Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୋଟିଏ ଦିନରେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ୫ ଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର
ଜାତୀୟ ଖବର

ଗୋଟିଏ ଦିନରେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ୫ ଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର

May 18, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link
ଗୋଟିଏ ଦିନରେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ୫ ଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ରେ ନିର୍ବାଚନ ପ୍ରଚାର କରି ସାଂସଦ ପ୍ରାର୍ଥୀ ଶ୍ରୀ ଅରୂପ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତୀ କରିବାକୁ ଅନୁରୋଧ କରିଛନ୍ତି। ଶେଷରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜୟଦେବ ବିଧାନସଭା ଅଞ୍ଚଳରେ ବିଶାଳ ଜନସଭାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି।

ସବୁ ସଭାରେ ବିଶାଳ ଜନସମାବେଶ ଦେଖି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଲୋକଙ୍କ ବିପୁଳ ସମର୍ଥନ ଦେଖି ବିରୋଧି ଦଳ ହତୋତ୍ସାହ ହେଲେଣି। ସେମାନେ ମିଛ କହିବା, ଅପପ୍ରଚାର କରିବା ଆଦି ଆରମ୍ଭ କଲେଣି। ଆପଣମାନେ ତାଙ୍କୁ ଉଚିତ ଜବାବ ଦେବେ।

ବିରୋଧୀ ବିଜେପି ଦଳର ମୁଖା ଖୋଲି, ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି। କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି। ତାଙ୍କର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ। ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ। ତା’ହେଲେ ଆସାମକୁ କ’ଣ କରିବେ ? ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ। କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର… ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ। ସେମାନେ ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ। ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ। ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି।

ପୁରୀ ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦାହରଣ ଦେଇ ସେ କହିଲେ ଯେ, ପୁରୀ କାମ ଏତେ ସୁନ୍ଦର ହୋଇଛି, ସେମାନେ ସହି ପାରୁନାହାନ୍ତି। କହୁଛନ୍ତି ଯେ ଏଥିପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ପ୍ରକୃତରେ ଖର୍ଚ୍ଚ ହୋଇଛି ମାତ୍ର ୩୫୦ କୋଟି ଟଙ୍କା। ସେମାନଙ୍କୁ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ।

ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍‍ ଦେବେ

ବିଜେପି ଦଳରୁ ବହୁତ ନେତା ଆସି କହୁଛନ୍ତି ଚିଲିକାରେ ସେତୁ କରିବେ। ୨୦୧୪ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଆସି କହିଥିଲେ ଚିଲିକାରେ ସେତୁ କରିବେ ବୋଲି, ଏ ପର୍ଯ୍ୟନ୍ତ ହେଲା କି ? କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ମତ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ। ସେମାନଙ୍କ କଥାରେ ତାଳମେଳ ରହୁନି, କେବଳ ଲୋକଙ୍କୁ ଠକିବା ପାଇଁ କହୁଛନ୍ତି। ଭୋଟବେଳେ ବିଜେପି ଦଳ ଲୋକଙ୍କ ପ୍ରତି ଯେଉଁ ଆନ୍ତରିକତା ଦେଖାଉଛି। ଭୋଟ ପରେ ମଧ୍ୟ ଲୋକଙ୍କ ପ୍ରତି ସେଭଳି ଆନ୍ତରିକତା ସେମାନେ ରଖିବେ ବୋଲି ମୋର ଆଶା। ଯଦି ଚିଲିକାରେ ସେତୁ ହେବ, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ସେ କହିଥିଲେ।

ନବୀନ ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ ପରି ବଡ଼ ବଡ଼ ନଦୀରେ ସେତୁ କରିଛନ୍ତି ବୋଲି ପ୍ରକାଶ କରି ସେ କହିଲେ ଯେ, ଯଦି କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ, ତେବେ ନବୀନବାବୁ ୩ ବର୍ଷ ମଧ୍ୟରେ ଚିଲିକା ଉପରେ ସେତୁ କରି ଦେଖାଇଦେବେ। ମତ୍ସ୍ୟଜୀବୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ୟାକେଜ ହେବ ବୋଲି ସେ ଘୋଷଣା କରିଥିଲେ।

ବ୍ରହ୍ମଗିରିରେ ସେ କହିଲେ ଯେ, ଏବେକାର ବିଧାୟକ ୫ ବର୍ଷ ମଧ୍ୟରେ ଥରେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ସମସ୍ୟା ନେଇ ଆସିନାହାନ୍ତି, ତା’ହେଲେ ସେ ଲୋକଙ୍କ ପାଇଁ କାମ କଣ କରିଛନ୍ତି ?

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ, ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ। ଆପଣମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଏଠାରେ ଡବଲ କାମ ହେବ। ଆପଣ ପଞ୍ଚାୟତ ଓ ଅର୍ବାନ ନିର୍ବାଚନରେ ଯେଉଁଭଳି ଭାବରେ ଆଶୀର୍ବାଦ ଦେଇଛନ୍ତି, ଏଥର ମଧ୍ୟ ତା’ଠୁ ଅଧିକ ସଂଖ୍ୟାରେ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ୱାସ।

ଡେଲାଙ୍ଗ, ପିପିଲିରେ ସେ କହିଲେ ଯେ, ନିର୍ବାଚନ ପରେ ମୁଁ ଏଠାକୁ ଆସିବି ଏବଂ ବିକାଶ କାମ ଡବଲ ସ୍ପିଡରେ ହେବ। ନୂଆ ସରକାରର ପ୍ରାଥମିକତା ଘୋଷଣା କରି ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ଶପଥ ନେବାପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ ହେବ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ।

ସେ ପୁଣି କହିଲେ ଯେ, ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ। ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି। ଏମାନେ କେବଳ ଆପଣମାନଙ୍କୁ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ଆଉ କିଛି ଜାଣନ୍ତି ନାହିଁ। ଓଡ଼ିଶାରେ କେବଳ ନବୀନବାବୁଙ୍କ ବିଜୁଳି ଚାଲିବ। ଯୁବ ବଜେଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କା ରଖିଛନ୍ତି। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୯୫ ପ୍ରତିଶତ କଲେଜ ଛାତ୍ରଛାତ୍ରୀ ନୂଆ-ଓ ଛାତ୍ରବୃତ୍ତି ପାଉଛନ୍ତି ବୋଲି ସେ କହିଥିଲେ।

ଏତେସବୁ କାମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଭଲରେ ରଖିବା ପାଇଁ କରୁଛନ୍ତି। ଆପଣମାନଙ୍କ ମୁହଁରେ ହସ ଫୁଟାଇବାକୁ ସେ ଚାହାନ୍ତି। ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ସମସ୍ତଙ୍କୁ ପରିବାର ସଦସ୍ୟ ବୋଲି ଭାବନ୍ତି। ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ। ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ।

ଫନୀ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିବା ଲୋକମାନଙ୍କୁ ଘର ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ଆପଣମାନଙ୍କର ଘର ଆଲଟମେଣ୍ଟ କେନ୍ଦ୍ର ସରକାର ବାତିଲ କରିଥିଲେ ମଧ୍ୟ ନବୀନ ବାବୁ ଆପଣମାନଙ୍କୁ ଘର ଦେବେ।

ବିଭିନ୍ନ ସ୍ଥାନରେ ଶ୍ରୀ ପାଣ୍ଡିଆନ ବିକାଶ କାମର ହିସାବ ଦେଇଥିଲେ। ବ୍ରହ୍ମଗିରିରେ ସେ କହିଲେ ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି। ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି। ଫନୀ ବାତ୍ୟାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା କୃଷ୍ଣପ୍ରସାଦ ବ୍ଲକ, ସେ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ପ୍ରତି ପଞ୍ଚାୟତକୁ, ମନ୍ତ୍ରୀ, ଏମ୍‍.ଏଲ୍‍.ଏ ଓ ଅଧିକାରୀମାନଙ୍କୁ ପଠାଇଥିଲେ ମୁଖ୍ୟମନ୍ତ୍ରୀ

ବାଣପୁରରେ ସେ କହିଲେ ଯେ, ଚିଲିକାରେ ସେତୁ ନିର୍ମାଣ କରାଯିବ। ଏହା ପୂର୍ବରୁ ଚିଲିକାରେ ଯାତ୍ରୀବାହୀ ଡଙ୍ଗାସଂଖ୍ୟା ବୃଦ୍ଧି କରାଯିବ। ଚିଳିକାରେ ଡ୍ରେଜିଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ୧୨.୭୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି ସେ କହିଥିଲେ। ମାଁ ଭଗବତୀଙ୍କ ପୀଠର ଉନ୍ନତିକରଣ ପାଇଁ ୩୩ କୋଟି, ବାଣପୁରର ଡ୍ରେନେଜ୍‍ ସିଷ୍ଟମରେ ଉନ୍ନତି ପାଇଁ ୧୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୨୨୦ କୋଟି ଟଙ୍କାର ପିଇବା ପାଣି ପ୍ରକଳ୍ପ ଜରିଆରେ ଘରେ ଘରେ ପିଇବା ପାଣି ପହଞ୍ଚିବ

ପିପିଲିରେ ସେ କହିଲେ ଯେ, ଆପଣମାନଙ୍କ ଲୋ ଭୋଲଟେଜ୍‍ ସମସ୍ୟା (ମଙ୍ଗଳପୁର, ପିପିଲି) ଦୂର ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ପିପିଲି ହସ୍ତଶିଳ୍ପର ବିକାଶ ପାଇଁ ୧୨.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ୱାରା କାରିଗରମାନଙ୍କର ରୋଜଗାର ବଢ଼ିବ ଓ ଏ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ।ଦାଣ୍ଡମୁକୁନ୍ଦପୁର ଗୋପୀନାଥ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ରଣପୁର ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ୫ କୋଟି, ମଣୀନାଗ ମନ୍ଦିର ଉନ୍ନତି ପାଇଁ ୪ କୋଟି ଓ ତଳମଣୀନାଗ ମନ୍ଦିର ପାଇଁ ୩ କୋଟି ଟଙ୍କା ଯୋଗାଇ ଦେବା ସହ ଅନେକ ମଠ, ମନ୍ଦିର ମସ୍‌ଜିଦ୍‌ର ବିକାଶ କାମ କରାଯାଇଛି ବୋଲି ସେ କହିଥିଲେ। ରଣପୁର ନିର୍ବାଚନ ମଣ୍ଡଳୀରେ ଜଳସେଚନର ସୁବିଧା କରାଯାଇଛି।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା କରି ସେ କହିଲେ ଯେ, ଅରୂପ ହେଉଛନ୍ତି ପିପିଲି ଡେଲାଙ୍ଗ ମାଟିର ପୁଅ। ସୁଦୂର ମୁମ୍ୱାଇରେ କ୍ୟାନସର ରୋଗୀମାନଙ୍କୁ ସେବା ଯୋଗାଇ ଦେବାରେ ଆନ୍ତରିକାର ସହ କାମ କରି ଆସୁଛନ୍ତି। ଆପଣମାନେ ତାଙ୍କୁ ଆଶୀର୍ବାଦ କଲେ ସେ ଆପଣଙ୍କ ପାଇଁ ଦିନରାତି କାମ କରିବେ।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ କହିଥିଲେ ଯେ, ବିଜୁ ଜନତା ଦଳ ହେଉଛି ଲକ୍ଷ୍ମୀବନ୍ତ ଦଳ, ଓଡ଼ିଶାରେ ସମସ୍ତଙ୍କ ଘରକୁ ଖୁସି ଆଣିଛି ଏହି ଦଳ। ଏବେ ସମସ୍ତଙ୍କ ଘର ଆଲୋକିତ ହେବ। ଆପଣମାନେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ।

ଜୟଦେବରେ ଶ୍ରୀ ପାଣ୍ଡିଆନ କହିଲେ ଯେ, ଭୁବନେଶ୍ୱର ସାଂସଦ ଏ ଅଞ୍ଚଳ ପାଇଁ କିଛି କରିନାହାନ୍ତି। ଭୁବନେଶ୍ୱର ପାଇଁ ସେ କୌଣସି ପ୍ରୋଜେକ୍ଟ ଆଣିନାହାନ୍ତି। ଭୁବନେଶ୍ୱର ସାଂସଦ ଲୋକଙ୍କ ସୁଖଦୁଃଖରେ ନାହାନ୍ତି। ଦରକାରବେଳେ ଖୋଜିଲେ ଲୋକେ ତାଙ୍କୁ ପାଆନ୍ତି ନାହିଁ। ଏଥର ଲୋକ ତାଙ୍କୁ ଉଚିତ ଜବାବ ଦେବେ। ବିଜେପି ଦଳ ୨୦୧୪ରେ କହିଥିଲେ ଆମେ ସରକାରକୁ ଆସିଲେ ଦରଦାମ କମାଇବୁ ବୋଲି ହେଲେ କିଛି କମାଇଲେ ନାହିଁ। ସବୁ ଦରଦାମ୍‍ ବଢ଼ି ବଢ଼ି ଚାଲିଲା। ଏଥର ନିର୍ବାଚନରେ ଲୋକମାନେ ତାଙ୍କୁ ଦରଦାମ୍‍ ବୃଦ୍ଧିର ଉଚିତ ହିସାବ ଦେବେ।

ସେ ପୁଣି କହିଲେ ଯେ ଏ ସରକାର ବିଜୁ ଜନତା ଦଳର ସରକାର ନୁହେଁ, ଏହା ହେଉଛି ଲୋକଙ୍କ ସରକାର। ଲୋକମତକୁ ଏଠାରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ। ଲୋକଙ୍କ ମୁଣ୍ଡ ଉପରେ ଥିବା ବୋଝକୁ ହାଲ୍‍କା କରିବା ପାଇଁ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ, ମିଶନଶକ୍ତି, ମମତା ଲକ୍ଷ୍ମୀବସ୍‍, ଆହାର, ଚାଉଳ କାର୍ଡ,ବି.ଏସ୍‍.କେ.ୱାଇ ପରି ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମା ସାମନ୍ତରାୟ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟକୁମାର ଦାସବର୍ମା, ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ, ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ. ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଏବଂ ଜୟଦେବ ବିଧାୟକ ପ୍ରାର୍ଥୀ ନବକିଶୋର ମଲ୍ଲୀକ ପ୍ରମୁଖ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

Election2024 Loksabha Election2024 କାର୍ତ୍ତିକ ପାଣ୍ଡିଆନ ଚିଲିକା ନିର୍ବାଚନ2024 ପିପିଲି
Share. Facebook Twitter LinkedIn Email WhatsApp Copy Link

Related Posts

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025
Latest News

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.