Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ତୃତୀୟ ବିବାହ କଲେ ଏହି ଲୋକପ୍ରିୟ ଅଭିନେତ୍ରୀ  
ଅନ୍ତରାଷ୍ଟ୍ରୀୟ

ତୃତୀୟ ବିବାହ କଲେ ଏହି ଲୋକପ୍ରିୟ ଅଭିନେତ୍ରୀ  

October 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନ୍ୟୁୟର୍କ : ହଲିଉଡ ଅଭିନେତ୍ରୀ ସ୍କାର୍ଲେଟ ଜୋହାନସନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆଭେଞ୍ଜର ସିରିଜର ବ୍ଲାକ ୱିଡୋ ଚରିତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଏହି ଅଭିନେତ୍ରୀ ଜଣକ ତୃତୀୟ ଥର ପାଇଁ ବିବାହ କରିଛନ୍ତି । 35ବର୍ଷୀୟ ଜୋହାନସନ 38 ବର୍ଷୀୟ କଲିନ ଜୋଷ୍ଟଙ୍କୁ ବିବାହ କରିଛନ୍ତି । କଲିନ ଜଣେ ଅଭିନେତା ତଥା କାହାଣୀକାର । ଇମେଡିଏଟ ଫ୍ୟାମିଲି ଏବଂ ଲଭଡ ୱାନଓ ପରି ଚଳଚିତ୍ରର କାହାଣୀ ଲେଖିବା ସହିତ ଅଭିନୟ ମଧ୍ୟ କରିଛନ୍ତି ।  ଏହି ବିବାହ କାର୍ଯ୍ୟକ୍ରମ କୋଭିଡ ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ହୋଇଥିଲା । କେବଳ ପରିବାର ବର୍ଗଙ୍କୁ ବାଦ ଦେଇ ଆଉ କେହି ଉପସ୍ଥିତ ନଥିଲେ ।

ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ମେ 2019ରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କରିଥିଲେ ସ୍କାର୍ଲେଟ । ଏହା ପୂର୍ବରୁ ସ୍କାର୍ଲେଟ ୟର୍ୟାନ ରେନୋଲ୍ଡସଙ୍କୁ  ବିବାହ କରିଥିବା ବେଳେ ତାଙ୍କ ବିବାହ 2008ରୁ 2011 ମସିହା ପର୍ଯ୍ୟନ୍ତ ତିଷ୍ଠିଥିଲା । ସେହିପରି ର୍ୟାନଙ୍କ ପରେସେ ଫ୍ରେଞ୍ଚ ସାମ୍ବାଦିକ ରୋମେନ ଡୌରିଆକଙ୍କୁ ବିବାହ କରିଥିଲେ । ମାତ୍ର ଏହି ବିବାହ ମଧ୍ୟ ବେଶିଦିନ ତିଷ୍ଠି ପାରିନଥିଲା । 2004ରୁ 2017ପର୍ଯ୍ୟନ୍ତ ଦୁହେଁ ଦମ୍ପତି ଜୀବନ ନିର୍ବାହ କରିଥିବାବେଳେ ରୋମେନ ଏବଂ ସ୍କାର୍ଲେଟଙ୍କର ଏକ ଝିଅ ମଧ୍ୟ ରହିଛି । ଏହା ମଧ୍ୟରେ ସ୍କାର୍ଲେଟଙ୍କ ସୋଲୋ ସୁପରହିରୋ ଫିଲ୍ମ ବ୍ଲାକ ୱିଡୋ ରିଲିଜ ହେବାକୁ ଯାଉଛି । କରୋନା କାରଣରୁ ଫିଲ୍ମର ରିଲିଜ ଘୁଞ୍ଚିଥିବା ବେଳେ ମେ 2021ରେ ଫିଲ୍ମଟି ରିଲିଜ ହେବ । ସେହିପରି ଚଳିତ ବର୍ଷର ଦୁଇଟି ଫିଲ୍ମ ଜୋଜୋ ରାବିଟ ଏବଂ ମ୍ୟାରେଜ ଷ୍ଟୋରୀ ପାଇଁ ଓସ୍କାର ମନୋନୟନ ହାସଲ କରିଛନ୍ତି ଜୋହାନସନ । (ଏଜେନ୍ସି)

blackwidow
Share. Facebook Twitter LinkedIn Email WhatsApp Copy Link

Related Posts

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026

ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

July 17, 2026

ଭାରତରେ ନମାଜ ସମ୍ପୂର୍ଣ୍ଣ ନିଷେଧ ହେବ କି?: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଅଯୋଧ୍ୟାର ସନ୍ଥ

July 17, 2026

ପ୍ରଭୃ ଜଗନ୍ନାଥଙ୍କ ସଂଗୀତକୁ ନେଇ ରବିନ୍ଦ୍ର ମଣ୍ଡପରେ ହେବ ତିନିଦିନିଆ ଉତ୍ସବ-ଗୁହାରି

July 17, 2026
Latest News

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

July 17, 2026

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ଜାଣନ୍ତୁ ସୋନମ ୱାଙ୍ଗଚୁକଙ୍କ ଦାବି କ’ଣ?

July 17, 2026

ଭାରତରେ ନମାଜ ସମ୍ପୂର୍ଣ୍ଣ ନିଷେଧ ହେବ କି?: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଅଯୋଧ୍ୟାର ସନ୍ଥ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.