Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଖେଇଲାଣି ନିର୍ବାଚନ, ନବୀନଙ୍କ ଜନହିତକର ଘୋଷଣାକୁ ନେଇ ବିରୋଧୀଙ୍କ ମୁଣ୍ଡବିନ୍ଧା
ଜାତୀୟ ଖବର

ପାଖେଇଲାଣି ନିର୍ବାଚନ, ନବୀନଙ୍କ ଜନହିତକର ଘୋଷଣାକୁ ନେଇ ବିରୋଧୀଙ୍କ ମୁଣ୍ଡବିନ୍ଧା

February 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି ଜନ କଲ୍ୟାଣ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି ତାହା ବିରୋଧୀଙ୍କୁ ଚିନ୍ତାରେ ପକାଇ ଦେଇଛି। କାରଣ ଆଉ ଅଳ୍ପ ଦିନ କେଇଟା ପରେ ନିର୍ବାଚନ ଆସୁଥିବାରୁ ଲୋକଙ୍କୁ କିପରି ମୁକାବିଲା କରିବେ ସେ ନେଇ ସେମାନେ ରାସ୍ତା ପାଉ ନାହାଁନ୍ତି। ଭୋଟରଙ୍କୁ କଣ କହି ବୁଝାଇବେ ସେ ନେଇ ତାଙ୍କ ପାଖରେ ଆଉ କିଛି କହିବାକୁ କଥା ନାହିଁ।

ଗତକାଲି ବଡ ମାଷ୍ଟରଷ୍ଟ୍ରୋକ ଖେଳି ଦେଲେ ନବୀନ ପଟ୍ଟନାୟକ। ରାଜ୍ୟର ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ଭତ୍ତା ଟଙ୍କା ବୃଦ୍ଧି କରିଦେଇଛନ୍ତି। ଏକା ଥରେ ଡବଲ କରିଛନ୍ତି। ଯେଉଁମାନେ ୫୦୦ ଟଙ୍କା ପାଉଥିଲେ ସେମାନେ ଏବେ ୧୦୦୦ ଟଙ୍କା ପାଇବେ। ସେହିପରି ଯେଉଁମାନେ ୭୦୦ ସେମାନେ ୧୨୦୦ ଏବଂ ଯେଉଁମାନେ ୯୦୦ ଟଙ୍କା ପାଉଥିଲେ ସେମାନେ ୧୪୦୦ ଟଙ୍କା ପାଇବେ।

ରାଜ୍ୟରେ ବର୍ତ୍ତମାନ ଏହି ପେନସନ ଭୋଗୀଙ୍କ ସଂଖ୍ୟା ହେଲା ୩୬ ଲକ୍ଷ ୭୫ ହଜାର। ତେଣୁ ଏମାନେ ବିଜେଡି ପକେଟରେ ରହିଲେ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ ୫ଟି ଅଧ୍ୟକ୍ଷ ଯେତେବେଳେ ଜିଲ୍ଲା ବ୍ଲକ ଗସ୍ତ କରୁଥିଲେ ସେତେବେଳେ ସବୁଆଡୁ ଏହି ଅଭିଯୋଗ ଆସୁଥିଲା। ଭତ୍ତା ଟଙ୍କା ବଢାଯାଉ ବୋଲି ସମସ୍ତଙ୍କର ଦାବୀ ଥିଲା। ଯାହା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସେମାନେ ନିଶ୍ଚିତ ଖୁସି ହେବ ଏଥିରେ ସନ୍ଦେହ ନାହିଁ।

ଏତିକି ନୁହେଁ, ନିକଟରେ ନବୀନ ଏହି ହିତାଧିକାରୀଙ୍କ ସଂଖ୍ୟାକୁ ଆଉ ୪ ଲକ୍ଷକୁ ବୃଦ୍ଧି କରିଛନ୍ତି। ଫଳରେ ପୂର୍ବରୁ ୩୨ ଲକ୍ଷ ୭୫ ହଜାର ପାଉଥିଲେ, ଏବେ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଏହାର ଲାଭ ପାଇବେ। ନବୀନ ଭଲଭାବେ ଜାଣନ୍ତି ଯେ, ଲୋକଙ୍କର କଣ ଆବଶ୍ୟକତା ରହିଛି। ସେହି ଅନୁସାରେ ସେ ତାଙ୍କର କାମ କରିଚାଲିଛନ୍ତି।

ତେବେ ପୂର୍ବରୁ ନବୀନଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ବ୍ରାଣ୍ଡ ଯୋଜନା ଭାବେ ଓଡିଶାର ଘରେ ଘରେ ପରିଚିତ ହୋଇ ସାରିଛି। ରାଜ୍ୟ କାହିଁକି ଦେଶର ବଡବଡ ହସପିଟାଲରେ ଲୋକେ ଯେପରି ମାଗଣା ଚିକିତ୍ସା ପାଉଛନ୍ତି ତାହା ବିରଳ। ଏହି ସୁବିଧା ପାଉଥିବା ରୋଗୀ ଏବଂ ତାଙ୍କ ପରିବାର ପରୋକ୍ଷରେ ନବୀନଙ୍କୁ ଆର୍ଶିବାଦ କରୁଛନ୍ତି।

ଏଥିସହିତ ଆମ ଓଡିଶା ନବୀନ ଓଡିଶା, ଧର୍ମପୀଠଗୁଡିକରର ରୂପାନ୍ତର, ସ୍କୁଲ କଲେଜ ଡାକ୍ତରଖାନାଗୁଡିକର ଉନ୍ନତି ସବୁ କିଛି ଲୋକେ ନିଜ ଆଖିରେ ଦେଖୁଛନ୍ତି। ସେହିପରି ଗାଁକୁ ପକ୍କା ରାସ୍ତା, ପାଇପ ପାଣି ଯୋଗାଣ, ଜଳସେଚନ ଆଦି ବହୁ ଜନ ହିତକର କାମ ରହିଛି ଯାହା ଗାଁ ଗହଳିରେ ବେଶ ପ୍ରଭାବ ପକାଇପାରିଛି।

ତେବେ ଏ ସବୁ ପଛରେ ଯେଉଁ ମସ୍ତିସ୍କଟି କାମ କରୁଛି ସେ ହେଉଛନ୍ତି ୫ଟି ତଥା ନବୀନ ଓଡିଶା ଆମ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ ବିଗତ କିଛି ଦିନ ଧରି ଯେପରି ଜିଲ୍ଲାକୁ ଜିଲ୍ଲା, ସହର, ଏନଏସି, ବ୍ଲକ ଭ୍ରମଣ କଲେ ତାହା ମଧ୍ୟ ବେଶ ପ୍ରଭାବ ପକାଇଛି। ତଳସ୍ତରରୁ ସେ ଯେଉଁ ଅଭିଯୋଗ ନେଇ ଆସିଲେ ତାହାକୁ ଏବେ ସେ ଧିରେ ଧିରେ କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି।

ପାଣ୍ଡିଆନ ଯେଉଁ ଶପଥ ନେଇଛନ୍ତ ଯେ, ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ ସେଥିରେ ସେ ସଫଳ ହେବା ସମ୍ଭାବନା ଧିରେ ଧିରେ ସୃଷ୍ଟି ହେବାରେ ଲାଗିଲାଣି।

Election2024 Naveen Patnaik ନିର୍ବାଚନ2024 ବାର୍ଦ୍ଧକ୍ୟ ଭତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

କେଏଲ ରାହୁଲଙ୍କ ଆଘାତ ସମ୍ପର୍କରେ ବଡ଼ ଅପଡେଟ୍: ଜାଣନ୍ତୁ କ’ଣ କହିଲେ ବ୍ୟାଟିଂ ପ୍ରଶିକ୍ଷକ?

August 16, 2026

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026
Latest News

କେଏଲ ରାହୁଲଙ୍କ ଆଘାତ ସମ୍ପର୍କରେ ବଡ଼ ଅପଡେଟ୍: ଜାଣନ୍ତୁ କ’ଣ କହିଲେ ବ୍ୟାଟିଂ ପ୍ରଶିକ୍ଷକ?

August 16, 2026

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.