ଜନ୍‌ଙ୍କ ପରେ ଇମ୍ରାନ୍‌ଙ୍କ ଲୁକ୍‌କୁ ସେୟାର କଲେ ସଞ୍ଜୟ

Published: Feb 6, 2020, 7:33 pm IST

ମୁମ୍ବାଇ : ବଲିଉଡ୍‌ରେ ଗ୍ୟାଙ୍ଗଷ୍ଟର ଫିଲ୍ମକୁ ଷ୍ଟାଇଲିଶ୍‌ ଅନ୍ଦାଜ୍‌ରେ ପ୍ରସ୍ତୁତ କରୁଥିବା ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଅପକିମଙ୍ଗ୍‌ ଫିଲ୍ମ ’ମୁମ୍ବାଇ ସାଗା’କୁ  ଏବେ ବେଶ୍‌ ଚର୍ଚ୍ଚାରେ ରହିଛି । କିଛି ଦିନ ପୂର୍ବେ ଏହି ଫିଲ୍ମର ଜନ୍‌ ଆବ୍ରାହମ୍‌ଙ୍କ ଲୁକ୍‌କୁ ସେୟାର କରିଥିଲେ । ଏଥିରେ ଜନ୍‌ ଗ୍ରେ କୁର୍ତ୍ତା ସହିତ ହ୍ବାଇଟ୍‌ ପାଇଜାମାରେ ନଜର ଆସିଥିଲେ । ବେକରେ ସୁନାର ମୋଟା ଚେନ୍‌ ସହିତ ମଥାରେ ତିଲକ୍‌ରେ ବେଶ୍‌ ଆକର୍ଷଣୀୟ ଲାଗୁଥିଲେ । ଏହି ଫିଲ୍ମରେ ଜନ୍‌ ଗ୍ୟାଙ୍ଗଷ୍ଟର୍‌ ଭୂମିକାରେ ଅଭିନୟ କରୁଛନ୍ତି । ଏବେ ସଞ୍ଜୟ ଏହି ଫିଲ୍ମର ଆଉ ଜଣେ ମୁଖ୍ୟ କଳାକାରଙ୍କ ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି । ସଞ୍ଜୟ ଏହି ଫିଲ୍ମରେ ଇମ୍ରାନ୍‌ ହାସମୀଙ୍କ ଲୁକ୍‌କୁ ସେୟାର କରିଛନ୍ତି । ଇମ୍ରାନ୍‌ ଏହି ଫିଲ୍ମରେ ଜଣେ ପୋଲିସ୍‌ ଭୂମିକାରେ ନଜର ଆସିବେ ।

ସଞ୍ଜୟ ଟୁଇଟର୍‌ରେ ଇମ୍ରାନ୍‌ଙ୍କ ଏହି ଲୁକ୍‌କୁ ସେୟାର କରି କରିଛନ୍ତି । ପୂର୍ବରୁ ଇମ୍ରାନ୍‌ ନେଗେଟିଭ୍‌ ବା ଗ୍ରେ ସେଡସ୍‌ ଚରିତ୍ର ନିଭାଇ ସାରିଛନ୍ତି । ‘ଉଙ୍ଗ୍‌ଲୀ’ ଫିଲ୍ମରେ ଇମ୍ରାନ୍‌ ପୋଲିସ୍‌ ଇନ୍ସପେକ୍ଟରର ଭୂମିକା ନିଭାଇଥିଲେ ।

ସୂଚନାଯୋଗ୍ୟ, ମୁମ୍ବାଇ ସାଗା ଏକ ପିରିୟଡ ଗ୍ୟାଙ୍ଗଷ୍ଟର ଫିଲ୍ମ ଅଟେ । 1980 ଓ 1990 ଦଶକର କିଛି ଚର୍ଚ୍ଚିତ ଘଟଣାକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ । ମଲ୍ଟିଷ୍ଟାର୍‌ର ଏହି ଫିଲ୍ମରେ ଇମ୍ରାନ୍‌ ଓ ଜନ୍‌ଙ୍କ ବ୍ୟତୀତ ସୁନୀଲ୍‌ ସେଟ୍ଟି, ପ୍ରତୀକ୍‌ ବବ୍ବର୍‌, ଜ୍ୟାକି ଶ୍ରଫ୍‌, ମହେଶ୍‌ ମଞ୍ଜେସ୍‌କର୍‌ ଓ କାଜଲ୍‌ ଅଗ୍ରଓ୍ବାଲ ପ୍ରମୁଖ ନଜର ଆସିବେ ।  ସଞ୍ଜୟ ଏହା ପୂର୍ବରୁ ‘କାଣ୍ଟେ’, ‘ମୁସାଫିର୍‌’, ‘ଶୁଟ୍‌ ଆଉଟ୍‌ ଆଟ୍‌ ଓ୍ବାଦଲା’ ଓ ‘ଶୁଟ୍‌ ଆଉଟ୍‌ ଆଟ୍‌ ଲୋଖେଣ୍ଡଓ୍ବାଲା’ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

Related posts