Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଚିଲିକା ରାଜନୀତି: ଶେଷରେ ମୁହଁ ଖୋଲିଲେ ରଘୁନାଥ ସାହୁ, ‘ସମୀକ୍ଷା’କୁ କହିଲେ ଏପରି କଥା
ରାଜ୍ୟ ଖବର

ଚିଲିକା ରାଜନୀତି: ଶେଷରେ ମୁହଁ ଖୋଲିଲେ ରଘୁନାଥ ସାହୁ, ‘ସମୀକ୍ଷା’କୁ କହିଲେ ଏପରି କଥା

July 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Raghunath
ଚିଲିକା ରାଜନୀତି: ଶେଷରେ ମୁହଁ ଖୋଲିଲେ ରଘୁନାଥ ସାହୁ, 'ସମୀକ୍ଷା'କୁ କହିଲେ ଏପରି କଥା

ସୀତାରାମ ଅଗ୍ରୱାଲ

ଚିଲିକା: କିଛିଦିନର ନୀରବତା ପରେ ଏବେ ମୁହଁ ଖୋଲିଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ। ସେ ‘ସମୀକ୍ଷା’ ସହିତ ଏକ ଦୀର୍ଘ ଆଲୋଚନା ପରେ କେତେକ ନୂଆ କଥା ପ୍ରକାଶ କରିଛନ୍ତି। ତେବେ ସଂଗଠନକୁ ନେଇ ସେ ଯାହା କହିଛନ୍ତି ତାହା ହେଲା ଯେ, ଆସନ୍ତା ସପ୍ତାହରେ ସେ ଚିଲିକାର ସମସ୍ତ ବିଜେଡି କର୍ମିଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବେ।

ମୋର ଆଖି ଅପରେସନ ହୋଇଥିଲା, ସେଥିପାଇଁ ମୁଁ ବାହାରକୁ କୁଆଡେ ବାହାରୁ ନ ଥିଲି। ବର୍ତ୍ତମାନ ଭଲ ହୋଇଗଲାଣି। ଖୁବ ଶିଘ୍ର ଚିଲିକାରେ ପୁଣି କାମ ଆରମ୍ଭ କରିବି ବୋଲି ସେ କହିଛନ୍ତି। ସମସ୍ତ ବିଜେଡି କର୍ମିଙ୍କ ସହିତ ବ୍ୟକ୍ତିଗତ ଭାବେ ମିଶିବି ବୋଲି ସେ କହିଛନ୍ତି। ଯେଉଁ କର୍ମିମାନେ ଅସନ୍ତୁଷ୍ଠ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରି ବିଜେଡିକୁ ଆହୁରି ସୁଦୃଢ କରିବି ବୋଲି ପ୍ରକାଶ କରିଛନ୍ତି ରଘୁନାଥ।

ତେବେ ନିକଟରେ ଚିଲିକା ନିର୍ବାଚନ ମଣ୍ଡଳିକୁ ଜିଲ୍ଲା ସଭାପତି, ବେଗୁନିଆ ବିଧାୟକ ଏବଂ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆସିଥିଲେ। ହେଲେ ଆପଣ ସେଠାକୁ ଆସିଲେ ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏହି ଆଖି ପାଇଁ ଯୋଗ ଦେଇପାରି ନ ଥିଲି। ତେବେ ଆପଣଙ୍କୁ ଏଥର ଟିକେଟ ମିଳିବ କି ନାହିଁ ବୋଲି ପ୍ରଶ୍ନକୁ ସେ ଏଡାଇ ଯାଇଥିଲେ। କହିଥିଲେ ମୋର ନେତା ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ଆମେ ତାକୁ ସମର୍ଥନ କରିବୁ।

ସେହିପରି ନିକଟରେ ଶଙ୍ଖ ଭବନରେ ତାଙ୍କୁ ବୈଠକରୁ ବାହାରି ଯିବା ପାଇଁ କୁହାଯାଇଥିବା ଘଟଣାକୁ ରଘୁନାଥ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ମୁଁ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିବା ପାଇଁ ସେଠାରେ ଦାବୀ କରିଥିଲି। ଏହାକୁ ନେଇ ସେଠାରେ ପ୍ରଶାନ୍ତ ଜଗଦ୍ଦେବ କର୍ମିମାନେ ମୋ ବିରୋଧରେ ହୋ ହାଲ୍ଲା କରିଥିଲେ। ପରିବେଶକୁ ଶାନ୍ତ କରିବା ପାଇଁ ଆମ ଦଳର ସାଂଗଠାନିକ ସଂପାଦକ ବବିବାବୁ ମୋତେ ବାହାରକୁ ଯିବା ପାଇଁ କହିଥିଲେ।

ଏବେ ମୁଁ ପ୍ରଣବ ପ୍ରକାଶ ଦାସଙ୍କ ସହିତ ତିନିଥର ଦେଖା ହୋଇ ଆସିଛି। ସେ ସଂଗଠନ କରିବାକୁ ମୋତେ କହିଛନ୍ତି। ବର୍ତ୍ତମାନ ଚିଲିକାକୁ ବିଭୂତି ବଳବନ୍ତରାୟ ଏବଂ ରାଜେନ୍ଦ୍ର ସାହୁ ଘନଘନ ଗସ୍ତରେ ଆସୁଛନ୍ତି। ସେମାନେ ବର୍ତ୍ତମାନ ବିଧାୟକଙ୍କଠାରୁ କିପରି କର୍ମିମାନଙ୍କୁ ଅଲଗା କରାଯିବ ସେ କାମ କରୁଛନ୍ତି। ଗତଥର ଆମଦାନୀ ନେତାଙ୍କୁ ଟିକେଟ ଦେଇ ଦଳ ଯେଉଁ ଭୁଲ କରିଛି ତାହା ଆଉ ଏଥର ହେବ ନାହିଁ ବୋଲି ରଘୁନାଥ କହିଛନ୍ତି।

ତେବେ ରଘୁନାଥଙ୍କ ସହିତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ସେ ଆଗାମୀ ଦିନରେ ଚିଲିକାରୁ ଟିକେଟ ପାଇବା ଆଶାରେ ଅଛନ୍ତି। ସେଥିପାଇଁ ତାଙ୍କ ପ୍ରତି ଅସନ୍ତୁଷ୍ଠ ଥିବା ବିଜେଡି କର୍ମିମାନଙ୍କୁ ସେ କିପରି ମନେଇବେ ସେ କାମ ଆରମ୍ଭ କରିବେ ବୋଲି ଜଣାପଡିଛି। ହେଲେ ପ୍ରଶ୍ନ ଉଠିଛି ଯେ, ଯେଉଁମାନେ ରଘୁନାଥଙ୍କୁ ତୀବ୍ର ବିରୋଧ କରି ଆସୁଛନ୍ତି ସେମାନେ ପୁଣି ଥରେ ପକାଇଲା ଛେପ କିପରି ଢୋକିବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Election2024 ଚିଲିକା ନିର୍ବାଚନ2024 ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରଘୁନାଥ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.