Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଇରେସୀ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ: ୧୨୬୩ ୱେବସାଇଟ୍ ହେଲା ନିଷ୍କ୍ରିୟ
ଜାତୀୟ ଖବର

ପାଇରେସୀ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ: ୧୨୬୩ ୱେବସାଇଟ୍ ହେଲା ନିଷ୍କ୍ରିୟ

August 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ
ପାଇରେସୀ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ: ୧୨୬୩ ୱେବସାଇଟ୍ ହେଲା ନିଷ୍କ୍ରିୟ

ନୂଆଦିଲ୍ଲୀ: ଚଳଚ୍ଚିତ୍ରଗୁଡ଼ିକର ଅନଧିକୃତ ପ୍ରସାରଣ ଓ ଅନଲାଇନ୍ ପାଇରେସିକୁ ରୋକିବା ପାଇଁ ସରକାର ଆଇନଗତ ଏବଂ ସଂସ୍ଥାଗତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛନ୍ତି। ଟେଲିଗ୍ରାମ୍ ଭଳି ମାଧ୍ୟମ ଜରିଆରେ ବିନା ଅନୁମତିରେ ଚଳଚ୍ଚିତ୍ର ପ୍ରସାରିତ ହେଉଥିବାରୁ, ଏହାକୁ ରୋକିବା ପାଇଁ ୧୯୫୨ର ‘ସିନେମାଟୋଗ୍ରାଫ୍ ଆକ୍ଟ’ରେ ସଂଶୋଧନ କରାଯାଇ ‘ସିନେମାଟୋଗ୍ରାଫ୍ (ସଂଶୋଧନ) ଆକ୍ଟ, ୨୦୨୩’ ଅଣାଯାଇଛି। ଏହି ନୂତନ ଆଇନରେ ଅନଧିକୃତ ସୁଟିଂ ଏବଂ ପ୍ରଦର୍ଶନକୁ ବେଆଇନ ଘୋଷଣା କରାଯିବା ସହ ନୂତନ ଭାବେ ଯୋଡ଼ାଯାଇଥିବା ଧାରା ୭(୧ବି)(୨) ବଳରେ ସରକାରଙ୍କୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୭୯(୩) ଅଧୀନରେ ପାଇରେଟେଡ୍ ବିଷୟବସ୍ତୁ ପ୍ରସାରଣ କରୁଥିବା ମାଧ୍ୟମଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ପ୍ରଦାନ କରାଯାଇଛି।

ଆଇଟି ଆଇନ, ୨୦୦୦ର ଧାରା ୭୯(୩)(ବି) ଅନୁଯାୟୀ, ବେଆଇନ ବିଷୟବସ୍ତୁ ହଟାଇବା କିମ୍ବା ସେଗୁଡ଼ିକୁ ଅଚଳ କରିବା ପାଇଁ ସରକାର ଇଣ୍ଟରମିଡିଆରିଗୁଡ଼ିକୁ ନୋଟିସ୍‌ ଜାରି କରିପାରିବେ। ସୂଚନା ପ୍ରଯୁକ୍ତି ନିୟମ, ୨୦୨୧ ଅନୁଯାୟୀ, ପ୍ରଚଳିତ କୌଣସି ଆଇନର ଉଲ୍ଲଂଘନ କରୁଥିବା ବିଷୟବସ୍ତୁ ସମ୍ପର୍କରେ ଇଣ୍ଟରମିଡିଆରିଗୁଡ଼ିକ ଅବଗତ କରାଯିବା ପରେ ତାହାକୁ ହଟାଇବା ବା ନିଷ୍କ୍ରିୟ କରିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ। ଏହି ସୂଚନା ଅଦାଲତଙ୍କ ଆଦେଶ ମାଧ୍ୟମରେ କିମ୍ବା  ସରକାର ବା ସରକାରୀ ଅଧିକୃତ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ ମାଧ୍ୟମରେ ମିଳିପାରେ।

ଚଳଚ୍ଚିତ୍ର ପାଇରେସି ସମ୍ପର୍କିତ ଅଭିଯୋଗ ମିଳିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଇଣ୍ଟରମିଡିଆରିଗୁଡ଼ିକୁ ନୋଟିସ୍‌ ଜାରି କରି ଅଭିଯୋଗରେ ଦର୍ଶାଯାଇଥିବା ଉଲ୍ଲଂଘନକାରୀ ବିଷୟବସ୍ତୁକୁ ଶୀଘ୍ର ହଟାଇବା କିମ୍ବା ଏହାର ପ୍ରବେଶକୁ ନିଷ୍କ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଥାଏ। ସୂଚନା ପ୍ରଯୁକ୍ତି ନିୟମ, ୨୦୨୧ ଏବଂ ସିନେମାଟୋଗ୍ରାଫ୍ ଆଇନ, ୧୯୫୨ ଅନୁଯାୟୀ ଇଣ୍ଟରମିଡିଆରିଗୁଡ଼ିକୁ ବିଷୟବସ୍ତୁ ହଟାଇବା ସମ୍ପର୍କିତ ନୋଟିସ୍‌ ଜାରି କରିବା ପାଇଁ ସରକାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଫିଲ୍ମ)ଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ଏହା ବ୍ୟତୀତ, ଇଣ୍ଟରନେଟ୍‌ରେ ଉପଲବ୍ଧ ଚଳଚ୍ଚିତ୍ରର ପାଇରେଟେଡ୍‌ ନକଲ ସମ୍ପର୍କରେ କପିରାଇଟ୍‌ ଅଧିକାରଧାରୀମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ଏବଂ ଏଭଳି ବିଷୟବସ୍ତୁର ପ୍ରବେଶକୁ ନିଷ୍କ୍ରିୟ କରିବା ପାଇଁ ଇଣ୍ଟରମିଡିଆରିଗୁଡ଼ିକୁ ନୋଟିସ୍‌ ଜାରି କରିବା ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ଏକ ସ୍ୱତନ୍ତ୍ର ସଂସ୍ଥାଗତ ବ୍ୟବସ୍ଥା ମଧ୍ୟ ସ୍ଥାପନ କରାଯାଇଛି।

ପାଇରେସୀ–ବିରୋଧୀ କାର୍ଯ୍ୟାନୁଷ୍ଠାନ

ଉପର ବର୍ଣ୍ଣିତ ଆଇନଗତ ବ୍ୟବସ୍ଥା ଅନୁଯାୟୀ, ଫିଲ୍ମ ପାଇରେସୀ ପାଇଁ ୧,୨୬୩ଟି ୱେବସାଇଟ୍ ଏବଂ ୪,୯୯୬ଟି ଟେଲିଗ୍ରାମ୍ ଚ୍ୟାନେଲ୍ ସମେତ ମୋଟ ୭,୩୯୩ଟି URLକୁ ନିଷ୍କ୍ରିୟ କରିବାକୁ ଇଣ୍ଟରମିଡିଆରିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ଲୋକସଭାରେ ବାଲାଶୌରୀ ବଲ୍ଲାଭାନେନୀଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ୍ ଏହି ସୂଚନା ପ୍ରଦାନ କରିଛନ୍ତି।

ନିର୍ଣ୍ଣାୟକ ପଦକ୍ଷେପ ପାଇରେସୀ ୱେବସାଇଟ୍ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ସରକାରୀ ପରୀକ୍ଷା ସଂସ୍କାର ପାଇଁ ପରାମର୍ଶ ଆହ୍ୱାନ

August 28, 2026

ବାଲ୍ମିକି ଦୁର୍ନୀତି: କର୍ଣ୍ଣାଟକ କ୍ୟାବିନେଟରୁ ଇସ୍ତଫା ଦେଲେ ବି. ନାଗେନ୍ଦ୍ର

August 28, 2026

ଜାଭେଲିନ୍ କ୍ଷେପଣାସ୍ତ୍ର କିଣିବ ଭାରତ: ସର୍ଜିଓ ଗୋର୍ ଙ୍କ ବଡ଼ ଘୋଷଣା

August 28, 2026
Latest News

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.