Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏମଏସଏମଇ କୁ ପ୍ରୋତ୍ସାହନ ପାଇଁ ଉଦଘାଟିତ ହେଲା ଏକ ପୋର୍ଟାଲ, ଜାଣନ୍ତୁ ଏହା କଣ
ଜାତୀୟ ଖବର

ଏମଏସଏମଇ କୁ ପ୍ରୋତ୍ସାହନ ପାଇଁ ଉଦଘାଟିତ ହେଲା ଏକ ପୋର୍ଟାଲ, ଜାଣନ୍ତୁ ଏହା କଣ

October 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
MSME
ଏମଏସଏମଇ କୁ ପ୍ରୋତ୍ସାହନ ପାଇଁ ଉଦଘାଟିତ ହେଲା ଏକ ପୋର୍ଟାଲ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ୨୦୨୨ ମସିହା ନଭେମ୍ବର ୩୦ ତାରିଖରେ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ରେ ଓଡ଼ିଶା ଏକ୍ସପୋର୍ଟ ପଲିସି-୨୦୨୨ ଅନୁମୋଦିତ ହୋଇଥିଲା। ଏହି ପଲିସି ଅନୁସାରେ ଯେଉଁ ରପ୍ତାନୀକାରୀମାନେ ସାତଗୋଟି ବିଷୟ ଉପରେ ରପ୍ତାନିକ କାର୍ଯ୍ୟ କରିଥିବେ, ସେମାନଙ୍କର ଖର୍ଚ୍ଚ ସରକାର ବହନ କରିବେ। ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ଯୁବକଯୁବତୀମାନଙ୍କୁ ଆତ୍ମନିଯୁକ୍ତି ପ୍ରୋତ୍ସାହନ ଦେବା ପାଇଁ ସରକାର ଏହିପରି ଯୋଜନା ପ୍ରଣୟନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟଠାରେ ଏକ୍ସପୋର୍ଟ ଇନ୍‌ସେନ୍‌ଟିଭ୍‌ ରିଅମ୍ବର୍ସମେଣ୍ଟ ପୋର୍ଟାଲ (http://eirp_depm.odisha.gov.in) ଉଦ୍‌ଘାଟିତ ହୋଇଯାଇଛି। ରପ୍ତାନୀକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ କଲେ ସେମାନଙ୍କ ଖର୍ଚ୍ଚ ଅନୁମୋଦନ ହେବ ଓ ସେମାନେ ଗାଇଡ୍‌ଲାଇନ୍‌ ଅନୁଯାୟୀ ବହନ କରିଥିବା ସରକାରୀ ରାଶି ପିଛିଲା ଭାବେ ଫେରିପାଇବେ।

ଏହି ସାତଗୋଟି ବିଷୟ ହେଲା ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟ ମେଳାରେ ଭାଗ ନେବା ପାଇଁ ଫ୍ଲାଇଟ୍‌ ଖର୍ଚ୍ଚ ୫୦ ପ୍ରତିଶତ ସରକାର ବହନ କରିବେ। ତେବେ ୫୦ ହଜାର ଭିତରେ ସୀମିତ ରହିବ। ଷ୍ଟଲ୍‌ ଖର୍ଚ୍ଚ ସରକାର ବହନ କରିବେ। ସେହିପରି ରପ୍ତାନୀ ଉନ୍ନୟନ ପରିଷଦରେ ସଭ୍ୟ ହେବା ପାଇଁ ଯେଉଁ ଖର୍ଚ୍ଚ, ସେଥିରୁ ସରକାର କିଛି ଅଂଶ ବହନ କରିବେ। ତାହା ସର୍ବାଧିକ ୪୦ ହଜାର ଟଙ୍କା ଅଟେ।

ୱାନ୍‌ ଟାଇମ୍‌ ଅର୍ଗାନିକ୍‌ ସାର୍ଟିଫିକେଟ୍‌ ହାସଲ ପାଇଁ ଯେଉଁ ଖର୍ଚ୍ଚ କରିବାକୁ ପଡ଼ିବ ତା’ର ୫୦ ପ୍ରତିଶତ ଓ ସର୍ବାଧିକ ୧୦ ଲକ୍ଷ ସରକାର ବହନ କରିବେ। ମୁଖ୍ୟତଃ ବିଦେଶକୁ ରପ୍ତାନୀ କରୁଥିବା ବ୍ୟକ୍ତି ବା କମ୍ପାନୀ ଏହି ସାର୍ଟିଫିକେଟ୍‌ ହାସଲ କରିବା ଜରୁରୀ ହୋଇଥାଏ। ସେହିପରି କଣ୍ଟ୍ରି ସାର୍ଟିଫିକେଟ୍‌, ଏକ୍ସପୋର୍ଟ ଇନ୍‌ସ୍ପେକନ୍‌ ଏଜେନ୍ସି ଦ୍ୱାରା ଅନୁମୋଦିତ ସାର୍ଟିଫିକେଟ୍‌, କ୍ୱାଲିଟି ସାର୍ଟିଫିକେଟ୍‌ ପାଇଁ ସର୍ବାଧିକ ରାଶି ସରକାର ବହନ କରିବେ।

ସେହିପରି ରପ୍ତାନୀ ଦ୍ରବ୍ୟର ଷ୍ଟାଣ୍ଡାର୍ଡ ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପଞ୍ଜିକୃତ ସରକାର ସଂସ୍ଥା ଦ୍ୱାରା ଟେକ୍‌ନୋଲୋଜି ଆଡ୍‌ଭାନ୍ସମେଣ୍ଟ କନ୍‌ସଲ୍‌ଟାନ୍ସି ପାଇଁ ଖର୍ଚ୍ଚ ଯାହାକି ୫ ଲକ୍ଷ ଅଟେ, ପଛୁଆ ଭାବେ ପ୍ରାପ୍ତି ହୋଇପାରିବ। ଏହି ପୋର୍ଟାଲ ବ୍ୟବହାର କରି ରପ୍ତାନୀକାରୀ ବ୍ୟକ୍ତି ବା ସଂସ୍ଥା ୨୦୨୨ ନଭେମ୍ବର ୩୦ ତାରିଖଠାରୁ ପିଛିଲା ଭାବେ ପାଇପାରିବେ। କିନ୍ତୁ ଏଥିରେ ଥିବା ବିଭିନ୍ନ ସର୍ତ୍ତାବଳୀ ପରିପୂରଣ ହେବା ଆବଶ୍ୟକ। ଏହି ସମସ୍ତ ସର୍ତ୍ତାବଳୀ ପୋର୍ଟାଲରେ ଲିଖିତ ଅଛି ଓ ୨୦୨୨ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନୀତିରେ ଉଲ୍ଲିଖିତ ଅଛି।

ପୋର୍ଟାଲକୁ ଉଦ୍‌ଘାଟନ କରି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ କହିଲେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଉନ୍ନୟନ ପରେ ଯୁବକଯୁବତୀଙ୍କ ଆତ୍ମନିଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ସେଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି। ରପ୍ତାନୀ, ବାଣିଜ୍ୟ, ଷ୍ଟାର୍ଟଅପ୍‌ ଏବଂ ଦକ୍ଷତା ବିକାଶ ପରସ୍ପର ସଂଯୋଗୀକରଣ ସୂତ୍ରରେ ବନ୍ଧା।

ଯୁବକଯୁବତୀମାନେ ସରକାରଙ୍କ ଦ୍ୱାରା ପ୍ରଣୀତ ହେଉଥିବା ବିଭିନ୍ନ ନୀତି ଓ ଯୋଜନା ସଂପର୍କରେ ସଚେତନ ହୋଇ ଏହି ସେକଫର ପ୍ରତି ଆଗଭର ହେଲେ ଆତ୍ମନିଯୁକ୍ତି ପରିପୂର୍ଣ୍ଣ
ହୋଇପାରିବ। କିନ୍ତୁ ରକ୍ଷଣଶୀଳତା ଯୋଗୁ ମାନସିକ ଦୃଢ଼ତା ବଜାୟ ଓ ସଠିକ୍‌ ନିଷ୍ପତ୍ତି ନେବାରୁ ସେମାନେ ବିରତ ହେଉଛନ୍ତି ଯାହା ଚିନ୍ତାଜନକ ଅଟେ। କୃଷି ପରେ ଏମ୍‌ଏସ୍‌ଏମ୍‌ଇ ବର୍ତ୍ତମାନ ପୁଞ୍ଜିନିବେଶ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଲାଭ କରିସାରିଲାଣି।

ବିଭାଗୀୟ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପୋର୍ଟାଲ ସମ୍ବନ୍ଧରେ ବିସ୍ତୃତ ଭାବେ କହିଥିଲେ।  ଏକ୍ସପୋର୍ଟ ପଲିସିର ଅପରେସନାଲ୍‌ ଗାଇଡ୍‌ଲାଇନ୍‌ ସମ୍ବନ୍ଧରେ ସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ପୋର୍ଟାଲ ସହଜ, ସରଳ ଅଟେ। ଆଜିଠାରୁ ଅନ୍‌ଲାଇନ୍‌ ଭାବରେ କାର୍ଯ୍ୟକରିବ ବୋଲି ସେ ସୂଚନା ଦେଇଥିଲେ। ଖୁବ୍‌ ନିକଟରେ ୨୦୨୦-୨୧ ଓ ୨୦୨୧-୨୨ ମସିହା ପାଇଁ ରପ୍ତାନୀକାରୀ ସଂସ୍ଥା ଓ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଏମ୍‌. ସାଦ୍ଦିକ୍‌ ଆଲାମ୍‌, ସ୍ୱତନ୍ତ୍ର ସଚିବ ବିଭୂତି ଭୂଷଣ ନାୟକ, ନିର୍ଦ୍ଦେଶକ, ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

MSME ଏମଏସଏମଇ ପ୍ରତାପ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.