ନାଗ ଅଶ୍ବିନ୍‌ଙ୍କ ନିର୍ଦ୍ଦେଶନାରେ ସ୍କ୍ରିନ୍‌କୁ ଫେରିବେ ପ୍ରଭାସ

Published: Feb 26, 2020, 7:45 pm IST

ହାଇଦ୍ରାବାଦ : ଟଲିଉଡ୍‌ ସୁପରଷ୍ଟାର ପ୍ରଭାସ ପୁଣିଥରେ ସିଲ୍‌ଭର ସ୍କ୍ରିନ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ମହାନାଟୀର ନିର୍ଦ୍ଦେଶକ ନାଗ ଅଶ୍ବିନଙ୍କ ସହିତ ପ୍ରଭାସ ସ୍କ୍ରିନ୍‌କୁ ଫେରିବାକୁ ଯାଉଛନ୍ତି । ବୈଜୟନ୍ତୀ ମୁଭିଜ୍‌ର ଅଶ୍ବିନୀ ଦତ୍ତ ଏହି ଫିଲ୍ମର ପ୍ରଯୋଜନା କରିବାକୁ ଯାଉଛନ୍ତି । ପ୍ରଭାସଙ୍କ ଶେଷ ଫିଲ୍ମ ସାହୋ ବକ୍ସ ଅଫିସରେ ବିଫଳ ହେବା ପରେ ପ୍ରଭାସ ଅନ୍ୟ କୌଣସି ଫିଲ୍ମ ନେଇ ଘୋଷଣା କରିନାହାନ୍ତି । ଏହି ଫିଲ୍ମ ବ୍ୟତିତ ଅଶ୍ବିନୀ ଦତ୍ତ ଅଟଲୀଙ୍କ ନିର୍ଦ୍ଦେଶନାରେ ଜୁନିୟର ଏନ୍‌ଟିଆରଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ ସମ୍ପର୍କରେ ଘୋଷଣା କରିଛନ୍ତି । (ଏଜେନ୍ସି)

Related posts