Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଏମ୍ସ ଭୁବନେଶ୍ୱର ବିରଳ ଅସ୍ତ୍ରୋପଚାର, ବଙ୍କା ହୋଇପଡିଥିବା ମଣିଷ ସିଧା ହେଲା
ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱର ବିରଳ ଅସ୍ତ୍ରୋପଚାର, ବଙ୍କା ହୋଇପଡିଥିବା ମଣିଷ ସିଧା ହେଲା

December 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମ୍ସ ଭୁବନେଶ୍ୱର
ଏମ୍ସ ଭୁବନେଶ୍ୱର ବିରଳ ଅସ୍ତ୍ରୋପଚାର, ବଙ୍କା ହୋଇପଡିଥିବା ମଣିଷ ସିଧା ହେଲା

ଏମ୍ସ ଭୁବନେଶ୍ବର ଅର୍ଥୋପେଡିକ୍ ବିଭାଗ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ ଚିକିତ୍ସା ସଫଳତା ଜଣେ ଯୁବକଙ୍କ ଜୀବନରେ ପ୍ରାୟ ଦୁଇ ଦଶନ୍ଧି ପରେ ଅସରନ୍ତି ଖୁସି ଆଣିଦେଇଛି। ଆମ ରାଜ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୩୭ ବର୍ଷୀୟ ଯୁବକ ବିଶ୍ୱ ଭୂଷଣ ରାଉତ, ପ୍ରାୟ ୨୦ ବର୍ଷ ଧରି ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ। ମାତ୍ର ଏମ୍ସ ଭୁବନେଶ୍ବର ଅର୍ଥୋପେଡିକ୍ ବିଭାଗ ପକ୍ଷରୁ ତାଙ୍କର ତିନୋଟି ଜଟିଳ ଅସ୍ତ୍ରୋପଚାର ପରେ, ସେ ଏକ ନୂତନ ଜୀବନ ଲାଭ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଶ୍ରୀ ରାଉତଙ୍କ ମେରୁଦଣ୍ଡ ଏବଂ ଉଭୟ ନିତମ୍ବ ସମ୍ପୂର୍ଣ୍ଣ ମିଶିବା ଭଳି ଅବସ୍ଥାରେ ଥିଲା। ଯାହା ଫଳରେ ତାଙ୍କ ଶୁଣ୍ଡି ବଙ୍କା ହୋଇଯାଇଥିଲା ଏବଂ ବେକରୁ ନିତମ୍ବ ପର୍ଯ୍ୟନ୍ତ ଅଚଳ ହୋଇଯାଇଥିଲା। ତାଙ୍କ ମେରୁଦଣ୍ଡ ଏବଂ ଜଙ୍ଘ ପ୍ରାୟ ୧୫୦-ଡିଗ୍ରୀ ବଙ୍କି ଯାଇଥିଲା। ତାଙ୍କ ମୁହଁ ପ୍ରାୟ ତାଙ୍କ ଜଙ୍ଘକୁ ଛୁଇଁସାରିଥିଲା। ଏପରି ଗୁରୁତର ଅବସ୍ଥା ତାଙ୍କ ଦୈନନ୍ଦିନ ଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଚାଲିବା, ବସିବା ଏବଂ ଶୋଇବା ଅତ୍ୟନ୍ତ କଷ୍ଟକର କରିଦେଇଥିଲା, ଯାହାକି ତାଙ୍କ ଜୀବନକୁ ଦୁର୍ବିସହ କରିଥିଲା।

ଅତ୍ୟନ୍ତ ଜଟିଳ ଅବସ୍ଥା ଏବଂ ଅପ୍ରତ୍ୟାଶିତ ଅସ୍ତ୍ରୋପଚାର ବିପଦ କାରଣରୁ ପକ୍ଷାଘାତର ଯଥେଷ୍ଟ ସମ୍ଭାବନା ଥିବାରୁ ଓଡ଼ିଶାର ଅନେକ ହସ୍ପିଟାଲ ଏବଂ ଭାରତର ଅନ୍ୟାନ୍ୟ ପ୍ରମୁଖ ପ୍ରତିଷ୍ଠାନ ତାଙ୍କ କେସ୍ ଗ୍ରହଣ କରିପାରିନଥିଲେ। ତାଙ୍କର ଆର୍ଥିକ ସଙ୍କଟ ଉଚ୍ଚମାନର ଘରୋଇ ସ୍ୱାସ୍ଥ୍ୟସେବା ପାଇବାକୁ ବାଧା ସୃଷ୍ଟି କରିଥିଲା।

ତେବେ ଏମ୍ସ ଭୁବନେଶ୍ୱର ଅର୍ଥୋପେଡିକ୍ସ ବିଭାଗ ଓପିଡିକୁ ଏକ ଆଶା ନେଇ ଆସିଥିଲେ। ସେଠାରେ ବିଭାଗୀୟ ସହକାରୀ ପ୍ରଫେସର୍ ଡ. ଦୀପକ ନେରାଡି ବିଶ୍ବଙ୍କୁ ପରୀକ୍ଷା ନିରୀକ୍ଷା ପରେ ବିଭାଗୀୟ ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ରଙ୍କ ମାର୍ଗଦର୍ଶନରେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କଲେ। ଡ. ନେରାଡି ଏବଂ ଡ. ଗୁରୁଦୀପ ଦାସ ନ୍ୟୁରୋମନିଟରିଂ, ବୋନ୍ ସ୍କେଲପେଲ୍, ହାଇ-ସ୍ପିଡ୍ ବର୍ ଏବଂ ସର୍ଜିକାଲ୍ ମାଇକ୍ରୋସ୍କୋପ୍ ଭଳି ଉନ୍ନତ ଉପକରଣ ବ୍ୟବହାର କରି ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ।

ଉକ୍ତ ଯୁବକଙ୍କର ଦୁଇଟି ଯାକ ହିପ୍ ରିପ୍ଲେସମେଣ୍ଟ୍ କରାଯିବା ସହିତ ମେରୁଦଣ୍ଡ ବିକୃତି ସଂଶୋଧନ ସଫଳତାର ସହିତ କରିଥିଲେ। କାରିନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ରୋଗୀଙ୍କୁ ଭେଟି ବିଭାଗ ଏବଂ ପ୍ରକ୍ରିୟାରେ ସାମିଲ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅତ୍ୟଧିକ ଜଟିଳ ମେରୁଦଣ୍ଡ ଏବଂ ଏହି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏପରି ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ନିଜେ ଡ. ବିଶ୍ବାସ ଯୁବକଙ୍କ ନିକଟକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ବିଶ୍ୱସ୍ତରୀୟ ସୁବିଧା ଏବଂ ବିଶେଷଜ୍ଞତା ସହିତ ଏମ୍ସ ଭୁବନେଶ୍ୱର ପୂର୍ବ ଭାରତରେ ଅସ୍ଥିଶଲ୍ୟ ଚିକିତ୍ସା କ୍ଷେତ୍ରରେ ଉନ୍ନତ ରୋଗୀ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି। ଆନାସ୍ଥେସିଆ ବିଭାଗୀୟ ମୁଖ୍ୟ ଡ. ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ ଆନାସ୍ଥେସିଆ ଦଳର ଉତ୍ସର୍ଗୀକୃତ ସମର୍ଥନ ଅସ୍ତ୍ରୋପଚାରକୁ ତ୍ରୁଟିଶୂନ୍ୟ କରିଥିଲା।
ଉକ୍ତ ତିନି ଅସ୍ତ୍ରୋପଚାର ପରେ ଯୁବକଜଣଙ୍କ ସ୍ବାଭାବିକ ଭାବେ ବସିପାରୁଛନ୍ତି, ଠିଆ ହୋଇପାରୁଛନ୍ତି, ଚାଲିପାରୁଛନ୍ତି, ଏବଂ ସିଧା ଆଗକୁ ଚାହିଁ ମଧ୍ୟ ପାରୁଛନ୍ତି। ଏହା ତାଙ୍କ ଜୀବନର ଗୁଣବତ୍ତା ଏବଂ କାର୍ଯ୍ୟକ୍ଷମତାରେ ଏକ ନାଟକୀୟ ଉନ୍ନତି ଆଣିଛି।

ବେସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଏପରି ଅସ୍ତ୍ରୋପଚାର ସାଧାରଣତଃ ୨୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ମାତ୍ର ଶ୍ରୀ ରାଉତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ମାଗଣା ଚିକିତ୍ସା ପାଇଥିଲେ। ଏପରି ପରିବର୍ତ୍ତନକାରୀ ଚିକିତ୍ସା ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ ଏମ୍ସ ଭୁବନେଶ୍ୱର ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଉଛି।

AIIMS Bhubaneswar ଏମ୍‌ସ ଭୁବନେଶ୍ୱର ବଙ୍କା ମଣିଷ ସିଧା ହେଲା ବିରଳ ଅସ୍ତ୍ରୋପଚାର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ସ୍ୱର୍ଣ୍ଣିମ ୧୦ ବର୍ଷ: ଯୋଡ଼ି ହେଲେ ପ୍ରାୟ ୨ କୋଟି ମୋବାଇଲ ଗ୍ରାହକ

September 4, 2026

ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ କୋଠାରେ ଲାଗିଲା ନୋଟିସ୍: ଖାଲି କରିବାକୁ ନିର୍ଦ୍ଦେଶ

September 4, 2026

ଏବେ WhatsApp ମାଧ୍ୟମରେ ପୈଠ କରନ୍ତୁ ବିଦ୍ୟୁତ୍ ଏବଂ ପାଣି ବିଲ୍: ଆରମ୍ଭ ହେଲା ନୂତନ ବୈଶିଷ୍ଟ୍ୟ

September 4, 2026

ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

September 4, 2026
Latest News

ସିମୁଳିଆରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର, ଅନ୍ୟଜଣେ ଫେରାର

September 4, 2026

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ସ୍ୱର୍ଣ୍ଣିମ ୧୦ ବର୍ଷ: ଯୋଡ଼ି ହେଲେ ପ୍ରାୟ ୨ କୋଟି ମୋବାଇଲ ଗ୍ରାହକ

September 4, 2026

ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ କୋଠାରେ ଲାଗିଲା ନୋଟିସ୍: ଖାଲି କରିବାକୁ ନିର୍ଦ୍ଦେଶ

September 4, 2026

ଏବେ WhatsApp ମାଧ୍ୟମରେ ପୈଠ କରନ୍ତୁ ବିଦ୍ୟୁତ୍ ଏବଂ ପାଣି ବିଲ୍: ଆରମ୍ଭ ହେଲା ନୂତନ ବୈଶିଷ୍ଟ୍ୟ

September 4, 2026

ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.