Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବୀନ କଲେ ନୂଆ ରେକର୍ଡ, ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ହେଲେ ଦ୍ବିତୀୟ
ଜାତୀୟ ଖବର

ନବୀନ କଲେ ନୂଆ ରେକର୍ଡ, ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ହେଲେ ଦ୍ବିତୀୟ

July 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନ ପଟ୍ଟନାୟକ କଲେ ନୂଆ ରେକର୍ଡ, ଲଗାତର ମୁଖ୍ୟମନ୍ତ୍ରୀ ହେବାରେ ପାଇଲେ ୨ୟ ସ୍ଥାନ

ଭୁବନେଶ୍ଵର: ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି। ସେ ଆଜି ଏହି ରେକର୍ଡର ଦ୍ବିତୀୟ ସ୍ଥାନକୁ ଉତ୍ତୀଣ୍ଣ ହୋଇଛନ୍ତି। ପୂର୍ବରୁ ସେ ତୃତୀୟ ସ୍ଥାନରେ ରହିଥିଲେ। ସେଥିରେ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ପ୍ରଥମ ଅଛନ୍ତି। ଅର୍ଥାତ ସେ ଦେଶରେ ସର୍ବାଧିକ ଦୀର୍ଘ ସମୟ ମୁଖ୍ୟମନ୍ତ୍ରୀ ରହିଛନ୍ତି। ସେ ସମୁଦାୟ ୨୪ ବର୍ଷ ୧୬୬ ଦିନ ସିକ୍କିମର ମୁଖ୍ୟମନ୍ତ୍ରୀ ରହିଛନ୍ତି

ଏହି ତାଲିକାର ଦ୍ବିତୀୟରେ ଅଛନ୍ତି ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ। ସେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ବର୍ତ୍ତମାନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ସ୍ଥାନକୁ ଆଜି ଉତ୍ତୀର୍ଣ୍ଣ ହେଲେ। ଅର୍ଥାତ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ଆସନରେ ବସିବାରେ ୨୩ ବର୍ଷ ୧୩୮ ଦିନ ପୁରଣ କରିଛନ୍ତି। ଆସନ୍ତାକାଲି ଅର୍ଥାତ ୨୩ ତାରିଖରେ ସେ ଏହି ରେକର୍ଡ ଭାଙ୍ଗି ଦେଶର ଲଗାତାର ମୁଖ୍ୟମନ୍ତ୍ରୀ ହେବାର ଦ୍ବିତୀୟ ସ୍ଥାନକୁ ଯିବେ।

ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ୩୨ ବର୍ଷ ବୟସରେ ନିଜର ରାଜନୈତିକ ପ୍ରବେଶ କରିଥିଲେ। ସେ ଭାରତୀୟ ରାଜନୀତି ଇତିହାସରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଥିବା ରେକର୍ଡ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ଏହି ତାଲିକାରେ ଜ୍ୟୋତି ବସୁଙ୍କ ନାମ ଥିଲା, ଯିଏ ପୱନ କୁମାରଙ୍କ ପରେ ଦୁଇ ନମ୍ବର ସ୍ଥାନରେ ଥିଲେ।

ଡିସେମ୍ବର ୧୨, ୧୯୯୪ ରେ ପୱନ କୁମାର ଚାମଲିଙ୍ଗ ପ୍ରଥମ ଥର ସିକ୍କିମର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପରେ, ମଇ ୨୧ ତାରିଖ ୨୦୧୪ ରେ ସେ ସିକ୍କିମର କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏପ୍ରିଲ ୨୯ ତାରିଖ ୨୦୧୮ରେ ସେ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲେ। ସେ ସମୁଦାୟ ୨୪ ବର୍ଷ ୧୬୬ ଦିନ ସିକ୍କିମର ମୁଖ୍ୟମନ୍ତ୍ରୀ ରହିଲେ।

ପୱନ କୁମାରଙ୍କ ପରେ ଜ୍ୟୋତି ବସୁଙ୍କ ନାମ ଦ୍ୱିତୀୟ ସ୍ଥାନରେ ଆସୁଛି। ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମ୍ ର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ବର୍ତ୍ତମାନ ୧୦ ଦିନ ପରେ ଏହି ରେକର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଙ୍ଗିବେ। ଜ୍ୟୋତି ବସୁ ୨୧ ଜୁନ୍ ୧୯୭୭ ରୁ ୫ ନଭେମ୍ବର ୨୦୦୦ ପର୍ଯ୍ୟନ୍ତ ବଙ୍ଗଳାର ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ।

ବର୍ତ୍ତମାନ ନବୀନ ପଟ୍ଟନାୟକ ଦ୍ବିତୀୟ ହୋଇଥିବା ବେଳେ ଜ୍ୟୋତିବସୁ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି।

Naveen Patnaik ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

July 5, 2026

ଲଘୁଚାପ ପ୍ରଭାବ: ସାରା ରାଜ୍ୟରେ ଲଗାଣ ବର୍ଷା, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

July 5, 2026

ମାଛ ଚାଷରେ ୮୦% ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ସରକାର; ଜାଣନ୍ତୁ କିଏ ପାଇବେ ଲାଭ ଓ କିପରି କରିବେ ଆବେଦନ

July 5, 2026

ଅଣସର ନୀତି : ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

July 5, 2026
Latest News

ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

July 5, 2026

ଲଘୁଚାପ ପ୍ରଭାବ: ସାରା ରାଜ୍ୟରେ ଲଗାଣ ବର୍ଷା, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

July 5, 2026

ଉଦ୍‌ଘାଟନ ପୂର୍ବରୁ ଧସିଲା ୭ କୋଟିର ସେତୁ ଆପ୍ରୋଚ୍ ରାସ୍ତା : ବିପଦରେ ପୁରୀ – ଡେଲାଙ୍ଗ ଡାକପଡା ଲୁଣା ନଦୀ ବ୍ରିଜ

July 5, 2026

ପଦ୍ମ ବିଭୂଷଣ ତୀଜନ ବାଇଙ୍କ ପରଲୋକ

July 5, 2026

ମାଛ ଚାଷରେ ୮୦% ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ସରକାର; ଜାଣନ୍ତୁ କିଏ ପାଇବେ ଲାଭ ଓ କିପରି କରିବେ ଆବେଦନ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.