Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜାତୀୟ ଖବର

ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 13, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର‌୍ୟ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ।

କଶ୍ମୀରର ବରଫଘେରା ସୁନ୍ଦର ପର୍ବତ ଏବଂ ଆନନ୍ଦଦାୟକ ପାଣିପାଗକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ନିକଟରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଦେଖିବା ପରେ ଜମ୍ମୁ-କଶ୍ମୀର ଗସ୍ତ ପାଇଁ ତାଙ୍କର ଆଗ୍ରହ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ପୁରୁଣା ଦିନଗୁଡ଼ିକୁ ମନେ ପକାଇଥିଲେ, ଯେତେବେଳେ ସେ ତାଙ୍କ ଦଳ ପାଇଁ କାମ କରୁଥିବା ସମୟରେ ବାରମ୍ବାର ଏହି ଅଞ୍ଚଳକୁ ଆସୁଥିଲେ । ସୋନମାର୍ଗ, ଗୁଲମାର୍ଗ, ଗଣ୍ଡରବଲ ଓ ବାରାମୁଲା ଭଳି ଅଞ୍ଚଳରେ ସେ ଅନେକ ସମୟ ବିତାଉଥିବା ବେଳେ ଘଣ୍ଟା ଘଣ୍ଟା ଧରି ଚାଲି ଚାଲି ଅନେକ କିଲୋମିଟର ଦୂରତା ଅତିକ୍ରମ କରୁଥିଲେ। ପ୍ରବଳ ତୁଷାରପାତ ସତ୍ତ୍ୱେ ଜମ୍ମୁ-କଶ୍ମୀରବାସୀଙ୍କ ଉଷ୍ମତା ଥଣ୍ଡା ଅନୁଭବ ହେବାକୁ ଦେଇନଥିଲା ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଟନେଲ ହିମସ୍ଖଳନ, ପ୍ରବଳ ତୁଷାରପାତ ଏବଂ ଭୂସ୍ଖଳନ ସମୟରେ ଦେଉଥିବା ସମସ୍ୟାକୁ ହ୍ରାସ କରିବ, ଯେଉଁ କାରଣରୁ ଅନେକ ସମୟରେ ରାସ୍ତା ବନ୍ଦ ରହିଥାଏ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଟନେଲ ପ୍ରମୁଖ ଡାକ୍ତରଖାନାଗୁଡିକୁ ଲୋକଙ୍କ ଆଗମନକୁ ସହଜ କରିବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତାକୁ ସୁନିଶ୍ଚିତ କରିବ, ଯାହା ଦ୍ୱାରା ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ସମସ୍ୟା କମିବ ।

ଜମ୍ମୁ-କଶ୍ମୀରରୁ ଅରୁଣାଚଳ ପ୍ରଦେଶ ପର‌୍ୟ୍ୟନ୍ତ ବ୍ୟାପକ ଭିତ୍ତିଭୂମିର ବିକାଶ ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁ-କଶ୍ମୀର ସୁଡ଼ଙ୍ଗ, ଉଚ୍ଚ ପୋଲ ଏବଂ ରୋପୱେର ହବ୍ ପାଲଟିଛି । ବିଶ୍ୱର କେତେକ ସର୍ବୋଚ୍ଚ ଟନେଲ ଏବଂ ସର୍ବୋଚ୍ଚ ରେଳ-ସଡ଼କ ସେତୁ ଏଠାରେ ନିର୍ମାଣ କରାଯାଉଛି ।

ଜମ୍ମୁ-କଶ୍ମୀରରେ ୪୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ ସଂଯୋଗ ପ୍ରକଳ୍ପ ଚାଲିଛି, ଯେଉଁଥିରେ ୪ଟି ଜାତୀୟ ରାଜପଥ ପ୍ରକଳ୍ପ ଏବଂ ୨ଟି ରିଙ୍ଗରୋଡ୍ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୋନମର୍ଗ ଭଳି ୧୪ରୁ ଅଧିକ ସୁଡ଼ଙ୍ଗ ନିର୍ମାଣ କରାଯାଉଛି, ଯାହା ଜମ୍ମୁ-କଶ୍ମୀରକୁ ଦେଶର ଅନ୍ୟତମ ଉତ୍ତମ ସଂଯୋଗ ହୋଇଥିବା ଅଂଚଳରେ ପରିଣତ କରୁଛି ।

ଏକବିଂଶ ଶତାବ୍ଦୀର ଜମ୍ମୁ-କଶ୍ମୀର ବିକାଶର ଏକ ନୂଆ ଅଧ୍ୟାୟ ଲେଖୁଛି। ଅତୀତର କଠିନ ଦିନଗୁଡ଼ିକୁ ପଛରେ ପକାଇ ଏହି ଅଞ୍ଚଳ ‘ପୃଥିବୀର ସ୍ୱର୍ଗ’ ଭାବରେ ନିଜର ପରିଚୟ ଫେରିପାଇଛି ବୋଲି ସେ କହିଥଲେ। ସେ କହିଥିଲେ ଯେ ବର୍ତ୍ତମାନ ଲୋକମାନେ ରାତିରେ ମଧ୍ୟ ଲାଲ ଛକରେ ଆଇସକ୍ରିମ୍ ର ମଜା ନେଉଛନ୍ତି ଏବଂ ଏହି ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି ।

ପୋଲୋ ଭ୍ୟୁ ମାର୍କେଟକୁ ଏକ ନୂତନ ହାବିଟାଟ୍ ସେଣ୍ଟରରେ ପରିଣତ କରିଥିବାରୁ ସେ ସ୍ଥାନୀୟ କଳାକାରମାନଙ୍କୁ ପ୍ରଶଂସା କରିଥିଲେ, ଯେଉଁଠାରେ ସଙ୍ଗୀତଜ୍ଞ, କଳାକାର ଏବଂ ଗାୟକମାନେ ପ୍ରାୟତଃ ସେମାନଙ୍କର କଳା ପ୍ରଦର୍ଶନ କରନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀନଗରର ଲୋକମାନେ ଏବେ ନିଜ ପରିବାର ସହିତ ସିନେମା ହଲରେ ସିନେମା ଦେଖୁଛନ୍ତି ଏବଂ ସହଜରେ ସପିଂ କରିପାରୁଛନ୍ତି । ଏଭଳି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କେବଳ ସରକାର ଏକାକୀ ହାସଲ କରିପାରିବେ ନାହିଁ ବୋଲି ସେ ଉଲ୍ଲେଖ କରିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଜମ୍ମୁ-କଶ୍ମୀରବାସୀଙ୍କୁ ଶ୍ରେୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ଯୁବକମାନଙ୍କଉଜ୍ଜ୍ୱଳ ଭବିଷ୍ୟତ ଉପରେ ଆଲୋକପାତ କରିବା ସହ କ୍ରୀଡ଼ାକ୍ଷେତ୍ରରେ ଥିବା ଅସଂଖ୍ୟ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସେ କିଛି ମାସ ତଳେ ଶ୍ରୀନଗରରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ମାରାଥନ କଥା କହିଥିଲେ, ଯାହାକୁ ଦେଖିଥିବା ଲୋକମାନେ ବହୁତ ଆନନ୍ଦିତ ହୋଇଥିଲେ । ସେ ମାରାଥନରେ ଭାଗ ନେଉଥିବା ମୁଖ୍ୟମନ୍ତ୍ରୀଙ୍କ ଭାଇରାଲ ଭିଡିଓ ଏବଂ ଦିଲ୍ଲୀରେ ଏକ ବୈଠକରେ ଏହା ଉପରେ ତାଙ୍କର ଉତ୍ସାହଜନକ ଆଲୋଚନାକୁ ମଧ୍ୟ ମନେ ପକାଇଥିଲେ ।

ଜମ୍ମୁ ଓ କଶ୍ମୀରର ଯୁବକମାନଙ୍କ ପାଇଁ ଉଭା ହୋଇଥିବା ନୂତନ ସୁଯୋଗ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁ ଏବଂ ଅବନ୍ତିପୋରାରେ ଏମ୍ସ ନିର୍ମାଣ ଦ୍ରୁତ ଗତିରେ ଚାଲିଛି, ଯାହା ଚିକିତ୍ସା ପାଇଁ ସ୍ଥାନୀୟ ଲୋକଙ୍କୁ ଦେଶର ଅନ୍ୟାନ୍ୟ ସ୍ଥାନକୁ ଯିବାର ଆବଶ୍ୟକତାକୁ ହ୍ରାସ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁରେ ଆଇଆଇଟି, ଆଇଆଇଏମ୍ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଶ୍ରେଷ୍ଠ ଶିକ୍ଷା ପ୍ରଦାନ କରୁଛନ୍ତି।

ଜମ୍ମୁ-କଶ୍ମୀରର ଅତୀତକୁ ବିକାଶର ବର୍ତମାନରେ ପରିଣତ କରିବା ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି ଯେ ଏକ ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ଦେଶର ମୁକୁଟ କାଶ୍ମୀର ପ୍ରଗତିର ରତ୍ନରେ ସଜ୍ଜିତ ହେବ । କାଶ୍ମୀରକୁ ଆହୁରି ସୁନ୍ଦର ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ଇଚ୍ଛା ପ୍ରକାଶ କରିଥିଲେ। ଏହି ପ୍ରୟାସରେ ଅଞ୍ଚଳର ଯୁବକ, ବରିଷ୍ଠ ନାଗରିକ ଓ ପିଲାମାନଙ୍କଠାରୁ ନିରନ୍ତର ସହଯୋଗ ମିଳୁଥିବା ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଜମ୍ମୁ-କଶ୍ମୀରର ଲୋକମାନେ ସେମାନଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ନିଷ୍ଠାର ସହ କାର‌୍ୟ୍ୟ କରୁଛନ୍ତି ଏବଂ ଏହି ଅଞ୍ଚଳ ଏବଂ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ ଦେଉଛନ୍ତି ।

ନିଜର ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେ ସେମାନଙ୍କର ସମସ୍ତ ପ୍ରୟାସରେ ପୂର୍ଣ୍ଣ ସମର୍ଥନ କରିବେ ଏବଂ ଜମ୍ମୁ ଓ କଶ୍ମୀରର ପ୍ରତ୍ୟେକ ପରିବାରକୁ ସେମାନଙ୍କର ବିକାଶ ମୂଳକ ପ୍ରକଳ୍ପ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ ।
ଏହି ଅବସରରେ ଜମ୍ମୁ-କଶ୍ମୀର ଉପ-ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ, ଶ୍ରୀ ଅଜୟ ଟମଟା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

କଣ ଏହି ସୋନମର୍ଗ ଟନେଲ

ପାଖାପାଖି ୧୨ କିଲୋମିଟର ଦୀର୍ଘ ସୋନମର୍ଗ ଟନେଲ ପ୍ରକଳ୍ପ ୨୭୦୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏଥିରେ ୬.୪ କିଲୋମିଟର ଦୀର୍ଘ ସୋନମର୍ଗ ମୁଖ୍ୟ ଟନେଲ, ଏଗ୍ରେସ ଟନେଲ ଓ ଆପ୍ରୋଚ୍ ରୋଡ୍ ରହିଛି। ସମୁଦ୍ର ପତନଠାରୁ ୮,୬୫୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ପ୍ରକଳ୍ପ ଲେହ ଯିବା ବାଟରେ ଶ୍ରୀନଗର ଓ ସୋନମର୍ଗ ମଧ୍ୟରେ ସର୍ବକାଳୀନ ଯୋଗାଯୋଗରେ ଉନ୍ନତି ଆଣିବ, ଭୂସ୍ଖଳନ ଏବଂ ହିମସ୍ଖଳନ ମାର୍ଗକୁ ବାଇପାସ୍ କରିବ ଏବଂ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଲଦାଖ ଅଞ୍ଚଳକୁ ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ପ୍ରବେଶ ସୁନିଶ୍ଚିତ କରିବ ।

ଏହା ସହ ସୋନମର୍ଗକୁ ଏକ ବର୍ଷବ୍ୟାପୀ ଗନ୍ତବ୍ୟସ୍ଥଳରେ ପରିଣତ କରି ପର‌୍ୟ୍ୟଟନକୁ ପ୍ରୋତ୍ସାହିତ କରିବ, ଯାହା ଦ୍ୱାରା ଶୀତକାଳୀନ ପର‌୍ୟ୍ୟଟନ, ଦୁଃସାହସିକ କ୍ରୀଡ଼ା ଏବଂ ସ୍ଥାନୀୟ ରୋଜଗାର ସୁଯୋଗ ବୃଦ୍ଧି ପାଇବ ।

୨୦୨୮ ସୁଦ୍ଧା ଶେଷ ହେବାକୁ ଥିବା ଜୋଜିଲା ଟନେଲ ସହିତ ଏହା ଏହି ରାସ୍ତାର ଦୈର୍ଘ୍ୟ ୪୯ କିଲୋମିଟରରୁ ୪୩ କିଲୋମିଟରକୁ ହ୍ରାସ କରିବ ଏବଂ ଯାନବାହନର ବେଗ ଘଣ୍ଟା ପ୍ରତି ୩୦ କିଲୋମିଟରରୁ ୭୦ କିଲୋମିଟରକୁ ବୃଦ୍ଧି କରିବ, ଯାହା ଦ୍ୱାରା ଶ୍ରୀନଗର ଉପତ୍ୟକା ଏବଂ ଲଦାଖ ମଧ୍ୟରେ ନିରବଚ୍ଛିନ୍ନ ଏନଏଚ-୧ ଯୋଗାଯୋଗ ସୁନିଶ୍ଚିତ ହେବ । ଏହି ଉନ୍ନତ ଯୋଗାଯୋଗ ପ୍ରତିରକ୍ଷା ଲଜିଷ୍ଟିକ୍ସକୁ ସହଜ କରିବ, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଅର୍ଥନୈତିକ ବିକାଶ ଏବଂ ସାମାଜିକ-ସାଂସ୍କୃତିକ ଏକୀକରଣକୁ ପ୍ରୋତ୍ସାହିତ କରିବ ।

ସବୁଠାରୁ କଠିନ ପରିସ୍ଥିତିରେ ସତର୍କତାର ସହ କାମ କରୁଥିବା ଟନେଲର ନିର୍ମାଣ ଶ୍ରମିକମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିଥିଲେ ଏବଂ ଏହି ଉଲ୍ଲେଖନୀୟ ଇଞ୍ଜିନିୟରିଂ ସଫଳତାରେ ସେମାନଙ୍କ ଅବଦାନକୁ ସ୍ୱୀକାର କରିଥିଲେ ।

ଜମ୍ମୁ ଓ କଶ୍ମୀର ନରେନ୍ଦ୍ର ମୋଦୀ ସୋନମାର୍ଗ ଟନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି!: ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

March 22, 2026

ପଶ୍ଚିମ ଏସିଆର ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ କେନ୍ଦ୍ର ସରକାର ନେଲେ ଏହି ସବୁ ପଦକ୍ଷେପ: ଜାଣନ୍ତୁ

March 22, 2026

ଆଜି ମାର୍ଚ୍ଚ ୨୨ ତାରିଖ ରବିବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

March 22, 2026
Latest News

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି!: ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

March 22, 2026

ରାଜ୍ୟବ୍ୟାପୀ ଆରମ୍ଭ ହେଲା ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ

March 22, 2026

ମାଲକାନଗିରିରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଜଳକ୍ରୀଡ଼ା ସୁବିଧା ଉଦଘାଟନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.