ଚର୍ଚ୍ଚାରେ ଏଲିଙ୍କ ଫଟୋ, ବ୍ଲାକ୍‌ ବିକିନି ସହ ଟାଟୁରେ ଆସିଲେ ନଜର

Published: Mar 2, 2020, 1:15 pm IST

ମୁମ୍ବାଇ: ଅଭିନେତ୍ରୀ ଏଲି ଅବ୍ରାହାମ୍‌ ବ୍ଲାକ ବିକିନ୍‌ରେ ଏକ ଫଟୋ ସେୟାର କରିଛନ୍ତି।  ଫିଲ୍ମ ‘ମଲଙ୍ଗ୍‌’ରେ ଏକ ଅଲଗା ଅନ୍ଦାଜରେ ନଜର ଆସିଥିଲେ ଏହି ଅଭିନେତ୍ରୀ ଜଣକ। ଏହି ଫିଲ୍ମରେ ସେ ଏକ ଭିନ୍ନ ହେୟାରଷ୍ଟାଇଲ୍‌ ସାଙ୍ଗକୁ ଦେହରେ ଟାଟୁ କରିଥିବାର ନଜର ଆସିଥିଲେ। ଅଭିନେତ୍ରୀ ଜଣକ ମଲଙ୍ଗ ଫିଲ୍ମର କିଛି ଥ୍ରୋବ୍ରେକ୍‌ ଫଟୋ ସେୟାର କରିଛନ୍ତି। ଏଥିରେ ଏଲି ଟାଟୁ୍‌ ସହ ବ୍ଲାକ ବିକିନ୍‌ରେ ବେଶ୍‌ ଗର୍ଜିୟସ୍‌ ଲାଗୁଛନ୍ତି। ଏବେ ତାଙ୍କର ଏହି ଫଟୋକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି।

ମଲଙ୍ଗରେ ଏଲି ଏକ ଛୋଟ ରୋଲ୍‌ ପ୍ଲେ କରିଥିବାବେଳେ କିନ୍ତୁ ଏହା ବେଶ୍‌ ଇଣ୍ଟେରଷ୍ଟିଂ ରହିଥିଲା। ଏଲି ଏହି ଫିଲ୍ମରେ ଜେସିର ଚରିତ୍ର ନିଭାଇଥିବାବେଳେ ଏହି ରୋଲ୍‌ ପାଇଁ ବହୁତ ସାରା ଲୁକସ୍‌କୁ ଟ୍ରାଏ କରିବାକୁ ପଡିଥିଲା ବୋଲି କହିଛନ୍ତି ଏଲି।

ସେହିପରି ଟାଟୁକୁ ନେଇ ଏଲି କହିଛନ୍ତି ଯେ, ଟାଟୁ କରିବା ପୂର୍ବରୁ ସେ ମଲଙ୍ଗ ଫିଲ୍ମର ନିର୍ଦ୍ଦେଶ ମୋହିତ ସୁରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଏଲି ଏକ ଭିଡିଓ ସେୟାର କରି ଟାଟୁର ସତ୍ୟତା ସମ୍ପର୍କରେ ଜଣାଇଥିଲେ। ଏଲି ସେୟାର କରିଥିବା ଏହି ଫଟୋରେ ବ୍ଲାକ୍‌ ବ୍ରାଲେଟ୍‌ ପିନ୍ଧିଥିବାବେଳେ ତାଙ୍କ ହାତ ଓ ଶରୀରରେ ଟାଟୁ ନଜର ଆସିଛି। ଯଦିଓ ଏଲି ତାଙ୍କ ଶରୀରରେ କରିଥିବା ଟାଟୁ ଗୁଡିକ ଅସଲି ନୁହେଁ, କିନ୍ତୁ ତାଙ୍କ ଶରୀରରକୁ ଏହା ବେଶ୍‌ ମାନୁଛି।

Related posts