ଲାଲ୍‌ ସିଂ ଚଢାର ନୂତନ ପୋଷ୍ଟର ରିଲିଜ୍‌ : ସାମ୍ନାକୁ ଆସିଲା କରୀନାଙ୍କ ଲୁକ୍‌

Published: Feb 14, 2020, 3:48 pm IST

ମୁମ୍ବାଇ : ଆମୀର ଖାନ୍ ଓ କରୀନା କପୁର୍‌ ଖାନ୍‌ଙ୍କ ଅଭିନୀତ ଅପ୍‌କମିଙ୍ଗ ଫିଲ୍ମ ‘ଲାଲ୍‌ ସିଂ ଚଢା’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି । ଭାଲେଣ୍ଟାଇନ୍ସ ଡେ’ ଅବସରରେ ଆମୀର୍‌ ଏକ ସୁନ୍ଦର ନୋଟ୍‌ ସହିତ ଏହି ଫିଲ୍ମରେ କରୀନାଙ୍କ ଲୁକ୍‌କୁ ଜାରି କରିଛନ୍ତି । ପୂର୍ବରୁ ଆମୀରଙ୍କ ଲୁକ୍‌ ଜାରି ହୋଇସାରିଥିବାବେଳେ ଏବେ କରୀନାଙ୍କ ଲୁକ୍‌ ଉପରୁ ପରଦା ହଟିଛି । ଆମୀର୍‌ କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ର ଶୁଭେଚ୍ଛା ଜଣାଇବା ସହିତ ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି । ଅଦ୍ବୈତ୍‌ ଚନ୍ଦନଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଲାଲ୍‌ ସିଂ ଚଢା’ ଚଳିତ କ୍ରିସମାସ ଅବସରରେ ପରଦା ଉପରକୁ ଆସିବ । ଏହି ଫିଲ୍ମ ପାଇଁ ମିଷ୍ଟର ପରଫେକ୍‌ନିଷ୍ଟ ନିଜ ଲୁକ୍‌କୁ ବହୁତ ଟ୍ରାନ୍ସଫର୍ମ କରିଛନ୍ତି ।

Related posts