‘ବଧାଇ ହୋ’ର ସ୍ବିକେଲ୍‌ରେ ରାଜକୁମାରଙ୍କ ସହ ନଜର ଆସିବେ ଭୂମି

Published: Mar 9, 2020, 11:40 am IST

ମୁମ୍ବାଇ : ଆୟୁଷ୍ମାନ ଖୁରାନା ଓ ସାନ୍ୟା ମାଲହୋତ୍ରାଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ବଧାଇ ହୋ’ର ସ୍ବିକେଲ୍‌ ନିର୍ମାଣ ହେବାକୁ ଯାଉଛି । ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆୟୁଷ୍ମାନ ନୁହେଁ ବରଂ ରାଜକୁମାର ରାଓ ନଜର ଆସିବେ । ସେହିପରି ରାଜକୁମାରଙ୍କ ବିପକ୍ଷରେ ଅଭିନେତ୍ରୀ ଭୂମି ପେଣ୍ଡେନ୍‌କରଙ୍କ ଦେଖିବାକୁ ମିଳିବ । ଏହି ଫିଲ୍ମର ଶୀର୍ଷକ ‘ବଧାଇ ଦୋ’ ରଖାଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ହର୍ଷବର୍ଦ୍ଧନ କୁଲକର୍ଣ୍ଣୀ କରିବେ ବୋଲି ସୂଚନା ମିଳିଛି ।

2018ରେ ରିଲିଜ୍‌ ହୋଇଥିବା ‘ବଧାଇ ହୋ’ ଫିଲ୍ମରେ ଆୟୁଷ୍ମାନ-ସାନ୍ୟାଙ୍କ ବ୍ୟତୀତ ନୀନା ଗୁପ୍ତା, ଜଗରାଜ ରାଓ, ସୁରେଖା ସିକ୍ରି, ଶିବା ଚଢା ପ୍ରମୁଖ କଳାକାର ନଜର ଆସିଥିଲେ ।  ତେବେ ସ୍ବିକେଲ୍‌ ଫିଲ୍ମରେ ଆୟୁଷ୍ମାନ୍‌ ଜଣେ ପୋଲିସ୍‌ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଥିବାବେଳେ ଭୂମି ଜଣେ ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ପ୍ରଥମଥର ପାଇଁ ରାଜକୁମାର-ଭୂମିଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ । (ଏଜେନ୍ସି)

Related posts