Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦୀର୍ଘଦିନ ଧରି ଅପରାଜିତା ଷଡଙ୍ଗୀ କାହିଁକି ଅଛନ୍ତି ନିରବ? କିଛି କରିଦେବେ କି ବିସ୍ପୋରଣ ???
ଜାତୀୟ ଖବର

ଦୀର୍ଘଦିନ ଧରି ଅପରାଜିତା ଷଡଙ୍ଗୀ କାହିଁକି ଅଛନ୍ତି ନିରବ? କିଛି କରିଦେବେ କି ବିସ୍ପୋରଣ ???

September 12, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦୀର୍ଘଦିନ ଧରି ଅପରାଜିତା ଷଡଙ୍ଗୀ କାହିଁକି ଅଛନ୍ତି ନିରବ? ଦଳରେ କିଛି କରିଦେବେ କି ବିସ୍ପୋରଣ ???

ଭୁବନେଶ୍ବର: ନିର୍ବାଚନ ପରେ ପରେ ବେଶ କିଛିଦିନ ଧରି ଦଳୀୟ ରାଜନୀତିରେ ସକ୍ରିୟ ରହିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ହେଲେ ମାସଟିଏ ପରେ ସେ ସଂପୂର୍ଣ୍ଣ ନିରବି ଗଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସବୁବେଳେ ମିଡିଆ ଆଗକୁ ଆସି କିଛି ନା କିଛି ବିସ୍ପୋରକ ତଥ୍ୟ ଦେଉଥିବା ଅପରାଜିତା ଏବେ ପୁରା ଚୁପଚାପ କିପରି ହେଲେ ବୋଲି ପ୍ରଶ୍ନ ଉଠିଛି।

ସେତିକି ନୁହେଁ କିଛି ଦିନ ତଳେ ତାଙ୍କର ଦୃଢ ସମର୍ଥକ ତଥା ସଂଗଠକଙ୍କୁ ବିଜେପି ଦଳରୁ ନିଲମ୍ବନ କରିଦେଲା। ତାହାକୁ ନେଇ ଅପରାଜିତ ପୁରା ଚୁପ ରହିଲେ। ହେଲେ ସେ ଖେଳ ଖେଳିବାକୁ ଭଲ ପାଉଥିବାରୁ ସେହି ନିଲମ୍ବିତ ନେତାଙ୍କୁ ଆଣି ନିଜ ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକ୍ରମରେ ସାମିଲ କଲେ। ଏଥିରୁ ସ୍ପଷ୍ଟ ହେଲା ଯେ, ଦଳ ଗୋଟିଏ ପଟେ ଯାଉଥିବା ବେଳେ ଅପରାଜିତା ଅନ୍ୟପଟେ ଯାଉଛନ୍ତି। ଦଳ ପ୍ରତି ତାଙ୍କର ଭୟ ନାହିଁ।

ସେହିପରି ଭୁବନେଶ୍ବରରେ ସୁଭଦ୍ରା ପ୍ରଚାର ରଥ ପାଇଁ ବଡ ଆୟୋଜନ କରାଯାଇଥିଲା। ସେଥିରେ ଖୋଦ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଭୁବନେଶ୍ବରରେ କାର୍ଯ୍ୟକ୍ରମ ହେଲା ହେଲେ ଅପରାଜିତା ଯୋଗ ନ ଦେବା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଅନ୍ୟପକ୍ଷରେ ବିଜେପି ଅପରାଜିତାଙ୍କ ନିର୍ବାଚନ ମଣ୍ଡଳୀ ବାଲିଅନ୍ତାରେ ସଭ୍ୟ ସଂଗ୍ରହ ଅଭିଯାନ କରିଥିଲା। ହେଲେ ସେଠାକୁ କୁଆଡେ ଅପରାଜିତାଙ୍କୁ ଡକା ଯାଇ ନ ଥିଲା। ଯାହାକୁ ନେଇ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା।

ଏହିପରି ଅନେକ ଘଟଣା ଘଟିଛି ଯାହା ଅପରାଜିତା ଓ ରାଜ୍ୟ ବିଜେପି ଭିତରେ ଭଲ ନାହିଁ ବୋଲି ପ୍ରମାଣିତ ହୋଇଛି। ସବୁବେଳେ ଏକଲା ଚଲୋ ନୀତି ଆପଣେଇଥିବା ଅପରାଜିତା ଏବେ ଦଳର ଆଭିମୁଖ୍ୟ ଉପରେ ବିମୁଖ ହୋଇ ଏକା ସଂଗଠନ ଆଉ କାର୍ଯ୍ୟକ୍ରମ କରିବାରେ ଲାଗିଛନ୍ତି। ବିଜେପିର ଏହି ଫାୟାର ବ୍ରାଣ୍ଡ ନେତ୍ରୀଙ୍କ ଏପରି ହାବଭାବ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି। ଏପରିକି ଦଳୀୟ ନେତାଙ୍କ ଭିତରେ କୁଆଡେ ଛନକା ପଶିଛି ବୋଲି ଶୁଣାଯାଉଛି।

ତେବେ ଅପରାଜିତାଙ୍କ ଏପରି ନିରବତାକୁ ଲକ୍ଷ୍ୟ କରି ଅନେକ କହିଲେଣି ଯେ, ଏହା କଣ ଝଡ ପୂର୍ବର ନିରବତା କି? ଅପରାଜିତା କଣ କିଛି ବଡ ବିସ୍ପୋରଣ କରିବେ କି? ଏ ନେଇ ସାରା ରାଜ୍ୟରେ ଏକ ଚର୍ଚ୍ଚା ଚାଲିଛି। ଏହା ସ୍ବୀକାର କରିବାକୁ ପଡିବ ଯେ, ଦଳ ଭିତରେ ଅପରାଜିତାଙ୍କ ଏକ ବଡ ଦବଦବା ରହିଛି। ତାଙ୍କର ସାରା ରାଜ୍ୟରେ ବହୁ ସମର୍ଥକ ତଥା ପ୍ରଶଂସକ ଅଛନ୍ତି। ଏପରିକି ତାଙ୍କ ହାତରେ ବିଜେପିର ଅନେକ ବିଧାୟକ ମଧ୍ୟ ଅଛନ୍ତି।

ଏସବୁ ସମୀକରଣକୁ ଲକ୍ଷ୍ୟ ରଖି ସନ୍ଦେହ ହେଲାଣି ଯେ, ଅପରାଜିତା ଏକ ବଡ ଟିମ ଧରି ବିଜେପି ଛାଡି ଦେବେ କି? ଯଦି ହଁ ତେବେ ସେ କଣ ଦଳବଳ ସହିତ ବିଜେଡିରେ ଯୋଗ ଦେବେ କି? ତେବେ ବିଶେଷ ସୁତ୍ର ଅନୁସାରେ ଅପରାଜିତାଙ୍କ ହାତରେ ଥିବା କେତେକ ନେତା ବର୍ତ୍ତମାନ ଦଳର କିଛି ବିଧାୟକଙ୍କ ସହିତ ଆଲୋଚନା କରିବାରେ ଲାଗିଛନ୍ତି। ଜଣେ ଟାଣୁଆ ଆଉ ଚର୍ଚ୍ଚିତ ଖଣ୍ଡାୟତ ବିଧାୟକ କୁଆଡେ ଏହି କାମରେ ମଧ୍ୟ ଲାଗି ପଡିଛନ୍ତି। ଯଦି ସବୁକିଛି ଠିକଠାକ ହୁଏ ତେବେ ଅପରାଜିତା କିଛି ବିଧାୟକଙ୍କୁ ଧରି ଦଳ ଛାଡିବେ ବୋଲି ଅନୁମାନ କରାଯାଉଛି।

ବର୍ତ୍ତମାନ ବିଧାନସଭା ଆସନ ସଂଖ୍ୟା ଅନୁସାରେ ଦ୍ବିତୀୟ ସ୍ଥାନରେ ବିଜେଡି ଅଛି। ତେଣୁ ବିଜେଡି ସହିତ ହାତ ମିଳାଇଲେ ରାଜ୍ୟରେ ସରକାର ଗଠନ କରିବାରେ ଖୁବ ସହଜ ହେବ। ସେଥିପାଇଁ ଅପରାଜିତାଙ୍କ ରଣନୀତିକାରମାନେ କୁଆଡେ ଏହି ହିସାବ କିତାବ କରିବାରେ ଲାଗିପଡିଛନ୍ତି।

ଅନ୍ୟପଟେ ଦେଖିବାକୁ ଗଲେ କେତେକ ଟାଣୁଆ ବିଧାୟକଙ୍କୁ ମନ୍ତ୍ରୀପଦ ମିଳି ନ ଥିବାରୁ ସେମାନେ ଭିତରେ ଭିତରେ ଅସନ୍ତୁଷ୍ଠ ମଧ୍ୟ ଅଛନ୍ତି। ଫଳରେ ସେମାନଙ୍କୁ ହାତ କରିବାରେ ଏହି ରଣନୀତିକାରମାନେ ଶତଚେଷ୍ଠା କରିବାରେ ଲାଗିଛନ୍ତି। ଯଦି ସେମାନଙ୍କ ଅପେରସନ ଠିକଠାକ ହୁଏ ତେବେ ଅପରାଜିତା ବିଜେପିର ଏକ ବଡ ବିଭାଜନ କରି ପୁଣି ବିଜେଡିକୁ ଶାସନ କ୍ଷମତା ଆଣିବେ ବୋଲି ସନ୍ଦେହ ପ୍ରକାଶ ପାଇଛି।

Aparajita Sarangi ଅପରାଜିତା ଚୁପ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025
Latest News

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025

SIR ଉପରେ ECIର ବଡ଼ ନିଷ୍ପତ୍ତି, ଏବେ ସାରା ଦେଶରେ କରାଯିବ ଭୋଟର ତାଲିକା ସଂଶୋଧନ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.