ବୋଲ୍ଡ ଫଟୋ ସେୟାର କରି ଚର୍ଚ୍ଚାରେ ମଲ୍ଲିକା

Published: Feb 27, 2020, 2:14 pm IST

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ପୁଣି ଥରେ ଚର୍ଚ୍ଚାରେ। ଯଦିଓ ଫିଲ୍ମ ଦୁନିଆରୁ ଏହି ହଟ୍‌ ଅଭିନେତ୍ରୀଜଣକ ଦୂରେଇ ରହିଛନ୍ତି କିନ୍ତୁ ସର୍ବଦା ସୋସିଆଲ ମିଡିଆରେ କିନ୍ତୁ ବେଶ୍‌ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି। ବ୍ଲାକ୍‌ ଏଣ୍ଡ୍‌ ହ୍ବାଇଟ୍‌ର ଏହି ଫଟୋରେ ମଲ୍ଲିକାଙ୍କ ପିଠି ଅନାବୃତ୍ତ ରହିଛି। ସୋସିଆଲ ମିଡିଆରେ ମଲ୍ଲିକାଙ୍କ ଏହି ଫଟୋକୁ ପ୍ରାୟ ସମେସ୍ତ ପସନ୍ଦ କରିଛନ୍ତି । ମଲ୍ଲିକା ଫିଟିନେସ୍‌କୁ ନେଇ ବେଶ୍‌ ସଚେତନ। ପ୍ରାୟ ସମୟରେ ଓ୍ବାର୍କ ଆଉଟ୍‌ର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥା’ନ୍ତି। ତେବେ ଫିଲ୍ମ ଦୁନିଆରୁ ଦୂରରେ ରହିଥିବା ଏହି ଅଭିନେତ୍ରୀ ଜଣକ କିନ୍ତୁ ଡିଜିଟାଲ୍‌ ଦୁନିଆରେ ପାଦ ରଖିଛନ୍ତି। ମଲ୍ଲିକା ଏକତା କପୁର୍‌ଙ୍କ ହରର୍‌ କମେଡି ଓ୍ବେବସିରିଜ୍‌ରେ ନଜର ଆସିଥିଲେ। (ଏଜେନ୍ସି)

Related posts