Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ଏପ୍ରିଲ ରେ ଆସୁଛନ୍ତି “ବିଜୁ ବାବୁ”; ଓଡିଆ ସିନେମାରେ ଉତ୍ସାହ ଓ ଉତ୍କଣ୍ଠା
ସିନେମା

ଏପ୍ରିଲ ରେ ଆସୁଛନ୍ତି “ବିଜୁ ବାବୁ”; ଓଡିଆ ସିନେମାରେ ଉତ୍ସାହ ଓ ଉତ୍କଣ୍ଠା

January 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ସମ୍ପ୍ରତି ରାଜନେତା ତଥା ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣର ର ଟ୍ରେଣ୍ଡ ଚାଲିଥିବାବେଳେ ଓଲିଉଡ୍‌ ମଧ୍ୟ ଏ ଦଉଡରେ  ପଛରେ ପଡ଼ିନି । ନିକଟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜନୈତିକ ଜୀବନୀକୁ ନେଇ ‘ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ରିଲିଜ୍‌ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ବହୁତ ଜଲ୍‌ଦି ପରଦା ଉପରକୁ ଆସିବାର ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖରେ ଶିବସେନାର ପ୍ରତିଷ୍ଠାତା ପ୍ରମୁଖ ବାଲ୍‌ସାହେବ ଠାକ୍‌ରେଙ୍କ ଜୀବନୀ ମଧ୍ୟ ପରଦାକୁ ଆସୁଛି ।

ରାଜନୀତି ଓ ସିନେମା ଦୁହେଁ ଦୁହିଁଙ୍କର ପରିପୂରକ । ଭାରତୀୟ ସିନେମାରେ ରାଜନୀତିର ପ୍ରଭାବ ବହୁଳ ପରିଲକ୍ଷିତ ହୁଏ । ତେବେ ଏହି ଧାରାରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଟିକେ ପଛରେ ପଡ଼ି ଯାଇଥିବା ପରି ମନେ ହେଉଛି । କିନ୍ତୁ ନିକଟରେ ଏକ ନିର୍ମାଣଧୀନ ଫିଲ୍ମ ଏହି ଆଶଙ୍କାକୁ ଭୁଲ୍‌ ପ୍ରମାଣିତ କରିଛି । ଓଡ଼ିଶାର ପୂବର୍ତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନାମ ‘ବିଜୁ ବାବୁ’ ରଖାଯାଇଛି । ଏହା ଯେ ବିଜୁ ପଟ୍ଟନାୟକଙ୍କର ଆତ୍ମଜୀବନୀ ମୂଳକ ଛବି ହେବ, ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏଥିରେ ବିଜୁ ବାବୁଙ୍କ ବିଚାର ଓ ଓଡିଶାର ଯୁବ ପିଢୀ ଉପରେ ତାର ପ୍ରଭାବ ର ଚିତରାୟଣ ହୋଇପାରେ ବୋଲି ଶୁଣା ଯାଉଛି।

ଏହି ଫିଲ୍ମରେ ଓଲିଉଡ୍‌ର ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ନଜର ଆସିବେ । ‘ବିଜୁ ବାବୁ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନୂଆ ପିଢୀର ପ୍ରତିଭାବାନ ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ଆନ୍ତର୍ଜାତିକ ଖ୍ୟାତି ସିନେମା ନିର୍ମାତା ଓ ନିର୍ଦ୍ଦେଶକ  ଡ. ନୀଳମାଧବ ପଣ୍ଡା ଏହି ସିନେମାର ପ୍ରଯୋଜନା ଦାୟିତ୍ବରେ ଥିବାବେଳେ ତାଙ୍କର ସହଯୋଗୀ ଅଛନ୍ତି  ଅକ୍ଷୟ ପରିଜା ଓ ପ୍ରଶାନ୍ତ ବେହେରା।  ଏହି ଫିଲ୍ମ ଆସନ୍ତା ଏପ୍ରିଲ ସୁଦ୍ଧା ମୁକ୍ତିଲାଭ କରିବାର ଯୋଜନା ରହିଛି। ଏଥିରେ ମାନବ ରଥ, ଅନୁଜ ତ୍ୟାଗୀ, ବର୍ଣ୍ଣାଳୀ ରଥ ସହ-ପ୍ରଯୋଜକ ଥିବାବେଳେ ପ୍ରେମାନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ବିଜୁବାବୁଙ୍କ ଆଦର୍ଶ, ମହନତା, ନିର୍ଭୀକତା ଆଦି ଏହି ଫିଲ୍ମରେ ପ୍ରତିଫଳିତ ହେବ ।

ବିଜୁବାବୁଙ୍କ ସମ୍ପର୍କରେ ଅନେକ ଅଜଣା କଥା ଏହି ସିନେମାରେ ମାଧ୍ୟମରେ ଜାଣିବାକୁ ମିଳିବ । ବିଜୁବାବୁଙ୍କ ଜନ୍ମସ୍ଥାନ କଟକଠାରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଯାଇଛି । ଏଥିରେ ଅନୁଭବଙ୍କ ବିଜୁଙ୍କ ଷ୍ଟାଇଲରେ ଫଟୋ ଏହି ଫିଲ୍ମର ଲୋକପ୍ରିୟତାକୁ ଯେ ଦ୍ବିଗୁଣିତ କରିବ ଏଥିରେ ସନ୍ଦେହ ନାହିଁ । ନିଜର ନିଆରା ଅଭିନୟ ଓ ସଂଳାପରେ ଓଡ଼ିଆଙ୍କ ହୃଦୟରେ ରାଜ୍‌ କରୁଥିବା ଅନୁଭବଙ୍କ ଅଭିନୟ ଟିକେ ଏଥିରେ ନିଆରା ନିଶ୍ଚୟ ରହିବ । ଜଣେ ସଫଳ ରାଜନେତାଙ୍କ ଚରିତ୍ରକୁ କେତେ ନିଖୁଣ ଭାବରେ ଅଭିନୟ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା । ପୂର୍ବରୁ ସିନେମାରେ ରାଜନୈତିକ ପୃଷ୍ଠଭୂମିକୁ ମସଲା ଭାବେ ଉପଯୋଗ କରାଯାଇଥିବା ବେଳେ ଜୀବନୀ ତଥା ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ନେଇ ଏପରି କୌଣସି ଫିଲ୍ମ ଓଡ଼ିଆରେ ନିର୍ମାଣ ହେବାର ନଜିର ନାହିଁ । ଏହି ଫିଲ୍ମଟି ନିଶ୍ଚିତ ରୂପେ ଏକ ମୌଳିକ କାହାଣୀ ଆଧାରିତ ଓଡିଆ ଜୀବନର ପ୍ରତିଛବି ହେବ ବୋଲି ଆଶା କରାଯାଏ। ଓଡ଼ିଶାର ବରପୁତ୍ର ତଥା ଜଣେ ମହାନ୍ ରାଜନୀତିକ ବ୍ୟକ୍ତି ବିଜୁ ପଟ୍ଟନାୟକ  କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ତାଙ୍କ ରାଜନୈତିକ ପ୍ରତିଷ୍ଠା ପ୍ରମାଣିତ କରିଥିଲେ । ଜଣେ ସାହସୀ ପାଇଲଟ୍‌ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ବିଜୁବାବୁଙ୍କର ଏକ ଦୀର୍ଘ ସମୟର ରାଜନୈତିକ  ଯାତ୍ରାକୁ ଦର୍ଶକେ ବେଶ୍‌ ଉପଭୋଗ କରିବେ । ସମ୍ପ୍ରତି ରାଜନୈତିକ ପୃଷ୍ଠଭୂମିରେ ଏହି  ଫିଲ୍ମଟି ଆଶାତୀତ ସଫଳତା ପାଇବ ବୋଲି ଆଶା କରାଯାଉଛି ।

ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହା ରିଲିଜ ହେବାକୁ ଯାଉଥିବାରୁ ଏହା ରାଜନୀତିରେ କିଛିଟା ହଲଚଲ ସୃଷ୍ଟି କରିବା ବୋଲି ମଧ୍ୟ ଆଶା କରାଯାଏ।

Share. Facebook Twitter LinkedIn Email WhatsApp Copy Link

Related Posts

କାର ଛାଡ଼ି ବାଇକରେ ବୁଲିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

September 18, 2026

ଖେଳ କରିଦେଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ: ନାମାଙ୍କନ ପ୍ରତ୍ୟାହାର କଲେ ମମତା ବାନାର୍ଜୀଙ୍କ ନନ୍ଦିଗ୍ରାମ ପ୍ରାର୍ଥୀ

September 18, 2026

ଆଗାମୀ ନିର୍ବାଚନ ପାଇଁ ୱାର୍ଡ ସୀମା ଓ ଆସନ ସଂରକ୍ଷଣ ନିମନ୍ତେ ସଂଶୋଧିତ କାର୍ଯ୍ୟସୂଚୀ ଜାରି

September 18, 2026

ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ୍‌ ଆଇଜି

September 18, 2026
Latest News

ଏସୀୟ କ୍ରୀଡାର ସେମିଫାଇନାଲ କାର୍ଯ୍ୟସୂଚୀ ପ୍ରକାଶ: ଜାଣନ୍ତୁ କାହା ସହିତ ମୁକାବିଲା କରିବ ଭାରତ? 

September 18, 2026

କାର ଛାଡ଼ି ବାଇକରେ ବୁଲିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

September 18, 2026

ଖେଳ କରିଦେଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ: ନାମାଙ୍କନ ପ୍ରତ୍ୟାହାର କଲେ ମମତା ବାନାର୍ଜୀଙ୍କ ନନ୍ଦିଗ୍ରାମ ପ୍ରାର୍ଥୀ

September 18, 2026

ଆଗାମୀ ନିର୍ବାଚନ ପାଇଁ ୱାର୍ଡ ସୀମା ଓ ଆସନ ସଂରକ୍ଷଣ ନିମନ୍ତେ ସଂଶୋଧିତ କାର୍ଯ୍ୟସୂଚୀ ଜାରି

September 18, 2026

ଗଞ୍ଜାମରେ CSR ରାଶିର ସୁବ୍ୟବହାର ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରସ୍ତାବ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.