Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆବର୍ଷରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ ଆସିଲା ବଡ ଖୁସି, ଜାଣନ୍ତୁ କାରଣ
ଜାତୀୟ ଖବର

ନୂଆବର୍ଷରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ ଆସିଲା ବଡ ଖୁସି, ଜାଣନ୍ତୁ କାରଣ

January 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆବର୍ଷ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ ଆଣିଲା ବଡ ଖୁସି, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ନୂଆ ବର୍ଷ ପଦାର୍ପଣ କରୁକରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଆଣିଦେଇଛି ଖୁସି। ତାହା ହେଲା ଯେ, ବିଜୁ ଜନତା ଦଳ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। ଏ ନେଇ ଦଳ ତରଫରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରେ ଦଳ 2018 ମସିହାରେ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ବାଲିକୁଦା ଏରସାମରୁ ଛିଡା ହୋଇଥିଲେ। ହେଲେ ସେ ହାରିଯାଇଥିଲେ। ହେଲେ ତାଙ୍କର ପୁଅ ସମ୍ବିତ ରାଉତ ବିଜେଡି ଟିକେଟରୁ ପାରାଦ୍ବୀପରୁ ଲଢେଇ କରି ବିଜୟ ଲାଭ କରିଛନ୍ତି। ଏହାପରେ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି।

ତାଙ୍କ ଉପରୁ ଦଳ ନିଳମ୍ବନ ପ୍ରତ୍ୟାହାର ପରେ ସେ କୌଣସି ପ୍ରତିକ୍ରିୟା ଦେଇ ପାରି ନାହାଁନ୍ତି। କାରଣ ସେ ବର୍ତ୍ତମାନ ଅସୁସ୍ଥତା ଯୋଗୁଁ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କର ପୁତ୍ର ବିଧାୟକ ସମ୍ବିଦ ରାଉତ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ବାପାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ। ଏହା ବାପାଙ୍କୁ ନିଶ୍ଚିତ ଖୁସି କରିବ।

ତେବେ ସମ୍ବିତ କହିଛନ୍ତି ଯେ, ବାପା ବିଜେଡିରୁ ଦୂରେଇ ଯିବା ପରେ ମାନସିକ ସ୍ତରରେ ବେଶ ଭାଙ୍ଗି ପଡିଥିଲେ। ସେ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କର ମନ ସେଠାରେ ନ ଥିଲା। ତାଙ୍କର ବଡ ଇଚ୍ଛା ଯେ ସେ ଶେଷ ପର୍ଯ୍ୟନ୍ତ ବିଜେଡିରେ ରହିବେ ଏବଂ ନବୀନ ପଟ୍ଟନାୟକଙ୍କ ସେବା କରିବେ। ବର୍ତ୍ତମାନ ବାପାଙ୍କର ସେହି ଇଚ୍ଛା ପୂରଣ ହୋଇଛି। ଆଗାମୀ ନିର୍ବାଚନରେ ସେ ଜଗତସିଂହପୁର ଜିଲ୍ଲାରେ ପ୍ରଚାର କରିବେ।

ଦାମୋଦର ରାଉତ ଓଡିଶା ରାଜନୀତିରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଏକ ବଡ ସମର୍ଥକ ଭାବେ ପରିଚିତ। ତାଙ୍କର ପରଲୋକ ପରେ ସେ ନବୀନ ପଟ୍ଟନାୟକଙ୍କର ସମର୍ଥକ ଭାବେ ବିଜୁ ଜନତା ଦଳର ଗଠନରୁ ହିଁ ସହଯୋଗ କରିଆସିଛନ୍ତି। ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଦଳ ତଥା ସରକାରରେ ପ୍ରମୁଖ ସ୍ଥାନ ଦେଇଆସିଛନ୍ତି।

ହେଲେ ବିଜୁ ଜନତା ଦଳରେ ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷମତା ବୃଦ୍ଧି ପରେ ତାଙ୍କର ପତିୟାରା ହ୍ରାସ ପାଇବାରେ ଲାଗିଲା। ଏପରି କି ଦଳରେ କଣଠୋସା ହେବା ପରି ପରିସ୍ଥିତି ସୃଷ୍ଟି ହେଲା। ମୁଖ୍ୟତଃ ସେ ମିଡିଆରେ ସିଧା ସିଧା ମନ୍ତବ୍ୟ ଦେବା ତାଙ୍କ ପାଇଁ କାଳ ହୋଇଥିଲା। ତାଙ୍କର ମନ୍ତବ୍ୟକୁ ନେଇ ସାରା ରାଜନୀତିରେ ଚର୍ଚ୍ଚା ହେଉଥିଲା। ଶେଷରେ ପରିସ୍ଥିତି ଏପରି ହେଲା ଯେ, ତାଙ୍କୁ ବିଜେଡି ଦଳରୁ ନିଲମ୍ବନ କରିବାକୁ ବାଧ୍ୟ ହୋଇଥିଲା।

damodarraut Election2024 ଡାକ୍ତର ଦାମୋଦର ରାଉତ ଦାମୋଦର ରାଉତ ନିର୍ବାଚନ2024 ନିଲମ୍ବନ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026
Latest News

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.