Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଛାତ୍ର ସଂସଦ ନିର୍ବାଚନ: ଉଷ୍ମ ହେଲାଣି ରାଜଧାନୀ କ୍ୟାମ୍ପସ୍
ରାଜ୍ୟ ଖବର

ଛାତ୍ର ସଂସଦ ନିର୍ବାଚନ: ଉଷ୍ମ ହେଲାଣି ରାଜଧାନୀ କ୍ୟାମ୍ପସ୍

October 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଛାତ୍ର ସଂସଦ ନିର୍ବାଚନ: ଉଷ୍ମ ହେଲାଣି ରାଜଧାନୀ କ୍ୟାମ୍ପସ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଉଷ୍ମତା ଦିନକୁ ଦିନ ବଢ଼ିବାରେ ଲାଗିଛି। ମତଦାନକୁ ଆଉ ମାତ୍ର ତିନି ଦିନ ବାକିଥିବାବେଳେ ଆଶାୟୀ ପ୍ରାର୍ଥୀମାନେ ଛୁଟିଦିନକୁ ମଧ୍ୟ ପ୍ରଚାର ପାଇଁ ହାତଛଡ଼ା କରୁନାହାନ୍ତି। ରାଜଧାନୀର ବିଭିନ୍ନ ପାର୍କ ଏବଂ ଆବାସିକ ଅଞ୍ଚଳରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରାଯାଉଛି। କିଛି ପ୍ରାର୍ଥୀ ପାର୍କରେ ଯୁବ ଭୋଟରଙ୍କୁ ଏକତ୍ରିତ କରି ବୈଠକ ଓ ଆପ୍ୟାୟନର ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ପରିଚାଳନା ନେଇ କ୍ୟାମ୍ପସ ଭିତରେ ଓ ବାହାରେ ଛକାପଞ୍ଝା ଜାରି ରହିଛି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ କଡ଼ା ନିୟମ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପ୍ରଚାରକୁ ନେଇ କିଛି ସ୍ଥାନରେ କଟକଣା ଲଗାଇବାକୁ ଦାବି ହେଉଛି। କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ନାମାଙ୍କନ, ଯାଞ୍ଚ ଏବଂ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବାବେଳେ ରାଜ୍ୟର ମୋଟ ୩୪୭ଟି କଲେଜ ଏବଂ ୧୩ଟି ବିଶ୍ୱବିଦ୍ୟାଳୟରେ ମୋଟ ୬,୬୪୯ ଜଣ ଚୂଡ଼ାନ୍ତ ପ୍ରାର୍ଥୀ ମଇଦାନରେ ଅଛନ୍ତି। କ୍ୟାମ୍ପସର କାନ୍ଥ, ନୋଟିସ୍ ବୋର୍ଡ ଏବଂ କ୍ୟାଣ୍ଟିନ୍ ଆଦି ସ୍ଥାନରେ ରଙ୍ଗବେରଙ୍ଗର ପୋଷ୍ଟର ଓ ବ୍ୟାନରରେ ସମଗ୍ର ପରିବେଶ ସରଗରମ ହୋଇଉଠିଛି। ତେବେ କେବଳ ପ୍ରଚାର ନୁହେଁ, ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟଦକ୍ଷତାକୁ ଆଧାର କରି ଭୋଟ୍ ଦେବେ ବୋଲି ସାଧାରଣ ଭୋଟର ମତ ପ୍ରକାଶ କରୁଛନ୍ତି। ନିର୍ବାଚନ ସମୟରେ କୌଣସିପ୍ରକାର ହିଂସାକାଣ୍ଡ କିମ୍ବା ଶୃଙ୍ଖଳାଗତ ଭଙ୍ଗାଦୃଷ୍ଟି ଏଡ଼ାଇବା ପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କଲେଜ ପରିସରରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରାଯାଇଛି।

ଛାତ୍ର ସଂସଦ ନିର୍ବାଚନ ରାଜଧାନୀ କ୍ୟାମ୍ପସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଟାଇମ୍ସ ଫ୍ୟାଶନ୍ ୱିକ୍ ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍

October 12, 2026

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026

ଆଜି ଅକ୍ଟୋବର ୧୨ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2026

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026
Latest News

ଟାଇମ୍ସ ଫ୍ୟାଶନ୍ ୱିକ୍ ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍

October 12, 2026

ଛାତ୍ର ସଂସଦ ନିର୍ବାଚନ: ଉଷ୍ମ ହେଲାଣି ରାଜଧାନୀ କ୍ୟାମ୍ପସ୍

October 12, 2026

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026

ଆମ ଯୁବଶକ୍ତି ଭାରତର ଭବିଷ୍ୟତ ପାଇଁ ଗଭୀର ବିଶ୍ୱାସ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

October 12, 2026

OPPO F35 Series: ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ରେ ଏଫ୍୩୫ ସିରିଜ୍ ଲଞ୍ଚ କଲା ଓପୋ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.