେମ୍ୟାନ୍‌

ଶ୍ରେଷ୍ଠ ଫିଲ୍ମ (ଗାରୋ) : ଆନ୍ନା

ଶ୍ରେଷ୍ଠ ଅନୁସନ୍ଧାନମୂଳକ ଫିଲ୍ମ – ଓମୋଲି

ଶ୍ରେଷ୍ଠ ଖେଳଭିତ୍ତିକ ଫିଲ୍ମ : ସୁଇମିଂ ଥ୍ରୁ ଦି ଡାର୍କନେସ୍‌

ଶ୍ରେଷ୍ଠ ସାମାଜିକ ସମସ୍ୟା ଧର୍ମୀ ଫିଲ୍ମ : ତାଲା ତେ କୁଞ୍ଜୀ

ଶ୍ରେଷ୍ଠ ପରିବେଶଧର୍ମୀ ଫିଲ୍ମ – ଦ ଓ୍ବାର୍ଲ୍ଡ ମୋଷ୍ଟ ଫେମସ୍‌ ଟାଇଗର

ଶ୍ରେଷ୍ଠ ପାରିବାରିକ ଫିଲ୍ମ : ଚାଲୋ ଜିତେ ହୈ

ଶ୍ରେଷ୍ଠ ସର୍ଟ ଫିଚର ଫିଲ୍ମ : କସାବ

ଶ୍ରେଷ୍ଠ ନ୍ୟାୟିକ ଫିଲ୍ମ : ଓ୍ବାଇ ମି, ଏକାନ୍ତ

ଶ୍ରେଷ୍ଠ ବିଜ୍ଞାନ ଓ ବୈଷୟିକଧର୍ମୀ ଫିଲ୍ମ : ଜିଡି ନାଇଡୁ : ଦ ଏଡିସନ୍‌ ଅଫ୍‌ ଇଣ୍ଡିଆ

ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର : ସରକାରୀ, ହାଏ, ପ୍ରା, ଶାଲେ କସାରୁଗୋଡୁ, କୋଡୁଗେ

ଶ୍ରେଷ୍ଠ କଳା ଓ ସଂସ୍କୃତଧର୍ମୀ ଫିଲ୍ମ : ମୁନ୍‌କାର୍‌

ଶ୍ରେଷ୍ଠ ଅଣଫିଚର ଫିଲ୍ମ : ସନ୍‌ରାଇଜ୍‌, ଦ ସିକ୍ରେଟ୍‌ ଲାଇଫ୍‌ ଅଫ୍‌ ଫର୍ଗସ

ଶ୍ରେଷ୍ଠ ଅଣଫିଚର ଫିଲ୍ (ନିର୍ଦ୍ଦେଶକ) : ଫେଲୁଦା

ଶ୍ରେଷ୍ଠ ଆକ୍ସନ : କେଜିଏଫ୍‌ (କନ୍ନଡ)

ଶ୍ରେଷ୍ଠ ସଙ୍ଗୀତକାର : ସଞ୍ଜୟ ଲୀଲା ଭଁସାଲୀ (ପଦ୍ମାବତ୍‌- ହିନ୍ଦୀ)

ଶ୍ରେଷ୍ଠ ପ୍ରଚ୍ଛଦ ସଙ୍ଗୀତ – ଶାଶ୍ବତ ସଚ୍ଚଦେବ (ଉରି – ହିନ୍ଦୀ)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା – ବିନ୍ଧୁ ମାଲିନୀ, ‘ନାଥିଚାରାମି’ (କନ୍ନଡ)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ – ଅରଜିତ୍‌ ସିଂ (ପଦ୍ମାବତ)

ଶ୍ରେଷ୍ଠ ସଂଳାପ – ତାରିଖ୍‌ (ବଙ୍ଗଳା)

ଶ୍ରେଷ୍ଠ ନୃତ୍ୟ – ପଦ୍ମାବତ୍‌ (ଘୁମର୍‌)

ଶ୍ରେଷ୍ଠ ଗୀତ – ନାଥୀଚରାମୀ (କନ୍ନଡ)

ଶ୍ରେଷ୍ଠ ଚିତ୍ରନାଟ୍ୟ :  ଅନ୍ଧାଧୁନ୍‌

ଶ୍ରେଷ୍ଠ ସାମାଜିକ ଧର୍ମୀ  ଫିଲ୍ମ – ପ୍ୟାଡ୍‌ମ୍ୟାନ୍‌

ଶ୍ରେଷ୍ଠ ସ୍ପେଶାଲ୍‌ ଇଫେକ୍ଟ – କେଜିଏଫ୍‌ (କନ୍ନଡ) ଓ ଆଓ୍ବେ (ତେଲୁଗୁ)

ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର୍‌ –  ଇନ୍ଦ୍ରାଣୀ ପଟ୍ଟନାୟକ, ଗୌରାଙ୍ଗ ଶାହ, ଅର୍ଚ୍ଚନା ରାଓ (‘ମହାନଟୀ’- ତେଲୁଗୁ)

ଜାତୀୟ ସଂହତି ପାଇଁ ନର୍ଗିସ୍‌ ଦତ୍ତ ପୁରସ୍କାର : ଓଣ୍ଡାନ୍ୟା ଏରାଡାଲୁ

ସମ୍ପୂର୍ଣ୍ଣ ମନୋରଞ୍ଜନଧର୍ମୀ ଫିଲ୍ମ – ବଧାଇ ହୋ

ଜୁରୀ ଆଓ୍ବାର୍ଡ – କେଦାରା (ବଙ୍ଗାଳୀ), ହେଲାରୁ

ନବାଗତ ନିର୍ଦ୍ଦେଶକଙ୍କ ପାଇଁ ଇନ୍ଦିରା ଗାନ୍ଧି ପୁରସ୍କାର : ସୁଧାକର ରେଡ୍ଡୀ ୟାକାଣ୍ଠି (ନାଲ୍‌)

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 9, 2026
Latest News

ସ୍ୱଚ୍ଛତା ଓ ବିଚାରାଧୀନ ମାମଲା ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ୬.୦ ଆରମ୍ଭ

October 10, 2026

ଆଜି ମହାଳୟା କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

October 10, 2026

ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ!

October 10, 2026

ଆଜି ଅକ୍ଟୋବର ୧୦ ତାରିଖରେ ଏହି ରାଶିଗୁଡିକର ଭାଗ୍ୟରେ ହେଲା ପରିବର୍ତ୍ତନ

October 10, 2026

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.