Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାଲେଶ୍ବର ଲୋକସଭା ଆସନରେ ପ୍ରଚାର ଜୋରଦାର କଲେ ଲେଖାଶ୍ରୀ, ବିଜେପିକୁ ମାରିଲେ ବାଣ
ଜାତୀୟ ଖବର

ବାଲେଶ୍ବର ଲୋକସଭା ଆସନରେ ପ୍ରଚାର ଜୋରଦାର କଲେ ଲେଖାଶ୍ରୀ, ବିଜେପିକୁ ମାରିଲେ ବାଣ

April 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମହିଳାମାନଙ୍କୁ ପ୍ରକୃତରେ ବିଜେପି ସମ୍ମାନ ଦିଏ ନାହିଁ, ସେଥିପାଇଁ ଦଳ ଛାଡିଲି: ଲେଖାଶ୍ରୀ ସାମନ୍ତସିଂହାର

ବାଲେଶ୍ବର: ମହିଳାମାନଙ୍କୁ ପ୍ରକୃତରେ ବିଜେପି ସମ୍ମାନ ଦିଏ ନାହିଁ। ମହିଳା ସଂରକ୍ଷଣ ବିଲ ପାଶ କରିବା ଏକ ଲୋକ ଦେଖିଣିଆ କଥା। ବର୍ତ୍ତମାନ ଓଡିଶାରେ ବିଜେପି ଲୋକସଭା ପାଇଁ ଯେଉଁ ପ୍ରାର୍ଥୀ ଦେଇଛି ସେଥିରେ କେତେ ମହିଳା ଅଛନ୍ତି ? ଏହିପରି କିଛି ବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ନେତ୍ରୀ ତଥା ବାଲେଶ୍ବର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର।

ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳିର ଏକ ପ୍ରଚାର ସଭାରେ ଲେଖାଶ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବିଜେପି ଓଡିଶାରେ ଯେଉଁ ପ୍ରାଥୀ ଦେଇଛି ତାହା ମାତ୍ର ସାତ ପ୍ରତିଶତ। କୁଆଡେ କହିଲା ମହିଳା ସଂରକ୍ଷଣ ବିଲ, କୁଆଡେ ଗଲା 33 ପ୍ରତିଶତ ସଂରକ୍ଷଣ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। ମୁଁ ଜଣେ ମହିଳା ହୋଇଥିବାରୁ ଦଳ ମୋତେ ବହୁ ପୂର୍ବରୁ ପର କରିସାରିଥିଲା। ଯେତେବେଳେ ମୁଁ ଜାଣିଲି ବିଜେପିରେ ମହିଳାମାନଙ୍କ ସ୍ଥାନ ନାହିଁ ସେତେବେଳେ ଦଳ ଛାଡିବି ବୋଲି ନିଷ୍ପତି କଲି। ଏହା କହିଛନ୍ତି ଲେଖାଶ୍ରୀ।

ସେହିପରି ସେ କହିଛନ୍ତି ଯେ, ବିଜେପି ପାଇଁ ମୁଁ କଣ ନ କରିଛି। ମୋର ସୀମାହ୍ରଦ ଡେଇଁ ଦଳ ପାଇଁ ସବୁକିଛି ତ୍ୟାଗ କରିଥିଲି। ହେଲେ ଦଳ ମୋତେ ପଚାରିଲା ନାହିଁ। କାରଣ ମୁଁ ଜଣେ ମହିଳା। ସେ କହିଛନ୍ତି ଯେ, ଧନ୍ୟବାଦ ଦେବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ମୋତେ ତାଙ୍କ ଦଳରେ ସାମିଲ କଲେ। ମୁଁ କେବେ ବି ଭାବି ନ ଥିଲି ଯେ, ନବୀନ ପଟ୍ଟନାୟକ ମୋତେ ତାଙ୍କ ଦଳରେ ନେବେ ବୋଲି। ଦେଖନ୍ତୁ ନବୀନ ପଟ୍ଟନାୟକଙ୍କ କିପରି ବିଶାଳ ହୃଦୟ, ସେ ମୋତେ ତାଙ୍କ ଦଳରେ ସାମିଲ କଲେ।

ବାଲେଶ୍ବରରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଦଳ ଚିନ୍ତା କରି ସେ ଆସନରେ ପ୍ରାର୍ଥୀ ଦେଇ ନ ଥିଲେ। ଜଣେ ମହିଳା ପ୍ରାର୍ଥୀ ମିଳିବା ପରେ ବିଜେଡି ବାଲେଶ୍ବରରେ ମୋତେ ପ୍ରାର୍ଥୀ କରିଛି। ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ପ୍ରକୃତରେ ବିଜେଡି ହେଉଛି ମହିଳାଙ୍କ ବଳ। ବିଜୁ ଜନତା ଦଳ ମହିଳାଙ୍କ ବଳ ବୋଲି ଲେଖାଶ୍ରୀ ଜନସଭାକୁ କହିଥିଲେ।

ଲେଖାଶ୍ରୀ ବର୍ତ୍ତମାନ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରଚାର ଜୋରଦାର କରିଛନ୍ତି। ସେମାନଙ୍କୁ ଧିରେ ଧିରେ ବିଜେଡି କର୍ମି ଆଦରି ନେବାରେ ଲାଗିଛନ୍ତି। ଆଗକୁ ସେ ଏହି ପ୍ରଚାରକୁ ଆହୁରି ତୀବ୍ର କରିବେ ବୋଲି ଜଣାପଡିଛି। ଏପରିକି ତାଙ୍କ ପାଇଁ ପ୍ରଚାର କରିବାକୁ ଭୁବନେଶ୍ବରରୁ ପ୍ରମୁଖ ନେତାମାନେ ଯିବେ ବୋଲି ବିଜେଡି ରଣନୀତି ତିଆରି କରୁଛି।

odishaelection2024 ବାଲେଶ୍ବର ଲୋକସଭା ଲେଖାଶ୍ରୀ ସାମନ୍ତସିଂହାର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.