Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦୀୟମାନ ଓ ନିବେଶଯୋଗ୍ୟ ବଜାର ସୂଚକାଙ୍କରେ ଚୀନକୁ ଟପିଲା ଭାରତ
ଜାତୀୟ ଖବର

ଉଦୀୟମାନ ଓ ନିବେଶଯୋଗ୍ୟ ବଜାର ସୂଚକାଙ୍କରେ ଚୀନକୁ ଟପିଲା ଭାରତ

September 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
india china
LAC ନିକଟରେ ଉତ୍ତେଜନା ଖବର ମଧ୍ୟରେ ଚୀନ୍ ଜାରି କଲା ବଡ଼ ବିବୃତ୍ତି: ଜାଣନ୍ତୁ.... 

ନୂଆଦିଲ୍ଲୀ: ୨୦୨୪ ସେପ୍ଟେମ୍ବରରେ ଏମଏସସିଆଇ ଉଦୀୟମାନ ବଜାର ଓ ନିବେଶଯୋଗ୍ୟ ବଜାର ସୂଚକାଙ୍କ (ଏମଏସସିଆଇ ଇଏମ ଆଇଏମଆଇ)ରେ ଭାରତ ଗୁରୁତ୍ୱ ଦୃଷ୍ଟିରୁ ଚୀନକୁ ପଛରେ ପକାଇ ଦେଇଥିବା ମୋର୍ଗାନ ଷ୍ଟାନଲି ଘୋଷଣା କରିଛି। ଏମଏସସିଆଇ ଇଏମ ଆଇଏମଆଇରେ ଭାରତର ଗୁରୁତ୍ୱ ୨୨.୨୭ ପ୍ରତିଶତ ଥିବା ବେଳେ ଚୀନର ୨୧.୫୮ ପ୍ରତିଶତ ରହିଛି।

ଏମଏସସିଆଇ ଆଇଏମଆଇରେ ୩,୩୫୫ ଷ୍ଟକ ରହିଛି ଏବଂ ଏଥିରେ ବଡ଼, ମଧ୍ୟମ ଏବଂ କ୍ଷୁଦ୍ର କ୍ୟାପ୍ କମ୍ପାନୀ ଅନ୍ତର୍ଭୁକ୍ତ। ଏହା ଉଦୀୟମାନ ବଜାର ରୂପେ ବିବେଚିତ ହେଉଥିବା ୨୪ଟି ଦେଶର ଷ୍ଟକକୁ ସାମିଲ କରିବା ସହିତ ପ୍ରତ୍ୟେକ ଦେଶରେ ଫ୍ରି ଫ୍ଲୋଟ ଆଡଜଷ୍ଟେଡ୍‌ ମାର୍କେଟ କ୍ୟାପିଟାଲାଇଜେସନର ପ୍ରାୟ ୮୫% କଭରେଜକୁ ଲକ୍ଷ୍ୟ ରଖି ଅଧ୍ୟୟନ କରିଥାଏ। ସୂଚନାଯୋଗ୍ୟ, ଫ୍ରି ଫ୍ଲୋଟ ଆଡଜଷ୍ଟେଡ୍‌ ମାର୍କେଟ କ୍ୟାପିଟାଲାଇଜେସନ୍‌ ର ଅର୍ଥ ହେଉଛି ସାର୍ବଜନୀନ ସ୍ତରରେ କାରବାର ହେଉଥିବା ଶେୟାରଗୁଡ଼ିକର ସଂଖ୍ୟାକୁ ଆଧାର କରି ବଜାର ପୁଞ୍ଜିକରଣର ହିସାବ କରିବାର ଏକ ମୂଲ୍ୟାୟନ ସୂତ୍ର।

ମୁଖ୍ୟ ଏମଏସସିଆଇ ଇଏମ ଇଣ୍ଡେକ୍ସ (ଷ୍ଟାଣ୍ଡାର୍ଡ ଇଣ୍ଡେକ୍ସ) ବୃହତ ଏବଂ ମଧ୍ୟମ କ୍ୟାପ୍‌କୁ ଅନ୍ତର୍ଭୁକ୍ତ କରୁଥିବା ବେଳେ ଆଇଏମଆଇରେ ଏକ ଅଧିକ ବ୍ୟାପକ ପରିସର ଅନ୍ତର୍ଭୁକ୍ତ, ଯେଉଁଥିରେ ବୃହତ, ମଧ୍ୟମ ଏବଂ କ୍ଷୁଦ୍ର କ୍ୟାପ୍ ଷ୍ଟକ ଅନ୍ତର୍ଭୁକ୍ତ। ଭାରତ ପାଖରେ ଥିବା କ୍ଷୁଦ୍ର ବା ସ୍ମଲ୍‌ କ୍ୟାପ୍‌ କାରଣରୁ ଏମଏସସିଆଇ ଆଇଏମଆଇରେ ଚୀନ ତୁଳନାରେ ଏହା ଆଗରେ ରହିଛି।

ପୁନଃସନ୍ତୁଳନ ବ୍ୟାପକ ବଜାର ଧାରାକୁ ପ୍ରତିଫଳିତ କରେ। ଚୀନ୍‌ରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସେଠାକାର ବଜାର ସଂଘର୍ଷ କରୁଥିବା ବେଳେ ଅନୁକୂଳ ଆର୍ଥିକ ସ୍ଥିତିରୁ ଭାରତର ବଜାର ଲାଭବାନ ହୋଇଛି। ନିକଟ ଅତୀତରେ, ଭାରତ ଭାରତୀୟ ଅର୍ଥବ୍ୟବସ୍ଥାର ସୁଦୃଢ଼ ଆର୍ଥିକ ଭିତ୍ତିଭୂମି ଏବଂ ଭାରତୀୟ କର୍ପୋରେଟ୍ ଗୁଡ଼ିକର ଦୃଢ଼ ପ୍ରଦର୍ଶନ ଦ୍ୱାରା ପରିଚାଳିତ ଇକ୍ୱିଟି ବଜାର ପ୍ରଦର୍ଶନରେ ବହୁତ ଉନ୍ନତ ପ୍ରଦର୍ଶନ କରିଛି। ଏହାବ୍ୟତୀତ ଭାରତୀୟ ଇକ୍ୱିଟି ବଜାରରେ ଏହି ବୃଦ୍ଧି ବ୍ୟାପକ ରହିଛି, ଯାହା ଲାର୍ଜ କ୍ୟାପ୍ ସହିତ ମିଡ୍ କ୍ୟାପ୍ ଏବଂ ସ୍ମଲ୍ କ୍ୟାପ୍ ସୂଚକାଙ୍କରେ ପ୍ରତିଫଳିତ ହୋଇଛି। ଏହି ସକାରାତ୍ମକ ଧାରାର ପ୍ରମୁଖ କାରଣ ଗୁଡ଼ିକ ହେଲା ୨୦୨୪ ର ପ୍ରାରମ୍ଭିକ ଭାଗରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ)ରେ ୪୭% ବୃଦ୍ଧି, ବ୍ରେଣ୍ଟ ଅଶୋଧିତ ତୈଳ ଦର ହ୍ରାସ ଏବଂ ଭାରତୀୟ ଋଣ ବଜାରରେ ଯଥେଷ୍ଟ ବିଦେଶୀ ପୋର୍ଟଫୋଲିଓ ନିବେଶ (ଏଫପିଆଇ)।

ଏହି କାରଣରୁ ଏମଏସସିଆଇ ନିଜର ସୂଚକାଙ୍କରେ ଭାରତୀୟ ଷ୍ଟକଗୁଡ଼ିକର ତୁଳନାତ୍ମକ ଗୁରୁତ୍ୱ ବଢ଼ାଉଛି। ଏମଏସସିଆଇ ଇଏମ ଆଇଏମଆଇ ବ୍ୟତୀତ ଭାରତର ଗୁରୁତ୍ୱ ବୃଦ୍ଧି ଏବଂ ଏମଏସସିଆଇ ଇଏମ ଇଣ୍ଡେକ୍ସରେ ଚୀନର ଗୁରୁତ୍ୱ ରେ ତୁଳନାତ୍ମକ ହ୍ରାସରୁ ମଧ୍ୟ ଏହା ସ୍ପଷ୍ଟ ହୋଇଛି । ମାର୍ଚ୍ଚ-୨୪ରୁ ଅଗଷ୍ଟ-୨୪ ମଧ୍ୟରେ ଏମ୍ଏସ୍ସିଆଇ ଇଏମରେ ଭାରତର ଗୁରୁତ୍ୱ ୧୮%ରୁ ୨୦%କୁ ବୃଦ୍ଧି ପାଇଥିବା ବେଳେ ସମାନ ସମୟ ମଧ୍ୟରେ ଚୀନର ଓଜନ ୨୫.୧%ରୁ ୨୪.୫%କୁ ହ୍ରାସ ପାଇଛି।

ବିଶ୍ଳେଷକଙ୍କ ଆକଳନ ଅନୁଯାୟୀ, ଏମଏସସିଆଇ ଇଏମ ଆଇଏମଆଇରେ ଏହି ପରିବର୍ତ୍ତନ ପରେ ଭାରତୀୟ ଇକ୍ୱିଟିରେ ପ୍ରାୟ ୪ରୁ ୪.୫ ବିଲିୟନ ଆମେରିକୀୟ ଡଲାର ପୁଞ୍ଜିପ୍ରବାହ ହୋଇପାରେ। ଆର୍ଥିକ ଅଭିବୃଦ୍ଧି ଓ ବିକାଶ ପାଇଁ ଆଶାନୁରୂପ ପୁଞ୍ଜିନିବେଶର ଗତି ବଜାୟ ରଖିବା ଲାଗି ଭାରତକୁ ଉଭୟ ଦେଶୀ ଓ ବିଦେଶୀ ଉତ୍ସରୁ ପୁଞ୍ଜିର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ବୈଶ୍ୱିକ ଇଏମ୍ ସୂଚକାଙ୍କରେ ଭାରତର ଗୁରୁତ୍ୱ ବୃଦ୍ଧି ସକାରାତ୍ମକ ଗୁରୁତ୍ୱ ବହନ କରୁଛି।

china fdi india ଆର୍ଥିକ ଅଭିବୃଦ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026
Latest News

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.