Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧିରେ ଧିରେ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ପାଲଟୁଛନ୍ତି କାର୍ତ୍ତିକ ପାଣ୍ଡିଆନ,ନୂଆ-ଓ ସାଜିଛି ମାଧ୍ୟମ
ଜାତୀୟ ଖବର

ଧିରେ ଧିରେ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ପାଲଟୁଛନ୍ତି କାର୍ତ୍ତିକ ପାଣ୍ଡିଆନ,ନୂଆ-ଓ ସାଜିଛି ମାଧ୍ୟମ

March 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧିରେ ଧିରେ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ପାଲଟୁଛନ୍ତି କାର୍ତ୍ତିକ ପାଣ୍ଡିଆନ,ନୂଆ-ଓ ସାଜିଛି ମାଧ୍ୟମ

ଭୁବନେଶ୍ବର: ସବୁ ଜିଲ୍ଲାରେ ଚାଲିଛି ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀଙ୍କର ମନୋବଳ ସୁଦୃଢ କରିବା ଏବଂ ପାଠ୍ୟକ୍ରମ ବ୍ୟତିତ ଅନ୍ୟ କାର୍ଯ୍ୟକ୍ରମରେ ସାମିଲ କରାଇବା ହେଉଛି ଏହାର ଉଦ୍ଦେଶ୍ୟ। ଯାହାର ନେତୃତ୍ବ ନେଉଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ବଡ କଥା ହେଲା କଲେଜ ଛାତ୍ରଛାତ୍ରୀ ତଥା ଯୁବକଯୁବତୀମାନଙ୍କୁ ନେଇ ଏପରି ଏକ କାର୍ଯ୍ୟକ୍ରମ କରାଯାଇପାରିବ ତାହା କେହି କେବେ କଳ୍ପନା ମଧ୍ୟ କରି ନ ଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପାଠ ପଢା ସହ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଉନ୍ନତି ଆଣିବାରେ ପାଣ୍ଡିଆନଙ୍କ ଏପରି ଚିନ୍ତାଧାରା ବେଶ ସହାୟକ ହୋଇପାରିଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆନୂଆ ଘୋଷଣା କରିବାରେ ଲାଗିଛନ୍ତି। ଯାହା ସେମାନଙ୍କ କ୍ୟାରିୟରରେ ବେଶ ପ୍ରଭାବ ପକାଇପାରିଛି। ଛାତ୍ରଛାତ୍ରୀଙ୍କୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିବା କଥା କୌଣସି ଦଳ ମଧ୍ୟ କେବେ ବି ଚିନ୍ତା କରି ନ ଥିବ। ସେହିପରି ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିବା ସାରା ଦେଶ ପାଇଁ ଏକ ଅଭିନବ ପଦକ୍ଷେପ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଖୁସି ପ୍ରକଟ କରାଯିବା ସହିତ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେବାରେ ଲାଗିଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବାହ୍ୟ ଜ୍ଞାନ ଆହୋରଣ ସହିତ କାର୍ତ୍ତିକ ପାଣ୍ଡିଆନଙ୍କୁ ସେମାନଙ୍କର ଆଦର୍ଶ ଭାବେ ଧିରେ ଧିରେ ଗ୍ରହଣ କରିବାରେ ଲାଗିଛନ୍ତି। ବିଶେଷ କରି ପାଣ୍ଡିଆନଙ୍କ କଥା କହିବା ଶୈଳୀ, ବ୍ୟବହାର ଏବଂ ଛାତ୍ରଛାତ୍ରୀଙ୍କ ସହିତ ମିଳାମିଶାକୁ ନେଇ ସମସ୍ତେ ବେଶ ପସନ୍ଦ କରିବାରେ ଲାଗିଛନ୍ତି।

ତେବେ ଛାତ୍ରଛାତ୍ରୀଙ୍କୁ ଯାହା ବେଶୀ ଆକର୍ଷିତ କରିଛି ତାହା ହେଲା ପାଣ୍ଡିଆନଙ୍କ ବେଶଭୂଷା ଓ ଚାଲିଚଳନ। ସେ ଯେଉଁ କାର୍ଯ୍ୟକ୍ରମକୁ ଯାଉଛନ୍ତି ସେମିତି କୌଣସି ଚାକ୍ୟଚକ୍ୟ ବେଶ ଭୂଷାରେ ଯାଉ ନାହାଁନ୍ତି। ସାଧାସିଧା ପୋଷାକ, ପାଦରେ ଚପଲ ଲଗାଇ ସେ ସାରା ଓଡିଶା ବୁଲୁଛନ୍ତି। ଯାହା ଛାତ୍ରଛାତ୍ରୀମାନଙ୍କୁ ଆକର୍ଶିତ କରିଛି। ସେହିପରି ତାଙ୍କ ଭାଷଣ ମଧ୍ୟ ବେଶ ଉଚ୍ଚ କୋଟିର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାହା ଛାତ୍ରଛାତ୍ରୀଙ୍କ ହୃଦୟକୁ ଛୁଇଁ ପାରିଛି।

ପାଣ୍ଡିଆନ ପିଲାମାନଙ୍କୁ କଥାକଥାରେ ସରକାରୀ ସ୍କୁଲ କଲେଜରେ ପାଠ ପଢିଲେ କିପରି ଲାଭ ମିଳେ ତାହାର ତଥ୍ୟ ରଖନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ସେ ଯେଉଁ ଅଞ୍ଚଳକୁ ଯାଆନ୍ତି ସେହି ଅଞ୍ଚଳର କିଏ ସରକାରୀ ସ୍କୁଲରେ ପାଠପଢି ବଡ ମଣିଷ ହୋଇଛି ତାହାର ଉଦାହରଣ ମଧ୍ୟ ଦେଇଥାନ୍ତି। ଯାହା ସେହି ଅଞ୍ଚଳର ଛାତ୍ରଛାତ୍ରୀ ମଧ୍ୟ ଜାଣି ନ ଥାନ୍ତି। ଏହା ପିଲାମାନଙ୍କୁ ବେଶ ପ୍ରଭାବିତ କରୁଥିବାର ଦେଖାଯାଇଛି।

ସେହିପରି ଭାଷଣ ପରେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ସହିତ ହାତ ମିଳାଇବ, ଅଟୋଗ୍ରାଫ ଦେବା, ପିଲାମାନଙ୍କୁ ସେଲଫି ଦେବା ଏବଂ ତାଙ୍କ ମୋବାଇଲରେ ସେଲଫି ନେବା କାମ ମଧ୍ୟ କରୁଛନ୍ତି। ଏମାନେ ପାଣ୍ଡିଆନଙ୍କ ସହ ଉଠାଇଥିବା ଫଟୋ ବା ସେଲଫି ତାଙ୍କ ପରିବାର ବର୍ଗ ନିକଟରେ ଗର୍ବର ସହ ଦେଖାନ୍ତି। ତାଙ୍କ ସାଙ୍ଗସାଥୀଙ୍କୁ ସେୟାର ମଧ୍ୟ କରନ୍ତି। ଯାହା ପାଣ୍ଡିଆନଙ୍କ ପ୍ରତି ସେମାନଙ୍କ ଆଦର କେତେ ତାହା ପ୍ରମାଣିତ କରିଛି।

ଫଳରେ ଆମ ଓଡିଶା ନବୀନ ଓଡିଶା ବା ନୂଆ ଓ କାର୍ଯ୍ୟକ୍ରମ ବର୍ତ୍ତମାନ ଯୁବପିଢୀଙ୍କର ଏକ ଆଦର୍ଶର କାର୍ଯ୍ୟକ୍ରମ ଭାବେ ପରିଗଣିତ ହୋଇଛି। ସମପରିମାଣରେ ପାଣ୍ଡିଆନଙ୍କୁ ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ଆଦର୍ଶ ଭାବେ ଗ୍ରହଣ କରିବାରେ ଲାଗିଛନ୍ତି।

କାର୍ତ୍ତିକ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.