Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଘରର ମୁଖ୍ୟ ଦ୍ବାରଟି କେଉଁ ଦିଗ ଆଡକୁ ମୁହଁ କରି ରହିଲେ ଘରେ ଶାନ୍ତି ଆସିବା ସହିତ ପିଲାମାନେ ପାଠପଢାରେ ମନଯୋଗ ଦେବେ
ମତାମତ

ଘରର ମୁଖ୍ୟ ଦ୍ବାରଟି କେଉଁ ଦିଗ ଆଡକୁ ମୁହଁ କରି ରହିଲେ ଘରେ ଶାନ୍ତି ଆସିବା ସହିତ ପିଲାମାନେ ପାଠପଢାରେ ମନଯୋଗ ଦେବେ

July 13, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଘରର ମୁଖ୍ୟ ଦ୍ବାରଟି କେଉଁ ଦିଗ ଆଡକୁ ମୁହଁ କରି ରହିଲେ ଘରେ ସକାରତ୍ନକ ଶକ୍ତି ଓ ଶାନ୍ତି ଆସିବା ସହିତ ପିଲାମାନେ ପାଠପଢାରେ ମନଯୋଗ ଦେବେ
ଘରର ମୁଖ୍ୟ ଦ୍ବାରଟି କେଉଁ ଦିଗ ଆଡକୁ ମୁହଁ କରି ରହିଲେ ଘରେ ସକାରତ୍ନକ ଶକ୍ତି ଓ ଶାନ୍ତି ଆସିବା ସହିତ ପିଲାମାନେ ପାଠପଢାରେ ମନଯୋଗ ଦେବେ

ଚକ୍ରଧର ବିଶ୍ବଶ୍ରୀ

ପ୍ରକୃତରେ ବାସ୍ତୁଶାସ୍ତ୍ର କାହିଁ କେଉଁ ପୁରୁଣା ଯୁଗରୁ ପ୍ରଚଳିତ ହୋଇ ଆସୁଛି। ଏହାକୁ ଅନେକ ବିଶ୍ବାସ କରୁ ନ ଥିଲେ ମଧ୍ୟ ଏଥିରେ ଯେ ସତ୍ୟତା ଲୁଚି ରହିଛି ତାହାକୁ ଅସ୍ବୀକାର କରି ହେବ ନାହିଁ। ଅନେକ ଅନୁଭବ କରିଥିବେ ଯେ ଜଣଜଣଙ୍କ ଘରେ ଅଶାନ୍ତି ଲାଗି ରହେ। ହେଲେ ସେହି ପାଖ ଘରେ ସେପରି କିଛି ପରିଲକ୍ଷିତ ହୁଏ ନାହିଁ। ସେହିପରି କେତେକଙ୍କ ଘରେ ବିଭିନ୍ନ ସମୟରେ ପରିବାର ସଦସ୍ୟଙ୍କୁ ରୋଗ ମାଡି ବସେ, ହେଲେ ପାଖ ଘରେ ସେପରି ହୁଏ ନାହିଁ। ଏସବୁ ଯେଉଁମାନେ ଅଙ୍ଗେ ଲିଭାଇଛନ୍ତି ସେମାନେ ସମସ୍ତେ ବାସ୍ତୁ ଶାସ୍ତ୍ରର ଉପକାରିତାକୁ ଉପଲବ୍ଭ କରିଛନ୍ତି। ସେତେକି ନୁହେଁ ଏପରିକି ପିଲାଙ୍କ ପାଠପଢା ଉପରେ ମଧ୍ୟ ଏହି ବାସ୍ତୁ ଶାସ୍ତ୍ରର ନିୟମ ନିର୍ଭର କରେ। ସେଥିପାଇଁ ଘରଟି ବାସ୍ତୁ ଶାସ୍ତ୍ର ଅନୁସାରେ ରହିଲେ ପରିବାର ମଧ୍ୟରେ ସୁଖଶାନ୍ତି ଲାଗିରହେ।

ଘରର ବିଭିନ୍ନ ସ୍ଥାନ ପାଇଁ ଭିନ୍ନ ଭିନ୍ନ ବାସ୍ତୁ ବିଚାର ରହିଛି। ହେଲେ ସବୁଠାରୁ ବଡ କଥା ହେଲା ଘରର ମୁଖ୍ୟ ଦ୍ବାର। ଯଦି ଘରର ମୁଖ୍ୟ ଦ୍ବାରଟି ଠିକ ନାହିଁ ତେବେ ସବୁ ସରିଲା। ଅର୍ଥାତ ଘର ଭିତରେ ଆପଣ ଯେତେ ବାସ୍ତୁ ହିସାବରେ କରନ୍ତୁ ନା କାହିଁକି ଘରର ମୁଖ୍ୟ ଦ୍ବାରଟି ଯଦି ଠିକ ନାହିଁ ତେବେ ଅନ୍ୟସବୁ କିଛି କାମ କରିବ ନାହିଁ।

ଘରର ମୁଖ୍ୟ ଦ୍ବାରଟି କିପରି ରହିବ ଏବଂ କଣ କଣ କରାଯିବ ସେ ସଂପର୍କରେ ଆସନ୍ତୁ ଜାଣିବା କେତୋଟି କଥା ଯାହା ବସ୍ତୁ ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି।

1-ଘରର ମୁଖ୍ୟ ଦ୍ବାରଟି ପୂର୍ବ କିମ୍ବା ଉତ୍ତର କିମ୍ବା ପୂର୍ବ-ଉତ୍ତର କୋଣ ଆଡକୁ ମୁହଁ କରି ରହିବା ଆବଶ୍ୟକ। ଅର୍ଥାତ ଆପଣ ଘର ଭିତରୁ ବାହାରକୁ ବାହାରିବା ବେଳେ ଆପଣଙ୍କ ମୁହଁଟି ଯେପରି ପୂର୍ବ କିମ୍ବା ଉତ୍ତର କିମ୍ବା ପୂର୍ବ ଉତ୍ତର କୋଣ ଆଡକୁ ରହିବା ଆବଶ୍ୟକ।

2-ମୁଖ୍ୟ ଦ୍ବାରଟି ଘରର ସବୁ ଦ୍ବାରଠାରୁ ବଡ ହେବା ଆବଶ୍ୟକ। ଏଥିସହିତ ଏହା ଭଲ କାଠରେ ନିର୍ମାଣ ହୋଇଥିବା ଦରକାର। ମୁଖ୍ୟ ଦ୍ବାରଟି କୌଣସି ଧାତବ ପଦାର୍ଥରେ ନିର୍ମାଣ କରନ୍ତୁ ନାହିଁ। ଏପରିକି ଅନେକ ଗ୍ଲାସ ଡୋର କରି ଲଗାଇ ଥାନ୍ତି। ତାହା ଠିକ୍ ନୁହେଁ।

3-ଆଉ ଏକ ବଡ କଥା ଧ୍ୟାନ ଦେବା ଆବଶ୍ୟକ ଯେ, ମୁଖ୍ୟ ଦ୍ବାର ପାଖରେ ବା ନିକଟରେ କୌଣସି ପ୍ରକାରର ବାଥରୁମ, ପାଇଖାନା କିମ୍ବା କୌଣସି ଆବର୍ଜନା ପାତ୍ର ନିର୍ମାଣ କରନ୍ତୁ ନାହିଁ। ମୁଖ୍ୟ ଦ୍ବାର ନିକଟରେ ପାଇଖାନା ଥିଲେ ତାହା ରୋଗ ସୃଷ୍ଟିର ମୁଖ୍ୟ କାରଣ ହୋଇଥାଏ।

4-ମୁଖ୍ୟ ଦ୍ବାର ସମ୍ମୁଖରେ କୌଣସି ପାଣି ଭର୍ତ୍ତି ଥିବା ପାତ୍ର, ଫାଉଣ୍ଟେନ ଜାତୀୟ ଜିନିଷ ବା ନିର୍ମାଣ କରନ୍ତୁ ନାହିଁ।

5-ସାଧାରଣତଃ ସମସ୍ତେ ଘରର ମୁଖ୍ୟ ଦ୍ବାର ସମ୍ମୁଖରେ ଜୋତା ଷ୍ଟାଣ୍ଡ ବା ଡଷ୍ଟବିନ ଷ୍ଟାଣ୍ଡ କରିଥାନ୍ତି। ତାହା କରିବା ଅନୁଚିତ। କାରଣ ଏହାଦ୍ବାରା ଘର ଭିତଚରକୁ କୌଣସି ସକରାତ୍ନକ ଶକ୍ତି ପ୍ରବେଶରେ ବାଧା ସୃଷ୍ଟି ହୋଇଥାଏ।

6-ମୁଖ୍ୟଦ୍ବାର ସମ୍ମୁଖରେ କୌଣସି ଜୀବଜନ୍ତୁଙ୍କ ଫଟୋ କିମ୍ବା ପ୍ରତିମୂର୍ତ୍ତି ରଖନ୍ତୁ ନାହିଁ। କେତେକ ଘର ସମ୍ମୁଖରେ ହାତୀ କିମ୍ବା ସିଂହଁ ମୂର୍ତ୍ତି କରିଥାନ୍ତି। ଏହା କେବଳ ମନ୍ଦିର ପାଇଁ ଉଦ୍ଧିଷ୍ଠ। କୌଣସି ଘର ସମ୍ମୁଖରେ ବା ଭିତରେ ଏହା କରିବା ଅନୁଚିତ।

7-ମୁଖ୍ୟ ଦ୍ବାରଟି କେବଳ ଗୋଟିଏ ଫାଳିଆ ହେବା ଆବଶ୍ୟକ। ଦୁଇ ଫାଳିଆ ଦ୍ବାର ଭୁଲରେ ଲଗାନ୍ତୁ ନାହିଁ। ଏଥିସହିତ ମୁଖ୍ୟଦ୍ବାରଟି ସବୁବେଳେ ଆକର୍ଷଣୀୟ କରି ରଖିବା ଆବଶ୍ୟକ।

8-ଆଉ ଏକ ଗୁରୁତ୍ବ ପୂର୍ଣ୍ଣ କଥା ହେଲା ଘରର ଦ୍ବାରଟି ଯେପରି କ୍ଲକ୍ ୱାଇଜ ଖୋଲିବ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

thesamikhsya vastu
Share. Facebook Twitter LinkedIn Email WhatsApp Copy Link

Related Posts

ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କଲା ଡବ୍ଲ୍ୟୁଏଚଓ

May 24, 2026

ଆସନ୍ତାକାଲି ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବେ ଡକ୍ଟର ମହେନ୍ଦ୍ର ମିଶ୍ର

May 24, 2026

ଅବୈଧ ବାଂଲାଦେଶୀମାନଙ୍କର ବଢିଲା ସମସ୍ୟା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି

May 24, 2026

ନୀବନ ପଟ୍ଟନାୟକଙ୍କୁ ହଠାତ୍ ଦେଖିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତାପରେ….

May 24, 2026
Latest News

ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କଲା ଡବ୍ଲ୍ୟୁଏଚଓ

May 24, 2026

ପ୍ଲେଅଫରେ ପହଞ୍ଚିଲା ରାଜସ୍ଥାନ: ଆଇପିଏଲରୁ ବାଦ୍ ପଡ଼ିଲେ ପଞ୍ଜାବ ଏବଂ କୋଲକାତା

May 24, 2026

ଆସନ୍ତାକାଲି ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବେ ଡକ୍ଟର ମହେନ୍ଦ୍ର ମିଶ୍ର

May 24, 2026

ରାଜଧାନୀ ଦିଲ୍ଲୀରେ ପ୍ରଥମ ହାଇଡ୍ରୋଜେନ୍ ବସ୍ ସେବା ଆରମ୍ଭ: ଜାଣନ୍ତୁ ଏହାର ଉପକାରିତା

May 24, 2026

ଚାରିଧାମ ଯାତ୍ରାର ରେକର୍ଡ: ୩୫ ଦିନରେ ବାବା କେଦାରଙ୍କ ଦର୍ଶନ କଲେ ୮ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.