Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସରକାରୀ ଯୋଜନା କାହା ପାଇଁ: ଆଜି ବି ପଲିଥିନ୍‌ ତଳେ ବିତୁଛି ଜୀବନ
ରାଜ୍ୟ ଖବର

ସରକାରୀ ଯୋଜନା କାହା ପାଇଁ: ଆଜି ବି ପଲିଥିନ୍‌ ତଳେ ବିତୁଛି ଜୀବନ

January 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ବାସହୀନଙ୍କ ପାଇଁ ରାଜ୍ୟସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ବହୁ ପ୍ରକାର ଯୋଜନା କରିଛନ୍ତି। ଗରିବଙ୍କୁ ଘରଟିଏ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ବିଜୁ ପକ୍କାଘର ଯୋଜନା ଆଦି ରହିଛି। ଗରିବଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟ ତଥା ସହାୟତାମୂଳକ ପଦକ୍ଷେପ ନେଉଥିବାବେଳେ ଏହାର ଲାଭ କିଏ ପାଉଛି ? ସତରେ କ’ଣ ଜଣେ ହିତାଧିକାରୀ ଏହି ସମସ୍ତ ସୁବିଧା ପାଇପାରୁଛି। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ।

ସମ୍ବଲପୁର ଜିଲ୍ଲାର ନାକ୍‌ଟିଦେଉଳ ବ୍ଲକ୍‌ ଅନ୍ତର୍ଗତ ଡଇଁଚା ଗ୍ରାମର ନିବାସୀ ହେଉଛନ୍ତି ଶେଷଦେବ ପଧାନ। ଆଜି ବି ସେ ପଲିଥିନ୍‌ ତଳେ ଜୀବନ ବିତାଉଛନ୍ତି। ୬ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ସଂସାର। ଗରିବ ଖଟିଖିଆଙ୍କ ପାଇଁ ସରକାରଙ୍କ ତରଫରୁ ପୁଞ୍ଜା ପୁଞ୍ଜା ଯୋଜନା ରହିଥିବାବେଳେ ଶେଷଦେବଙ୍କ ପାଇଁ ଏସବୁ ସ୍ବପ୍ନ ପାଲଟିଛି। ପକ୍କା ଘରଟିଏ ପାଇବା ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କୁ ବହୁବାର ଅନୁରୋଧ କରି ଚିଠି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ସୁଫଳ ମିଳିପାରିନାହିଁ। ତାଙ୍କ କହିବାନୁସାରେ ୪ରୁ ୫ ବର୍ଷ ହେବ ତାଙ୍କ ନାମ ଘର ହେବା ପାଇଁ ଅର୍ଡର ଆସୁଥିବାବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପାଖରେ ଏହା ପହଞ୍ଚିପାରୁନାହିଁ। ଅସହାୟ ଭାବରେ ଜୀବନ ବିତାଉଥିବା ଶେଷଦେବ ଦିନରେ ଖରା, ରାତ୍ରିରେ ଜହ୍ନ ଏପରିକି ବର୍ଷାରେ ଜଳ ଭିତରେ ବୁଡି ରହୁଥିବାବେଳେ ସରକାରୀ ଯୋଜନାର ବଞ୍ଚିତ ଶେଷଦେବଙ୍କୁ ନ୍ୟାୟ ମିଳିବ କେବେ? ଜିଲ୍ଲା ପ୍ରଶାସନ ତଥା ରାଜନୈତିକ ନେତାମାନଙ୍କର ଏନେଇ କୌଣସି ନିଘା ନାହିଁ। ଘର ପାଇବାରୁ ବଞ୍ଚିତ ହୋଇ କ୍ଷୋଭ ପ୍ରକାଶ କରି ଶେଷଦେବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏନେଇ ଚିଠି ଲେଖିବି।  ଯଦି ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଦୁଃଖ ନ ଶୁଣନ୍ତି ତେବେ ସେ ଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଅନଶନ କରିବେ।

ସରକାର ଯୋଜନାଗୁଡ଼ିକ ପ୍ରଣୟନ କରିଦେଉଛନ୍ତି ସତ, କିନ୍ତୁ ଏହା ସତରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତା’ର ତଦାରଖ କରିବା ମଧ୍ୟ ସରକାରଙ୍କର। ଏଦିଗରେ ସରକାର ଟିକେ ଦୃଷ୍ଟି ଦେଲେ ଶେଷଦେବଙ୍କ ପରି ବହୁ ଖଟିଖିଆ ଗରିବ ଲୋକମାନେ ସରକାରୀ ଯୋଜନାର ସୁଫଳ ପାଇପାରନ୍ତେ।

ଡଇଁଚା ଗ୍ରାମ ପ୍ରଧାନମନ୍ତ୍ରୀ ଆବାସ ସରକାରୀ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପଦ୍ମଶ୍ରୀ ପ୍ରଫେସର ହର୍‍ମାନ କୁଲ୍‍କେଙ୍କ ସ୍ମୃତିସଭା

March 15, 2026

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026

ଦ୍ଵିତୀୟ ପର୍ଯ୍ୟାୟ ‘’ଉଲ୍ଲାସ” ପରୀକ୍ଷାରେ ଯୋଗ ଦେଲେ ୧୫୦୦ ନିରକ୍ଷର ପୁରୁଷ ଓ ମହିଳା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.