Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିମୁଳିଆ ଏବଂ ଭଣ୍ଡାରୀପୋଖରୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ଜାତୀୟ ଖବର

ସିମୁଳିଆ ଏବଂ ଭଣ୍ଡାରୀପୋଖରୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

May 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିମୁଳିଆ ଏବଂ ଭଣ୍ଡାରୀପୋଖରୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ବର: ଆଜି ଶେଷ ହେଉଛି ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାର। ଏହି ପରିପ୍ରେକ୍ଷୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ସିମୁଳିଆ ଏବଂ ଭଣ୍ଡାରୀପୋଖରୀରେ ଜୋରଦାର ପ୍ରଚାର କରିଛନ୍ତି। ସେ ଦୁଇଟି ସ୍ଥାନରେ ଆୟୋଜିତ ଜନସମାବେଶକୁ ଉଦବୋଧନ ଦେଇଛନ୍ତି। ବିଜେଡି ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ବିଜୟ କରିବା ପାଇଁ ସେ ଜନ ସମାବେଶକୁ ନିବେଦନ କରିଛନ୍ତି।

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି। ମା’ମାନଙ୍କୁ, ଯୁବପିଢ଼ିମାନଙ୍କୁ ସଶକ୍ତ କରି ସେମାନଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବାକୁ ଚାହୁଁଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ। ୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି ଆଶୀର୍ବାଦ କରିବା ପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଦୁଇ ଭଉଣୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରନ୍ତୁ। ସିମୁଳିଆ ପାଇଁ ନବୀନ ବାବୁ ବହୁତ କାମ କରିଛନ୍ତି। ଗତଥର ଯେଉଁ କାମ ଦେଇଥିଲେ ତା’ର ୮୦ ପ୍ରତିଶତ କାମ ହୋଇଯାଇଛି। ସିମୁଳିଆ ଓ ଖଇରାକୁ ଏନ୍‍ଏସି ମାନ୍ୟତା ଦିଆଯାଇଛି। ସାଳନ୍ଦୀ ଲେଫ୍ଟ କେନାଲ ଓ ବିଭିନ୍ନ ଆଡ଼ିବନ୍ଧ ନିର୍ମାଣ ଜରିଆରେ ଜଳସେଚନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ବହୁତ କାମ କରିଛନ୍ତି ବୋଲି ସେ କହିଛନ୍ତି।

ମହାପ୍ରଭୁଙ୍କ ଆଶୀର୍ବାଦରୁ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ, ଆପଣମାନଙ୍କ ସେବା କରିବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍‍ରୁ ମୁକ୍ତ କରିବେ, ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ସମସ୍ତେ ପାଇବେ, ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା କରିବେ ବୋଲି ପାଣ୍ଡିଆନ କହିଛନ୍ତି।

କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍‍କୁ ମଧ୍ୟ ବୃଦ୍ଧି କରିବେ, ପୁଅ ପିଲା ୯ ହଜାର ପରିବର୍ତ୍ତେ ପାଇବେ ୧୨ ହଜାର, ଝିଅ ପିଲା ୧୦ ହଜାର ପରିବର୍ତ୍ତେ ପାଇବେ ୧୪ ହଜାର ଟଙ୍କା। ଏ ସବୁ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ମୁଣ୍ଡରୁ ବୋଝ ହାଲ୍‍କା କରିବା ପାଇଁ କରୁଛନ୍ତି, ଆପଣମାନଙ୍କ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ କରୁଛନ୍ତି।  ସିମୁଳିଆର ଉନ୍ନତି ପାଇଁ, ଓଡ଼ିଶାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା କାମ କରୁଛନ୍ତି, ତାଙ୍କର ସମ୍ମାନ ରଖିବେ।କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ, ଜ୍ୟୋତି ପାଣିଗ୍ରାହୀଙ୍କ ସମ୍ମାନ ରଖିବେ, ସମସ୍ତେ ଲାଗିପଡ଼ି ଏହି ଦୁଇ ଭଉଣୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇବେ।

ସେହିପରି ଭଣ୍ଡାରୀପୋଖରୀରେ କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର କଣ କରୁଛି ? ବହୁତ କଥା କହିଥିଲେ, ତେଲ ଦର, ଏଲ୍‍.ପି.ଜି. ଡିଜେଲ, ପେଟ୍ରୋଲ ଦର କମିଲା କି ? ସେମାନେ ଆପଣଙ୍କ ବୋଝ ବଢ଼େଇ ଚାଲିଛନ୍ତି।ଆଶୀର୍ବାଦ କରନ୍ତୁ ଆମର ବିଧାୟକ ପ୍ରାର୍ଥୀ ସଞ୍ଜୀବ ବାବୁ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ଙ୍କୁ ଆଶୀର୍ବାଦ କରନ୍ତୁ, ବିଜୁ ପରିବାର ଲାଗି ପଡ଼ନ୍ତୁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କଥା ରହିଲା, ଆପଣ ୪୦ ହଜାର ମାର୍ଜିନରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବେ।

odishaelection2024 ଓଡିଶା ନିର୍ବାଚନ 2024 କାର୍ତ୍ତିକ ପାଣ୍ଡିଆନ ଜ୍ୟୋତି ପାଣିଗ୍ରାହୀ ସିମୁଳିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.