Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରତ୍ନ ନୁହେଁ, ଡାକ ଟିକଟ ଓ କଏନରେ ଆମେ ଖୁସ୍‍
ଜାତୀୟ ଖବର

ରତ୍ନ ନୁହେଁ, ଡାକ ଟିକଟ ଓ କଏନରେ ଆମେ ଖୁସ୍‍

March 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜନ୍ମ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ଦିଆଗଲା, ଏ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ପୂର୍ବରୁ ଘୋଷଣା କରିବେ ବୋଲି ସାରାରାଜ୍ୟରେ ଆଲୋଚନା ହେଉଥିଲା। ଏହି ଆଲୋଚନା କିନ୍ତୁ ଆଲୋଚନାରେ ରହିଗଲା। ମୋଦି ଯାଜପୁର ଆସିଲେ ବିଜୁ ପଟ୍ଟନାୟକଙ୍କୁ କେବଳ ଶ୍ରଦ୍ଧାଞ୍ଜଳୀ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ବୋଲି କହିଲେ। କିନ୍ତୁ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ପର୍କରେ କିଛି କହିଲେ ନାହିଁ। ଏଥିରେ ପ୍ରଚାରକାରୀମାନେ ଏବେ ମୁହଁ ଲୁଚାଇ ବୁଲୁଛନ୍ତି।

ଶାସକ ଦଳ ବିଜେଡି ଦୟାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତ୍ରାଳୟ ପକ୍ଷରୁ ବିଜୁ ବାବୁଙ୍କ ଉପରେ ଡାକ ଟିକଟ ଓ ୫ଟଙ୍କିଆ କଏନ ଜାରୀ କରାଯାଇଛି। ଏତିକିରେ ଓଡ଼ିଶାବାସୀ ଖୁସ୍‍। କାରଣ ଓଡ଼ିଆ ଲୋକମାନଙ୍କର ଜାତିପ୍ରୀତି ତଥା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ନ ଥିବାରୁ କେନ୍ଦ୍ରରେ ଥିବା ବିଭିନ୍ନ ଦଳର ସରକାରମାନେ ଅଣଦେଖା କରିଆସୁଛନ୍ତି। ଚଳିତ ବର୍ଷ ଚକୋଲେଟ୍‍ ବାଣ୍ଟିଲା ଭଳି କେନ୍ଦ୍ରର ବିଜେପି ସରକାର ନିଜର ରାଜନୈତିକ ଫାଇଦା ହାସଲ କରିବା ଉଦ୍ଦେଶ୍ୟରେ ୫ଜଣଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରିଛି।

ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଓଡ଼ିଆ ମନିଷୀମାନଙ୍କର ଅତୁଳନୀୟ ଅବଦାନ ଥିଲେ ହେଁ ସେମାନଙ୍କ ନାମ ଭାରତ ରତ୍ନ ଉପାଧି ପାଇଁ ବିଚାରକୁ ନଆଯାଉନାହିଁ। ଯାହାକି ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

aswini vaishnav bharat ratna biju pattanaik BJD BJP narendra modi ନରେନ୍ଦ୍ର ମୋଦୀ ବିଜୁ ପଟ୍ଟନାୟକ ଭାରତ ରତ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.