Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସମୁଦ୍ର ଭିତରେ ବୁଡିଲେ, କଣ ରହିଛି କାରଣ ??
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସମୁଦ୍ର ଭିତରେ ବୁଡିଲେ, କଣ ରହିଛି କାରଣ ??

February 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦି ବୁଡାଳି ପୋଷାକ ପିନ୍ଧି କାହିଁକି ସମୁଦ୍ର ଭିତରେ ଦୀର୍ଘ ସମୟ ଧରି ବୁଡି ରହିଲେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଆଜି ପ୍ରଧାନମନ୍ତ୍ରୀ ସମୁଦ୍ର ବୁଡାଳି ପୋଷାକ ପିନ୍ଧି ଗଭୀର ସମୁଦ୍ର ଭିତରକୁ ବୁଡିଥିଲେ। ଆଉ ସେହି ଭିତରେ ବେଶ କିଛି ସମୟ ମଧ୍ୟ ରହିଲେ। ତାଙ୍କ ସହିତ ତଟରକ୍ଷୀ ବାହିନୀ ମଧ୍ୟ ଥିଲେ। ହେଲେ ପ୍ରଶ୍ନ ଉଠୁଛି ଯେ ସମୁଦ୍ର ଭିତରେ ବୁଡିବା ପ୍ରଧାନମନ୍ତ୍ରୀଙ୍କ କଣ ଆବଶ୍ୟକ ପଡିଲା।

ଏହାର ଉତ୍ତର ହେଉଛି ଯେ, ଆଜି ପ୍ରଧାନମନ୍ତ୍ରୀ ଗଭୀର ସମୁଦ୍ରରେ ବୁଡି ଦ୍ବାରକା ଦର୍ଶନ କରିଛନ୍ତି। ଦ୍ବାରକା ହେଉଛି ପ୍ରାଚୀନ ଯୁଗର ଏକ ସହର ଯାହାର ଶାସକ ଥିଲେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ। ତେବେ ସେହି ସହର କୃଷ୍ଣଙ୍କ ଦେହାବସାନ ପରେ କାଳକ୍ରମେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି ବୋଲି କୁହାଯାଉଛି। ଆଉ ସେହି ଦ୍ବାରକାକୁ ପ୍ରତ୍ନତତ୍ବବିତମାନେ ପରବର୍ତ୍ତି ସମୟରେ ସମୁଦ୍ର ଗର୍ଭରୁ ଠାବ କରିଛନ୍ତି।

ପ୍ରଧାନମନ୍ତ୍ରୀ ଦୁଇଦିନିଆ ଗୁଜୁରାଟ ଗସ୍ତ ବେଳେ ସେ ଏହି ଦ୍ବାରକା ଯାଇ ସେଠାରେ ପ୍ରାଚୀନ ଦ୍ବାରକା ଦେଖିବାକୁ ଇଚ୍ଛା ପ୍ରକାଶ କଲେ। ଯାହା ଫଳରେ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ହାତରେ ଏକ ମୟୁରପୁଚ୍ଛ ଯାହା ଶ୍ରୀକୃଷ୍ଣ ନିଜ ମସ୍ତକରେ ଧାରଣ କରନ୍ତି ତାହାକୁ ଧରି ସେ ସମୁଦ୍ରରେ ବୁଡିଥିଲେ। ପ୍ରାଚୀନ ସହରର ଏକ ସ୍ଥାନରେ ସେ ସେହି ମୟୁରପୁଚ୍ଛ ସ୍ଥାପନା କରିଥିଲେ।

ପାଣି ଭିତରୁ ବାହାରିବା ପରେ ମୋଦି କହିଥିଲେ ଯେ, ଆଜି ଦ୍ବାରକା ଦର୍ଶନ କରି ଏକ ଦିବ୍ୟ ଅନୁଭବ ହାସଲ କଲି। ପ୍ରାଚୀନ ଦ୍ବାରକାକୁ ଶାସକ ଥିଲେ ସ୍ବଂୟ ପ୍ରଭୃ ଶ୍ରୀକୃଷ୍ଣ। କୁହାଯାଏ ଏହି ସହରକୁ ପ୍ରଭୃ ବିଶ୍ବକର୍ମା ନିର୍ମାଣ କରିଥିଲେ।

ବହୁତ ବର୍ଷ ଧରି ମୋର ଯେଉଁ ଇଚ୍ଛା ଥିଲା ତାହା ଆଜି ପୂରଣ ହୋଇଛି। ମୁଁ ଆଜି ଆନନ୍ଦିତ, ଖୁସି ଏବଂ ଭାବତ୍ମାକ ହୋଇପଡିଛି। ମୁଁ ଯେତେବେଳେ ଦ୍ବାରକା ସହରକୁ ସ୍ପର୍ଶ କଲି ସେତେବେଳେ ମୋ ଦେହରେ ଏକ ଶିହରଣ ଖେଳିଗଲା। ଯାହା ବର୍ଣ୍ଣନା କରିବା ସହଜ ନୁହେଁ ବୋଲି ମୋଦି କହିଛନ୍ତି।

ଏହା ପୂର୍ବରୁ ମୋଦି ଦ୍ବାରକାସ୍ଥିତି ପ୍ରଭୃ ଶ୍ରୀକୃଷ୍ଣା ମନ୍ଦିରକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରିବା ସହିତ ପ୍ରାର୍ଥନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ପିଟିସନ୍ ଦାଖଲ କଲେ ଦିଦି

June 16, 2026

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ଭଗବନ୍ତ ମାନ?: ଉଠିଲା ପ୍ରଶ୍ନ 

June 16, 2026

ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

June 16, 2026

ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ବଡ଼ ବିଜୟ: ହର୍ମୁଜ୍ ପ୍ରଣାଳୀ ପାର କଲା ‘ଦିଶା’

June 16, 2026
Latest News

ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ପିଟିସନ୍ ଦାଖଲ କଲେ ଦିଦି

June 16, 2026

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ଭଗବନ୍ତ ମାନ?: ଉଠିଲା ପ୍ରଶ୍ନ 

June 16, 2026

ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

June 16, 2026

ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ବଡ଼ ବିଜୟ: ହର୍ମୁଜ୍ ପ୍ରଣାଳୀ ପାର କଲା ‘ଦିଶା’

June 16, 2026

ରାଞ୍ଚିରେ ରାଜନୈତିକ ତାପମାତ୍ରା ବଢ଼ିଲା: ଉଭୟ ମେଣ୍ଟରେ ଚାଲିଛି ଜୋରଦାର ରଣନୀତି

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.